କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) କରୋନା କାଳରେ ଲୋକଙ୍କୁ ଖୁବ୍ ସାହାଯ୍ୟ କରିଛି। ତେବେ ଏହା ସତ୍ତ୍ୱେ ମଧ୍ୟ କୋଟି କୋଟି ଅଂଶଧାରକଙ୍କୁ ଛୋଟ ବଡ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ତେବେ ସେମାନେ ଏହା ଜଣାପାରୁନାହାନ୍ତି ଯେ ଏହାର ସମାଧାନ କେଉଁଠୁ ମିଳିବ। ତେବେ ଏହିସବୁକୁ ଲକ୍ଷ୍ୟ କରି ଇପିଏଫଓ ‘EPF I Grievance Management System’ ଆରମ୍ଭ କରିଛି।
ଏହି ୱେବସାଇଟ ଅନୁଯାୟୀ ଆପଣ ଇପିଏଫ ଓ୍ଵିଥଡ୍ରାଲ, ଇପିଏଫ ଖାତା ଟ୍ରାନ୍ସଫର, କେଓ୍ଵାଇସି ସହ ଜଡିତ ମାମଲା ଏବଂ ଆହୁରି ଅନେକ ପ୍ରକାର ଅଭିଯୋଗକୁ ଏଥିରେ ସମାଧାନ କରିପାରିବେ। ତେବେ ଏହି ୱେବସାଇଟକୁ ପୋର୍ଟାଲ ଇପିଏଫ ଖାତା ଧାରକ, ଇପିଏଫ ପେନ୍ସନର ଏବଂ କମ୍ପାନୀ ବ୍ୟବହାର କରିପାରିବେ।
କିନ୍ତୁ ଅଭିଯୋଗ ରୁଜୁ କରିବା ପାଇଁ Universal Account Number କିମ୍ବା PPO ନମ୍ବର ରହିବା ନିହାତି ଜରୁରୀ। ଯଦି ଏହା ନାହିଁ ତାହେଲେ ବି ଆପଣ ଅଭିଯୋଗ ରୁଜୁ କରିପାରିବେ। ଯାହା ଜରିଆରେ ଲୋକେ ଅନଲାଇନ ମାଧ୍ୟମରେ ସବୁ ପ୍ରକାରର ଅଭିଯୋଗ ରୁଜୁ କରିପାରିବେ ତାହା ପୁଣି ଘରେ ବସି।
ଇପିଏଫ ଆକାଉଣ୍ଟ ସହ ଜଡିତ ଅଭିଯୋଗକୁ କେମିତି କରିବେ ରୁଜୁ ?
- ଏଥିପାଇଁ ଆପଣ ସର୍ବପ୍ରଥମେ http://www.epfigms.gov.in/ ୱେବସାଇଟକୁ ଯାଆନ୍ତୁ।
- ସାଇଟ୍ ଓପନ ହେବା ପରେ ଆପଣଙ୍କୁ ‘Register Grievance’ ଉପରେ କ୍ଲିକ କରିବାକୁ ହେବ।
- ନୂଆ ପେଜ ଓପନ ହେବ ଏବଂ ସେହି ଅପସନ ଉପରେ କ୍ଲିକ କରନ୍ତୁ, ଯାହା ସମ୍ପର୍କରେ ଆପଣ ଅଭିଯୋଗ କରିବା ପାଇଁ ଚାହୁଁଛନ୍ତି।
- ଆପଣ ପିଏଫ ମେମ୍ବର, ଇପିଏସ ପେନସନର, ଇମ୍ପଲାଏର କିମ୍ବା ଅନ୍ୟ ଅପସନକୁ ସିଲେକ୍ଟ କରନ୍ତୁ। ମନେ ରଖନ୍ତୁ ‘ଅନ୍ୟ’ ଅପସନକୁ
- ଆପଣ ସେତେବେଳେ ବାଛନ୍ତୁ ଯେତେବେଳେ ଆପଣଙ୍କ ପାଖରେ ୟୁଏଏନ/ପିପିଓ ନଥିବ।
- ଯଦି ଆପଣଙ୍କୁ PF Account ସହିତ ଜଡିତ ଅଭିଯୋଗ କରିବାର ଅଛି ତାହେଲେ ଏହା ଉପରେ କ୍ଲିକ କରନ୍ତୁ।
- ଏହା ବିଷୟରେ ଆପଣଙ୍କୁ ନିଜର ୟୁଏଏନ (UAN) ଏବଂ ସିକ୍ୟୁରିଟୀ କୋଡ୍ ଏଣ୍ଟର କରିବାକୁ ହେବ।
- ଏବେ ସ୍କ୍ରୀନ ଉପରେ ୟୁଏଏନ ସମ୍ବନ୍ଧୀତ ପର୍ସନାଲ ଡିଟେଲ୍ସ ଉପରେ କ୍ଲିକ କରିବାକୁ ହେବ।
- ଏବେ ସ୍କ୍ରୀନରେ ୟୁଏଏନ ସହ ସମ୍ପନ୍ଧିତ ପର୍ସନାଲ ଡିଟେଲ ଦେଖାଯିବ।
- ଏବେ ଇପିଏଫଓ ସଦସ୍ୟଙ୍କୁ ‘Get OTP’ ଉପରେ କ୍ଲିକ କରିବାକୁ ହେବ। ଯାହାଦ୍ୱାରା ସଦସ୍ୟଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।
- ଏବେ ଓଟିପିକୁ ଏଣ୍ଟର କରନ୍ତୁ।
- OTP ଦେବା ପରେ ମେମ୍ବରଙ୍କୁ ପର୍ସନାଲ ଡିଟେଲ ଭରିବାକୁ ହେବ।
- ଏବେ ସଦସ୍ୟଙ୍କୁ ଯେଉଁ ପିଏଫ ନମ୍ବରରେ ଅଭିଯୋଗ କରିବାକୁ ହେବ। ସେହି ପିଏଫ ନମ୍ବର ଉପରେ କ୍ଲିକ୍ କରିବାକୁ ହେବ।
- ଏବେ ଆପଣଙ୍କ ସ୍କ୍ରୀନ ଉପରେ ଏକ ପପ-ଅପ୍ ଦେଖାଯିବ।
- ଏବେ ଆପଣ ସେହି ଅପସନ୍ ଉପରେ ସିଲେକ୍ଟ କରନ୍ତୁ, ଯେଉଁ ସମ୍ପର୍କରେ ଆପଣ ଅଭିଯୋଗ କରିବାକୁ ଚାହୁଁଛନ୍ତି।
- ଏବେ ଗ୍ରୀଭାନ୍ସ କ୍ୟାଟୋଗରୀକୁ ସିଲେକ୍ଟ କରନ୍ତୁ ଏବଂ ନିଜର ଅଭିଯୋଗ ଲେଖନ୍ତୁ। ଏହି ସମ୍ବନ୍ଧୀୟ ଯଦି କୌଣସି ଡକ୍ୟୁମେଣ୍ଟ ରହିଥାଏ ତାହେଲେ ତାକୁ ଅପଲୋଡ କରନ୍ତୁ।
- ଅଭିଯୋଗ ରୁଜୁ କରିବା ପରେ ‘ଆଡ’ ଉପରେ କ୍ଲିକ କରନ୍ତୁ।
- ‘ସବମିଟ୍’ ଉପରେ କ୍ଲିକ କରନ୍ତୁ।