PF ଖାତାଧାରକଙ୍କ ଖାତାକୁ ଖୁବ ଶୀଘ୍ର ଆସିବ ଟଙ୍କା, ଏମିତି ଚେକ୍ କରନ୍ତୁ ନିଜ EPFO ବାଲାନ୍ସ

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ)ସୁଧ କାରବାରରେ ଏକ ନୂତନ ନିୟମ ଲାଗୁ କରିଛି। ଏଣିକି ଏହି ଫଣ୍ଡର ଛଅ କୋଟିରୁ ଅଧିକ ସଦସ୍ୟ ଦୁଇଟି କିସ୍ତିରେ FY 2019-2020 ର ସୁଧ ଦେବେ। EPFO କୁ 8.50 ପ୍ରତିଶତ ହାରରେ PF ସୁଧ ଦେବାକୁ ପଡିବ ଏବଂ ଏହା ପ୍ରଥମ କିସ୍ତି ଅନୁଯାୟୀ 8.15 ପ୍ରତିଶତ ସୁଧ ଯୋଗାଇବା ସହିତ ଡିସେମ୍ବର ମାସ ପର୍ଯ୍ୟନ୍ତ 035 ପ୍ରତିଶତର ଭରଣ କରିବ। ଏହିପରି ସୁଧର ପ୍ରଥମ କିସ୍ତି ଆପଣଙ୍କ PF ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।
େଓ୍ଵବସାଇଟ ମାଧ୍ୟମରେ ବାଲାନ୍ସର ଯାଞ୍ଚ କରିପାରିବେ:
1. EPFO ର େଓ୍ଵବସାଇଟରେ ଲଗଇନ କରି epfindia.gov.in ରେ ଯାଇ ଇ-ପାସବୁକ ଉପରେ କ୍ଲିକ କରନ୍ତୁ।
2. ଇ-ପାସବୁକ ଉପରେ କ୍ଲିକ କଲା ପରେ ନୂତନ ପେଜ passbook.epfindia.gov.in କୁ ଯାଆନ୍ତୁ ଓ ସେଠାରେ ନିଜର ୟୁର୍ଜସ ନାମ(UAN ନମ୍ବର), ପାସଓ୍ଵାର୍ଡ ଏବଂ କେପ୍ଚା ପୂରଣ କରନ୍ତୁ।
3. ସମସ୍ତ ଡିଟେଲ ପୂରଣ କରିବା ପରେ ଏକ ନୂତନ ପେଜକୁ ଆସି ମେମ୍ବର ଆଇଡିର ଚୟନ କରନ୍ତୁ ।
4. ଏଠାରେ ଆପଣ ଇ-ପାସବୁକରେ ନିଜର ଇପିଏଫ ବାଲାନ୍ସ ପାଇପାରିବେ।
ଆପଣଙ୍କ ୟୁଏନଏନ, ପ୍ୟାନ ଏବଂ ଆଧାର ଲିଙ୍କ ଥିବା ସହିତ ନିଜ ରେଜିଷ୍ଟର ମୋବାଇଲ ନମ୍ବରରେ 011-22901406 ନମ୍ବରରେ ମିସ୍ କଲ ଦେଇ ମଧ୍ୟ ନିଜ ଇପିଏଫ ବାଲାନ୍ସ ବିଷୟରେ ଜାଣି ପାରିବେ। ତେବେ ୟୁଏଏନ ନମ୍ବର ବା ଇପିଏଫ ୟୁନିର୍ଭସାଲ ଆକାଉଣ୍ଟ ନମ୍ବର ମାଧ୍ୟମରେ ଖାତାଧାରକ ନିଜ ପିଏଫ ଆକାଉଣ୍ଟର ବାଲାନ୍ସ ଚେକ୍ କରିପାରିବେ। ଏହି ୟୁଏନନ ନମ୍ବର ଏକ ଆକାଉଣ୍ଟ ପରି ହୋଇଥାଏ।
ଏସଏମସ୍ ଜରିଆରେ ଜାଣିପାରିବେ ବାଲାନ୍ସ:
1. EPFO ନିକଟରେ ରେଜିଷ୍ଟର ହୋଇଥିବା ୟୁଏଏନ ନମ୍ବରରେ ଆପଣଙ୍କ ବାଲାନ୍ସ ସମ୍ବଦ୍ଧୀୟ ସମସ୍ତ ବିବରଣୀ ମେସେଜ ମାଧ୍ୟମରେ ଆସିବ। ଏଥିପାଇଁ EPFFOHO UAN ENG ଲେଖି 7738299899 ନମ୍ବରରେ ପଠାଇବା ଦ୍ୱାରା ମଧ୍ୟ ସମସ୍ତ ବିବରଣୀ ମେସେଜ ମାଧ୍ୟମରେ ପାଇପାରିବେ।
2. ସେହିପରି ହିନ୍ଦୀ ଭାଷାରେ ବିବରଣୀ ପାଇବା ପାଇଁ EPFFOHO UAN HIN ଲେଖି ସେହି ନମ୍ବରରେ ପଠାନ୍ତୁ। ପିଏଫ ବାଲାନ୍ସର ବିବରଣୀ ଇଂରାଜୀ,ମରାଠୀ,ହିନ୍ଦୀ,କନ୍ନଡ,ତେଲୁଗୁ,ତାମିଲ,ମାଲାୟଲମ ଏବଂ ବଙ୍ଗାଳି ଭାଷାରେ ମଧ୍ୟ ପାଇପାରିବେ। ସେହପରି ପିଏଫ ବାଲାନ୍ସର ବିବରଣୀ ଜାଣିବା ପାଇଁ ଆପଣଙ୍କ ୟୁଏନଏନ ନମ୍ବର ସହିତ ବ୍ୟାଙ୍କ ଆକାଉଣ୍ଟ,ପ୍ୟାନ ଏବଂ ଆଧାରର ଲିଙ୍କ ରହିବା ଆବଶ୍ୟକ।
ଉମଙ୍ଗ ଆପ୍ ମାଧ୍ୟମରେ ମଧ୍ୟ ବାଲାନ୍ସ ଚେକ୍ କରନ୍ତୁ:
1. ଉମଙ୍ଗ ଆପ ଖୋଲି ଇପିଏଫ ଉପରେ କ୍ଲିକ କଲାପରେ employee-centric-services ନାମକ ଅନ୍ୟ ଏକ ପେଜ ଉପରେ କ୍ଲିକ କରନ୍ତୁ।
2. ଏଠରେ ଥିବା ଭ୍ୟୁ ପାସବୁକ ଉପରେ କ୍ଲିକ କରି ସେଠାରେ ନିଜର ୟୁଏନଏନ ନମ୍ବର ଏବଂ ପାସଓ୍ଵାର୍ଡ ପୂରଣ କରନ୍ତୁ। ଏହାପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଓଟିପି ଆସିଲା ପରେ ନିଜର ପିଏଫ ବାଲାନ୍ସ ଚେକ୍ କରି ପାରିବେ।