ଇନଷ୍ଟାଗ୍ରାମରେ ମିଳିବ EPFର ସବୁ ଡିଟେଲ୍ସ
ଏବେ ଇନଷ୍ଟାଗ୍ରାମରେ ବି ମିଳିବ EPF ଆକାଉଣ୍ଟ ସହ ଜଡ଼ିତ ସବୁ ତଥ୍ୟ। ଇପିଏଫ ସମ୍ପର୍କତି ଏହି ଖବର ବିଭାଗ ତରଫରୁ ଟ୍ଵିଟରରେ ମଧ୍ୟ ସେୟାର କରାଯାଇଛି।

ଇପିଏଫ କୁ ନେଇ ଆଜି ଜାଣନ୍ତୁ ଏକ ବଢ଼ିଆ ଖବର। ଯାହା ଦ୍ୱାରା ଆପଣଙ୍କ କାମ ହୋଇଯିବ ଆହୁରି ସହଜ। ଏବେ ଆପଣ ଇନଷ୍ଟାଗ୍ରାମରେ ବି ପାଇପାରିବେ ଇପିଏଫ ସମ୍ବନ୍ଧିତ ସମସ୍ତ ତଥ୍ୟ।
ଇପିଏଫ ସମ୍ପର୍କତି ଏହି ଖବର ବିଭାଗ ତରଫରୁ ଟ୍ଵିଟରରେ ମଧ୍ୟ ସେୟାର କରାଯାଇଛି। ଏମିତିରେ ଆପଣ ଇପିଏଫ ପୋର୍ଟାଲ ଓ ଉମଙ୍ଗ ଆପ୍ ଯାଇ ତଥ୍ୟ ବାହାର କରିପାରିବେ। ଏହାସହିତ ଆପଣ ଇପିଏଫ ସମ୍ବନ୍ଧିତ ସୂଚନା ଇନଷ୍ଟାଗ୍ରାମରେ ପେଜ ଫଲୋ କରି ମଧ୍ୟ ପାଇପାରିବେ।
ଏବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ହେବ ଆହୁରି ସହଜ। ବର୍ତ୍ତମାନଠାରୁ ଯଦି ଆପଣ EPF ଆକାଉଣ୍ଟରୁ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣ EPFO ମେମ୍ବର ପୋର୍ଟାଲ ଓ UMANG ଆପ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଏହାସହ ଆପଣଙ୍କ ଇପିଏଫ୍ ଆକାଉଣ୍ଟର ରାଶି ଯାଞ୍ଚ କରିବା ସହ ଘରେ ବସି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପାଇଁ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ।
ସୂଚନା ମୁତାବକ ଅନଲାଇନ୍, ମିସ୍ କଲ୍, ଏସ୍ଏମଏସ୍, ୟୁଏଏନ୍ ନମ୍ବର, ଟ୍ରାକିଂ ID ଓ ଅଣ୍ଡର ପ୍ରୋସେସ ଫର୍ମ ମାଧ୍ୟମରେ ଇପିଏଫ ଆକାଉଣ୍ଡ ହୋଲ୍ଡର ମାନେ ଆବେଦନ କରିଥିବା ସମ୍ବନ୍ଧୀୟ ସୂଚନା ପାଇ ପାରିବେ। ଏଥିସହ, ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଆବେଦନ କରିବା ପରେ କର୍ମଚାରୀମାନେ PF ସ୍ଥିତି ଯାଞ୍ଚ କରିବାରେ ସକ୍ଷମ ହେବେ।
ୟୁଏଏନ୍ ନମ୍ବର ମାଧ୍ୟମରେ ଟଙ୍କା ଉଠାଇବା ହେବ ସହଜ:
EPFOର ଉପଭୋକ୍ତାମାନଙ୍କୁ ଏକ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ପ୍ରଦାନ କରାଯାଇଛି। ଏହା ସାହାଯ୍ୟରେ EPF ରାଶି ଉଠାଇବା ପାଇଁ କର୍ମଚାରୀ ମାନଙ୍କ ପାଇଁ ସୁବିଧା ଜନକ ପ୍ରକ୍ରିୟା ଅଛି। ଏଥିପାଇଁ ଉପଭୋକ୍ତା ମାନଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ କର୍ମଚାରୀ ମାନଙ୍କର UANକୁ ପୂର୍ବରୁ ଆକ୍ଟିଭ କରିବା ପାଇଁ ପଡିବ। ଆପଣ EPFO ପୋର୍ଟାଲରେ ନିଜର UAN ଆକ୍ଟିଭ କରି ପାରିବେ।
ଇପିଏଫ ହାଇଲାଇଟ୍, ଇପିଏଫ୍ ପୋର୍ଟାଲ୍, ଏସଏମଏସ ଓ UMANG ଆପ୍ ମାଧ୍ୟମରେ ଆପଣ ଆବେଦନ କରିଥିବା ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସୂଚନା ପାଇ ପାରିବେ। ଇପିଏଫ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ସଞ୍ଚୟ ଯୋଜନା। ଏହା ଦ୍ୱାରା ଅନେକ ସରକାରୀ ଓ ବେସରକାରୀ କର୍ମଟାରୀ ଉପକୃତ ହୋଇ ଥାଆନ୍ତି।
ସରକାରୀ କର୍ମଚାରୀଙ୍କ ପାଇଁ ସରକାରୀ ପ୍ରୋଭିଡ଼େଣ୍ଟ ପାଣ୍ଠି GPF ହେଉଛି ଇପିଏଫ । EPF ବା GPFକୁ ପ୍ରାୟତଃ PF ଭାବରେ ବିସ୍ତାରିତ କରାଯାଇଛି । କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟରେ ମାସିକ ଅବଦାନ ଉଭୟ କର୍ମଚାରୀ ଓ କମ୍ପାନୀ ଦ୍ବାରା PF କାର୍ଯ୍ୟକ୍ରମ ଅଧୀନରେ କରାଯାଇଥାଏ । କର୍ମଚାରୀଙ୍କ ଆୟର ସର୍ବନିମ୍ନ ୧୨% ଅବଦାନ ରହିବା ଉଚିତ୍ । କର୍ମଚାରୀଙ୍କ ମୌଳିକ ଆୟ କିମ୍ବା କମ୍ପାନୀରୁ ୧୨% ଅବଦାନ ମଧ୍ଯ ଆବଶ୍ୟକ । ଯଦି କର୍ମଚାରୀମାନେ ସେମାନଙ୍କର PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବା ଜମା କରିବାକୁ ଚାହାଁନ୍ତି ତାହାଲେ କର୍ମଚାରୀମାନେ ସେମାନଙ୍କର PF ଦାବି ସ୍ଥିତିକୁ ଅନଲାଇନ କିମ୍ବା ଅଫଲାଇନ ମାଧ୍ଯମରେ ଯାଞ୍ଚ କରିପାରିବେ ।