ନିଜ ପୁରୁଣା ପିଏଫ ଆକାଉଣ୍ଟ ବାଲାନ୍ସକୁ ମାତ୍ର କେଇ ମିନିଟ୍ ରେ କରନ୍ତୁ ଟ୍ରାନ୍ସଫର, ଜାଣନ୍ତୁ ଅନଲାଇନ ପ୍ରୋସେସ
ଇପିଏଫଓକୁ ନେଇ ଆସିଲା ବଡ଼ ସୂଚନା। ଯଦି ଆପଣଙ୍କ ପୁରୁଣା କମ୍ପାନୀରେ ପିଏଫ ଆକାଉଣ୍ଟ ଅଛି ଓ ତାକୁ ନୂଆ ଆକାଉଣ୍ଟରେ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କିପରି କରିବେ..
ଯଦି ଆପଣ ଚାକିରି କରିଥିଲେ ଆଉ ନିକଟରେ ଏହି ଚାକିରି ଛାଡ଼ଦେଇଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ.. ଇପିଏଫଓ ର କହିବା ଅନୁ ଯାୟୀ ଏବେ ଆପଣ ମାତ୍ର କେଇ ମିନିଟରେ ନିଜ ପିଏଫ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ଆପଣଙ୍କୁ ଆଦୈା ବି ଚିନ୍ତା କରିବାର ନାହିଁ। ଆପଣ ଯେତେ ଚାକିରି ବଦଳାଇଥାନ୍ତୁ ଏହାପରେ ମଧ୍ୟ ଆପଣ ଖୁ ବ ସହଜରେ ନିଜ ପୁରୁଣା କମ୍ପାନୀର ପିଏଫ ବାଲାନ୍ସକୁ ପ୍ରେସେଣ୍ଟ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ। ଜାଣନ୍ତୁ କେମିତି..
ପିଏଫ ଆକାଉଣ୍ଟ ଟ୍ରାନ୍ସଫର କରିବା ପାଇଁ ହେଲେ ଆପଣଙ୍କ ପାଖେ ଆକ୍ଟିଭ ୟୁୁଏନ ନମ୍ବର ଓ ତାର ପାସଓ୍ଵାର୍ଡ ରହିବା ଜରୁରୀ। ଏହାବ୍ୟତିତ ଆପଣ ୟୁଏନ ନମ୍ବର ରେ ସମସ୍ତ ତଥ୍ୟ ରହିଥିବା ଜରୁରୀ। ଯେମିତିିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ମୋବାଇଲ ନମ୍ବର, ଆଧାର ନମ୍ବର ଅପେଡଟ ହୋଇଥିବା ଜରୁରୀ।
-ଆପଣ ପ୍ରଥମେ ଇପିଏଫଓର ଅଫିସିଆଲ େଓ୍ଵବସାଇଟ https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ।
-ଏବେ ଆପଣ ୟୁଏନ ନମ୍ବର, ପାସଓ୍ଵାର୍ଡ ଓ କାପଚା ଏଣ୍ଟର କରିବା ପରେ ଲଗଇନ କରନ୍ତୁ।
-ଏହାପରେ ଆପଣ ହୋମପେଜକୁ ଯାଆନ୍ତୁ।
-ଏହାପରେ ଆପଣ Memnbers Profile କୁ ଯାଆନ୍ତୁ। ଏଠାରେ ନିଜ ର ସମସ୍ତ ପର୍ସନାଲ ଡାଟାକୁ ଭରନ୍ତୁ।
-ପରେ ନିଜ ନାମ, ଆଧାର ଡିଟେଲ୍ସ ଓ ପାନ କାର୍ଡ କୁ ଭେରିଫାଏ କରନ୍ତୁ।
