Jioର ଧମାକାଦାର ଅଫର୍‌! ଏମିତି ମାଗଣାରେ ପାଇବେ ୨୮ ଦିନର ପ୍ଲାନ୍‌, ଦୈନିକ ଇଣ୍ଟରନେଟ୍‌ ସହିତ ମିଳିବ ଏତେ ଫାଇଦା

Reliance Jio, Jio ପ୍ରିପେଡ୍‌ କନେକ୍ସନ ନେଉଥିବା ଲୋକଙ୍କ ପାଇଁ ଏକ ଅଫର୍‌ ଆଣିଛି, ଯେଉଁଠି ୟୁଜରମାନଙ୍କୁ ୨୮ ଦିନର ବୈଧତାଯୁକ୍ତ ପ୍ଲାନ୍‌ ମାଗଣାରେ ଅଫର କରାଯିବ। Reliance Jio ବର୍ତ୍ତମାନ ମୋବାଇଲ ନମ୍ବରଗୁଡ଼ିକୁ ପୋର୍ଟ କରିବା ଏବଂ ନୂଆ ପ୍ରିପେଡ୍‌ କନେକ୍ସନ ପ୍ରାପ୍ତ କରିବା ପାଇଁ ‘JioTogether’ ନାମରେ ଏକ ରେଫରାଲ୍‌ ଅଫର୍‌ ଲଞ୍ଚ୍‌ କରିଛି। ଏହି ଖାସ୍‌ ଅଫର ବର୍ତ୍ତମାନ ଗ୍ରାହକମାନଙ୍କ ପାଇଁ Faced Manorରୁ ଉପଲବ୍ଧ କରାଯାଇଛି। Jio େଓ୍ଵବ୍‌ସାଇଟରେ ନିୟମ ଓ ସର୍ତ୍ତ ମୁତାବକ, ଏହି ଯୋଜନା ଅଧୀନରେ ରେଫରର୍‌ ଓ ରେଫରି ଦୁଇଜଣଙ୍କୁ ୯୮ ଟଙ୍କା ଏବଂ ୩୪୯ ଟଙ୍କାର ମାଗଣା ରିଚାର୍ଜ ଭାଉଚର ମିଳିବ। ଏହାଛଡ଼ା Jio ବିଭିନ୍ନ ବ୍ରାଣ୍ଡରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଡିସ୍‌କାଉଣ୍ଟ ଭାଉଚର ମଧ୍ୟ ପ୍ରଦାନ କରିବ।

ଏମିତି ମିଳିବ Jioର ମାଗଣା ରିଚାର୍ଜ

ଅଧିକ ରେଫରାଲ୍‌ ପାଇବା ପାଇଁ Jio ଗ୍ରାହକମାନଙ୍କୁ ପ୍ରତ୍ୟେକ ଥର ଅଧିକ ଦାମ୍‌ ଯୁକ୍ତ ଭାଉଚର ଦେବ। ପ୍ରଥମ ରେଫରାଲରେ ଗ୍ରାହକଙ୍କୁ ୯୮ ଟଙ୍କାର ମାଗଣା ରିଚାର୍ଜ ମିଳିବ, ଯେଉଁଥିରେ ଦୈନିକ 1.5GB ଡାଟା ସହ ୧୪ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ କଲିଙ୍ଗର ସୁବିଧା ମିଳିବ। ପୁଣି ୧୨ତମ ରେଫରାଲରେ ଗ୍ରାହକମାନଙ୍କୁ ୩୪୯ ଟଙ୍କାର ୬ ଭାଉଚର ମିଳିବ। ପ୍ରତି ଭାଉଚରରେ ପ୍ରତିଦିନ 3GB ଡାଟା ଏବଂ ୨୮ ଦିନ ପାଇଁ ଅନଲିମିଟେଡ୍‌ କଲିଙ୍ଗ୍‌ର ସୁବିଧା ମିଳିବ।

ଲାଇଭ ହୋଇ ସାରିଛି ଅଫର୍‌

ଏହି ଅଫର୍‌ ୧୨ ଅକ୍ଟୋବର, ୨୦୨୧ରୁ ଲାଇଭ୍‌ ରହିଛି। Jio ଏହି ଅଫରକୁ ପର୍ଯ୍ୟାୟକ୍ରମେ ରୋଲ୍‌ ଆଉଟ କରୁଛି। ଯୋଗ୍ୟ ଗ୍ରାହକମାନଙ୍କୁ Reliance Jio ତରଫରୁ ଏକ ଭିଡିଓ ସହିତ ଏକ ବାର୍ତ୍ତା ମଧ୍ୟ ପ୍ରାପ୍ତ ହେବ, ଯାହାକୁ କୌଣସି ବି ବ୍ୟକ୍ତିଙ୍କୁ ପଠାଯାଇ ପାରିବ(ଯେଉଁମାନେ Jioକୁ ପୋର୍ଟ କରୁଛନ୍ତି କିମ୍ବା ଏକ ନୂଆ Jio ନମ୍ବର ପ୍ରାପ୍ତ କରୁଛନ୍ତି)।

ହ୍ଵାଟସ୍‌ଆପ ଜରିଆରେ ପଠାଇବାକୁ ହେବ ମେସେଜ

ଭାଉଚର ପ୍ରାପ୍ତ କରିବା ପାଇଁ ରେଫର୍ଡ ୟୁଜରଙ୍କୁ ନିଜ ସିମ୍‌କୁ ଆକ୍ଟିଭ୍‌ କରିବା ଲାଗି ପ୍ରଥମେ ୧୯୯ କିମ୍ବା ୨୪୯ ଟଙ୍କାରେ ରିଚାର୍ଜ କରିବାକୁ ହେବ। ଏଥି ସହିତ ରେଫର୍ଡ କୋଡ୍‌ ସେୟାର କରିବାକୁ ହେବ। ଥରେ ସିମ୍‌ ଆକ୍ଟିଭ୍‌ ହୋଇଯିବା ପରେ ତାଙ୍କୁ ‘Friend’ ଲେଖି 79774 79774କୁ ହ୍ଵାଟସ୍‌ଆପ କରିବାକୁ ପଡ଼ିବ ଏବଂ ୩ ଦିନ ଭିତରେ ରେଫରର୍‌ଙ୍କ ମୋବାଇଲ୍‌ ନମ୍ବର ଜମା କରିବାକୁ ହେବ। ସଫଳ ରେଫରାଲ ପରେ ଭାଉଚର ତାଙ୍କ ନମ୍ବରରେ ଯୋଡ଼ି ଦିଆଯିବ।

Leave A Reply

Your email address will not be published.