ଏବେ ବିଜନେସ୍‌ କରୁଥିବା ଲୋକଙ୍କୁ ବି ମିଳିବ ପେନସନ୍‌, EPFO କରୁଛି ନୂଆ ଯୋଜନା

ଭାରତରେ ପ୍ରାଇଭେଟ୍‌ ସଂସ୍ଥାର ସଂଖ୍ୟା ବହୁତ ବେଶି। ଏହି ପ୍ରାଇଭେଟ ସଂସ୍ଥାର ଲୋକମାନଙ୍କୁ କୌଣସି ପ୍ରକାର ସାମାଜିକ ସୁରକ୍ଷାର ଫାଇଦା ମିଳିନଥାଏ। ଇପିଏଫଓ (EPFO) ମଧ୍ୟ ସେହି ଲୋକଙ୍କୁ ପେନସନ୍‌ ଦେଇଥାଏ, ଯେଉଁମାନଙ୍କର ୧୦ ବର୍ଷ ପର୍ଯ୍ୟନ୍ତ ପିଏଫ କଟିଥାଏ। ଏମିତିରେ ଅନେକ ଲୋକ ପେନସନ୍‌ ସୁବିଧାରୁ ବଞ୍ଚିତ ରହୁଛନ୍ତି। କିନ୍ତୁ EPFO ଏହି ସମସ୍ୟାର ସମାଧାନ ବାହାର କରିଦେଇଛି। ନିକଟରେ ଭବିଷ୍ୟ ନିଧି ସଂଗଠନ ଏକ ନୂଆ ଯୋଜନା ବନାଇବା ପାଇଁ ମନ ବଳାଇଛି। ଯାହାଦ୍ୱାରା ସେହି ଲୋକମାନଙ୍କୁ ମଧ୍ୟ ପେନସନଭୁକ୍ତ କରାଇହେବ ଯେଉଁମାନଙ୍କୁ ଏବେ ପର୍ଯ୍ୟନ୍ତ ପେନସନ୍‌ ମିଳିନାହିଁ। ତାହେଲେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟରେ।

EPFO ଅନୁଯାୟୀ ବେସରକାରୀ ସଂସ୍ଥାର ସମସ୍ତ କର୍ମଚାରୀ ଏବଂ ସ୍ୱରୋଜଗାର କରୁଥିବା ଲୋକଙ୍କୁ ଇପିଏଫଓ ତାଲିକାରେ ଆଣିବା ପାଇଁ ଭବିଷ୍ୟ ନିଧି ସଂଗଠନର ଅଧିନିୟମ ୧୯୫୨ରେ ସଂଶୋଧନ କରିବାକୁ ହେବ। ବେସରକାରୀ କ୍ଷେତ୍ରରେ ଲୋକମାନେ ମଧ୍ୟ ରିଟାୟରମେଣ୍ଟ ସେଭିଙ୍ଗ ସ୍କିମର ଫାଇଦା ଉଠାଇପାରିବେ। ଏଥିପାଇଁ ଇପିଏଫଓ, ବେତନ ଏବଂ କର୍ମଚାରୀଙ୍କ ସୀମାକୁ ହଟାଇବା ପାଇଁ ମନସ୍ତ କରିଛି। ଏହି ଅଧିନିୟମରେ ଯଦି କର୍ମଚାରୀଙ୍କ ସଂଖ୍ୟା ଏବଂ ବେତନ ଭଳି ବିମାକୁ ହଟାଇ ଦିଆଯିବ ତାହେଲେ ବିଜନେସ କରୁଥିବା ଲୋକଙ୍କୁ ମଧ୍ୟ ଏହି ନୂଆ ଯୋଜନାର ଲାଭ ମିଳିପାରିବ।

EPF PENSIONଇପିଏଫଓ ନିୟମ ଅନୁଯାୟୀ ଇପିଏଫଓରେ ସେହି କମ୍ପାନୀ କିମ୍ବା ଫର୍ମର ରେଜିଷ୍ଟ୍ରେସନ ରହିଥାଏ। ଯେଉଁଠି ଅତିକମରେ ୨୦ କର୍ମଚାରୀ କାମ କରନ୍ତି। ଖବର ମୁତାବକ EPFO ନୂଆ ଯୋଜନା ପାଇଁ ସମସ୍ତ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା କରୁଛି ଏବଂ ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ଏଥିପାଇଁ ସମ୍ପର୍କ କରାଯାଉଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ ଇପିଏଫଓର ୫.୫ କୋଟି ରୁ ଅଧିକ ସବସ୍କ୍ରାଇବର୍ସ ଅଛନ୍ତି।

EPFO ନିଜର ଖାତାଧାରକଙ୍କୁ ଇପିଏଫ, କର୍ମଚାରୀ ପେନସନ୍‌ ଯୋଜନା ଏବଂ କର୍ମଚାରୀ ଜମା ଲିଙ୍କ ବିମା ଯୋଜନା ଦ୍ୱାରା ଭବିଷ୍ୟ ନିଧି, ପେସସନ ଏବଂ ବୀମା ଦେଇଥାଏ। ଯଦି ଆକ୍ଟରେ ପରିବର୍ତ୍ତନ ହୁଏ ତାହେଲେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ସବସ୍କ୍ରାଇବର୍ସ ବଢ଼ିଯିବେ ଏବଂ ଏହାଦ୍ୱାରା ଇପିଏଫଓର କୋଷ ମଧ୍ୟ ବଢ଼ିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.