Exalta ଲଞ୍ଚ କଲା ୪ ନୂଆ ଇଲେକ୍ଟି୍ରକ ସ୍କୁଟର, ଥରେ ଚାର୍ଜ କଲେ ଯିବ ୧୦୦ କିଲୋମଟର

ନୂଆଦିଲ୍ଲୀ : ଇଲେକ୍ଟ୍ରିକ ଟୁ ହ୍ଵିଲର ତିଆରି କରୁଥିବା କମ୍ପାନୀ Exalta ଆଜି ଭାରତୀୟ ମାର୍କେଟରେ ୪ ନୂଆ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ୯୯ ହଜାଟ ଟଙ୍କା ରଖାଯାଇଛି । ଏହି ଇଲେକ୍ଟ୍ରିକ ସ୍କୁଟରର ନାମ Zeek 1X, Zeek 2X, Zeek 3X ଓ Zeek 4X ରଖାଯାଇଛି । ଆସନ୍ତୁ ଜାଣିବା ଏହି ସ୍କୁଟରର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ।

ମିଳିଥାଏ ଆଡଭାନ୍ସ ଫିଚର୍ସ

ଏହି ଇଲେକ୍ଟ୍ରିକ ସ୍କୁଟର ମଧ୍ୟରେ Zeek 4X ସବୁଠୁ ନୂଆ, ଯେଉଁଥିରେ ୧୨ ଇଞ୍ଚର ଆଲଏ ହ୍ଵିଲ ଦିଆଯାଇଛି । ଫିଚର୍ସ ସମ୍ପର୍କରେ କହିବାକୁ ଗଲେ ଏଥିରେ ଏକ LCD ସ୍କ୍ରିନ୍‌ , LED ଲାଇଟ, USB ଚାର୍ଜର, 3-ସ୍ପିଡ ମୋଡ୍‌, ରିଭର୍ସ ପାର୍କିଂ,ଏଣ୍ଟି ଥେପ୍ଟ ଆଲାର୍ମ ଓ ଓ୍ଵାୟରଲେସ କଣ୍ଟ୍ରୋଲ ବ୍ୟବସ୍ଥା ରଖାଯାଇଛି ।

ଭାରିଏଣ୍ଟ ଅନୁସାରେ ମୂଲ୍ୟ :

Zeek 1X -୯୯,୦୦୦ ଟଙ୍କା(ଏକ୍ସ-ସୋରୁମ୍‌)

Zeek 2X – ୧୦୫,୦୦୦ ଟଙ୍କା(ଏକ୍ସ-ସୋରୁମ୍‌)

Zeek 3X -୧୧୦,୦୦୦ ଟଙ୍କା(ଏକ୍ସ-ସୋରୁମ୍‌)

Zeek 4X – ୧୧୫,୦୦୦ ଟଙ୍କା(ଏକ୍ସ-ସୋରୁମ୍‌)

ରେଞ୍ଜ :

ଏହାର ବ୍ୟାଟେରୀ ଚାର୍ଜ କରିବା ପାଇଁ ୪-୬ ଘଣ୍ଟା ସମୟ ଲାଗିଥାଏ । ଏହି ବ୍ୟାଟେରୀ ଥରେ ଚାର୍ଜ କଲେ ୯୦ ରୁ ୧୦୦ କିମି ଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କମ୍ପାନୀ ଭାରତର ଏକ ଅଗ୍ରଣୀ କମ୍ପାନୀ, ଆମେ ଲୋକଙ୍କ ଚାହିଦା ଅନୁଯାୟୀ ଗାଡିର କ୍ୱାଲିଟି ଓ ଡିଜାଇନରେ ପରିବର୍ତ୍ତନ ଆଣିଥାଉ ବୋଲି କମ୍ପାନୀର ସଂସ୍ଥାପକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.