ବ୍ୟବସାୟ ଓ ଅର୍ଥନୀତି

ପାସବୁକ୍ ରେ ଚେକ କରନ୍ତୁ PF ସୁଧ ହାର

ଯଦି ଆପଣ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EPFO ର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଗ୍ରାହକମାନେ ଖୁବଶୀଘ୍ର ସେମାନଙ୍କ ସୁଧ ସେମାନଙ୍କ ଇପିଏଫ୍ ଆକାଉଣ୍ଟରେ ଟ୍ରାନ୍ସଫର ହେବାର ଜାଣିପାରିବେ। ଗ୍ରାହକମାନେ ସେମାନଙ୍କ ସୁଧ PF ଆକାଉଣ୍ଟରେ କ୍ରେଡିଟ୍ ହୋଇଛି କି ନାହିଁ ଯାଞ୍ଚ କରିବାର ଏକ ସରଳ ଉପାୟ ରହିଛି। ଇପିଏଫଓ କହିଛି ଯେ, ଆପଣ ପାସବୁକ୍ ଜରିଆରେ ଜାଣିପାରିବେ କି ଆପଣଙ୍କ ସୁଧ ଟଙ୍କା ପିଏଫ୍ ଆକାଉଣ୍ଟରେ ଜମା ହୋଇଛି କି ନାହିଁ ।

ଆପଣ EPFO ​​ର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନ ପାସବୁକ୍ ଆକ୍ସେସ୍ କରିପାରିବେ। ଏହା କରିବା ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଏବଂ ପାସୱାର୍ଡ ଦରକାର।

ଆପଣ ଅନଲାଇନରେ ପିଏଫ୍ ଆକାଉଣ୍ଟକୁ ଚେକ୍ କରିପାରିବେ, ଏଥିପାଇଁ ଆପଣଙ୍କ ପାଖରେ ୟୁନିଅନ ନମ୍ବର ଓ ପାସୱାର୍ଡ ଥିବା ଆବଶ୍ୟକ । ଇପିଏଫଓ ସ୍ପଷ୍ଟ କରିଛି ଯେ, ସୁଧକୁ ବିଳମ୍ବ ରେ ଅପଡେଟ କରିବା ଉପରେ କୌଣସି ଆର୍ଥିକ କ୍ଷତି ହେବନାହିଁ । ପାସବୁକରେ ସୁଧକୁ ଅପଡେଟ କରିବା ହେଉଛି ଏକ ପ୍ରକ୍ରିୟା । ଯେଉଁ ଦିନ ଆପଣଙ୍କ ପାସବୁକରେ ସୁଧ ରେକର୍ଡ ହେବ, ସେହି ଦିନ କୌଣସି ଆର୍ଥିକ କ୍ଷତି ହେବ ନାହିଁ ।

ସୁଧ ଅପଡେଟ ପୂର୍ବରୁ ଟଙ୍କା ବାହାର କରିବାରେ କୌଣସି କ୍ଷତି ନାହିଁ। ଯଦି ଜଣେ ସଦସ୍ୟ ତାଙ୍କ ପାସବୁକରେ ସୁଧ ଅପଡେଟ୍ ହେବା ପୂର୍ବରୁ ତାଙ୍କର ଇପିଏଫ୍ ବାଲାନ୍ସ ବାହାର କରନ୍ତି, ଏପରି ପରିସ୍ଥିତିରେ ମଧ୍ୟ ତାଙ୍କ ଦାବି ସମାଧାନ ସମୟରେ ପ୍ରଦାନ କରାଯିବାକୁ ଥିବା ସୁଧ ଗଣନା କରାଯାଇଥାଏ ଏବଂ ସ୍ୱୟଂଚାଳିତ ଭାବରେ ଦିଆଯାଇଥିବ ତାରିଖରୁ ସିଷ୍ଟମ୍ ଦ୍ୱାରା ପ୍ରଦାନ କରାଯାଇଥାଏ । ଏପରିକି ଏହି କ୍ଷେତ୍ରରେ କୌଣସି ସଦସ୍ୟଙ୍କୁ ଆର୍ଥିକ କ୍ଷତି ହୁଏ ନାହିଁ ।

୨୦୨୩ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ସୁଧ ହାର ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଥିରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡର ୬ କୋଟିରୁ ଅଧିକ ଅଂଶୀଦାରଙ୍କୁ ଫାଇଦା ହେବ ।

ଅନଲାଇନରେ ପାସବୁକ୍ କିପରି ଯାଞ୍ଚ କରିବେ ଜାଣନ୍ତୁ:
ଆପଣ ଇପିଏଫଓ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଇପିଏଫଓ ପାସବୁକ୍ ଅନଲାଇନରେ ଆକ୍ସେସ୍ କରିପାରିବେ । ଏହା କରିବା ପାଇଁ ଆପଣଙ୍କୁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ଏବଂ ପାସୱାର୍ଡ ଦରକାର ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago