ବ୍ୟବସାୟ ଓ ଅର୍ଥନୀତି

ଇପିଏଫ୍‌ଓ କଲା ଘୋଷଣା: ଇପିଏଫ୍‌ରେ ଜନ୍ମ ତାରିଖ ତ୍ରୁଟି ଥିଲେ, ଆଧାର କାର୍ଡ ଜନ୍ମ ପ୍ରମାଣ ଭାବେ ଗ୍ରହଣ ହେବ

ଇପିଏଫ୍‌ରେ ଜନ୍ମ ତାରିଖ ତ୍ରୁଟି ଥିଲେ ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରିବାକୁ ଇପିଏଫ୍‌ଓ ଘୋଷଣା କରିଛି । ତେବେ ଏହି ଦୁଇଟି ତାରିଖରେ ଜନ୍ମ ପାର୍ଥକ୍ୟ ୩ ବର୍ଷରୁ ଅଧିକ ହୋଇ ନଥିବ ବୋଲି ସଂଶୋଧିତ ଆଦେଶାନାମାରେ କୁହାଯାଇଛି ।

କରୋନା ପରିସ୍ଥିତିକୁ ଦେଖି କର୍ମଚାରୀଙ୍କ ଭବିଷ୍ୟ ନିଧି (ଇପିଏଫ୍‌)ରେ ଥିବା ଜନ୍ମ ତାରିଖଗତ ତ୍ରୁଟିକୁ ସୁଧାରିବା ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ଏକ ସଂଶୋଧିତ ଆଇନ ଆଣିଛି । ଏଥିପାଇଁ ତା‘ର ସମସ୍ତ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକୁ ଅନ୍‌ଲାଇନ୍‌ ମାଧ୍ୟମରେ ତ୍ରୁଟି ସୁଧାରିବା ପାଇଁ କହିଛି ।

କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ ଅନ୍‌ଲାଇନ ମାଧ୍ୟମରେ ଦାଖଲ କରି ସେମାନଙ୍କର ଇପିଏଫ୍‌ରେ ଥିବା ତ୍ରୁଟି ଜନ୍ମ ତାରିଖକୁ ସୁଧାରି ପାରିବେ । ତେଣୁ ସମସ୍ତ କ୍ଷେତ୍ର କାର୍ଯ୍ୟାଳୟ କର୍ମଚାରୀଙ୍କ ଅନ୍‌ଲାଇନ୍‌ ଅନୁରୋଧକୁ ତ୍ୱରାନ୍ଵିତ କରିବାକୁ ଇପିଏଫ୍‌ଓ ନିର୍ଦ୍ଦେଶ ଦେଇଛି ।

ତେବେ କର୍ମଚାରୀଙ୍କର ଜନ୍ମର ଦିଆଯାଇଥିବା ତାରିଖ ଓ ଆଧାର କାର୍ଡରେ ଥିବା ତାରିଖ ଦୁଇଟିର ବ୍ୟବଧାନ ୩ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ ବୋଲି ଇପିଏଫ୍‌ଓ କହିଛି । କରୋନା ଅସୁବିଧାକୁ ଦୃଷ୍ଟିରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ମାର୍ଚ୍ଚ ୨୮ ତାରିଖରେ ଏହି ନିୟମ ପ୍ରବର୍ତ୍ତନ କରିଛି ।

ଯାହାଦ୍ୱାରା ଜଣେ ସଦସ୍ୟ ଇପିଏଫ୍‌ରେ ଥିବା ନିଜ ଅର୍ଥର କିଛି ଅଂଶ ଅନାଦେୟ ଅଗ୍ରୀମ ଭାବେ ଉଠାଇପାରିବ । ତେବେ ଏହି ଅର୍ଥ କର୍ମଚାରୀର ୩ମାସର ମୂଳ ଦରମା ଓ ମହଙ୍ଗା ଭତ୍ତା କିମ୍ବା ଆକାଉଣ୍ଟରେ ୩ ମାସର ପଇଠ ହେବାକୁ ଥିବା ଅର୍ଥର ୭୫ ପ୍ରତିଶତରୁ ଅଧିକ ହୋଇ ନଥିବା ଦରକାର ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କରୋନା ଲକ୍‌ଡାଉନ୍‌ କାରଣରୁ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହା ଘୋଷଣା କରିଛନ୍ତି ।

Niharanjan

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

35 seconds ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

7 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

15 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

18 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

25 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

50 mins ago