-ଏହାବ୍ୟତିତ ଇମେଲ ଆଇଡି , ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଏଣ୍ଟର କରାନ୍ତୁ।
-ପିଏଫ ଟ୍ରାନ୍ସଫର କରିବା ପୂର୍ବରୁ ନିଜ ପାସବୁକ ଚେକ କରନ୍ତୁ। ପରେ View ରେ passbook ଅପସନ କୁ ଯାଆନ୍ତୁ।
– ପାସବୁକ ରେ କ୍ଲିକ କରିବା ପରେ ପୁଣି ଥରେ ଲଗଇନ କରନ୍ତୁ।
-ଏହାପରେ Select member id ରେ କ୍ଲିକ କଲେ ଏହା ପୁରା ଓପନ ହୋଇଯିବ।
ଏମିତିରେ ଆପଣଙ୍କ ସାମ୍ନାରେ ସମସ୍ତଙ୍କ ମେମ୍ବର ଆଇଡି ସୋ ହେବ। ଏହି ଲିଷ୍ଟ ଶେଷରେ ଆପଣଙ୍କ କମ୍ପାନୀ ଥିବ। ଏବେ ଆପଣ ଭିଉ ପାସବୁକ କୁ ଯାଇ ନିଜ ସବୁ କମ୍ପାନ ୀର ବାଲାନ୍ସ ଚେକ କରନ୍ତୁ।
ପୁରୁଣା ଇପିଏଫ କୁ ନୂଆରେ ଏପରି କରନ୍ତୁ ଟ୍ରାନ୍ସଫର:
-ପ୍ରଥମେ View କୁ ଯାଇ ସର୍ଭିସ ହିଷ୍ଟ୍ରୀ ଓ ଅପସନ ରେ କ୍ଲିକ କରିବାକୁ ହେବ।
-ଯଦି ପୁରୁଣା କମ୍ପାନୀରେ ଦୁଇଟି ତାରିଖ ଅପଡେଟ କରିଛନ୍ତି ତେବେ ଆପଣଙ୍କ ପିଏଫ ସହଜରେ ଟ୍ରାନ୍ସଫର କରିପାରିବେ।
-ଆପଣଙ୍କୁ Online service ରେ ONE MEMBER ONE EPF ACCOUNT ରେ କ୍ଲିକ କରନ୍ତୁ ।
-ନୂଆ ପେଜ ଖୋଲିବ ଯେଉଁଥିରେ ଆପଣଙ୍କୁ ପର୍ସନାଲ ଇନଫର୍ମେସନ ମିଳିବ।
-ଏଠାରେ ପୁରୁଣା ଏମ୍ପଲୟିଙ୍କର ଡିଟେଲ୍ସ ଥିବ ଯେଉଁଠି ପିଏଫ ଟ୍ରାନ୍ସଫର କରିବାର ହେବ। ଏଠାରେ ଯିଏ ପିଏଫ ଟ୍ରାନ୍ସଫର କରିବେ ତାଙ୍କଠାରୁ ଆପ୍ରୁଭାଲ ଆବଶ୍ୟକ ହେବ।
-ଏହାପରେ ନିଜ ୟୁଏନ ଡିଟେଲ ଦିଅନ୍ତୁ।
-ଏହାପରେ ଆପଣଙ୍କୁ ଓଟିପି ଜରିଆରେ ଅଥେଣ୍ଟିକେସନ ମିଳିବ। ଏଥିପାଇଁ GET OTP ରେ କ୍ଲିକ କରନ୍ତୁ।
-ଏଠାରେ ପରେ The Claim Has Been Sucessfully Sunmitted ଦେଖାଯିବ।
-ପରେ ଟ୍ରାନ୍ସଫର ଷ୍ଟେଟମେଣ୍ଟ ଦେଖାଇବ।
-ଏହାର ଏକ ପ୍ରିଣ୍ଟ ବାହାର କରନ୍ତୁ ଆଟେଷ୍ଟ କରିବା ପାଇଁ ନିଜ କମ୍ପାନୀକୁ ଦିଅନ୍ତୁ। ଏହା ପିଏଫ ଅଫିସକୁ ପଠାଯିବ।
-ଏବେ ୭ ରୁ ୩୦ ଦିନ ମଧ୍ୟରେ ଆପଣଙ୍କ ପୁରୁଣା ପିଏଫ ବାଲାନ୍ସ ନୁଆ ଆକାଉଣ୍ଟରେ ଟ୍ରାନ୍ସଫର ହୋଇଯିବ ।