Facebook ଫେସବୁକ ଉପରେ ଲାଗିଛି ୮ କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ବିକ୍ରି କରିଥିବା ଅଭିଯୋଗ,ଦେବାକୁ ପଡିପାରେ ଜରିମାନା

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ସାଇଟ ଫେସବୁକରେ ପୁଣିଥରେ ବଡ ଆରୋପ ଲଗାଯାଇଛି। ଖବର ଅଛି ଯେ ଫେସବୁକ ନିଜର ୮.୭ କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଅନ୍ୟ କେଉଁ କମ୍ପାନୀ ସହିତ ସେୟାର କରିଛି ଏବଂ ଏଥିପାଇଁ ଫେସବୁକ ଉପରେ ଆରବ ଡଲାର୍ସର ଜରିମାନା ମଧ୍ୟ ଲଗାଯାଇପାରେ। ଏହି ମାମଲା ମଧ୍ୟ ପଲିଟିକାଲ କନ୍ସଲ୍ଟିଙ୍ଗ ଫର୍ମ କେମ୍ବ୍ରିଜ ଆନାଲିଟିକ ସହିତ ଜଡିତ ଅଛି।

କୁହାଯାଉଛି ଯେ ଫେସବୁକ କେମ୍ବ୍ରିଜ ଆନାଲିଟିକକୁ ଭୁଲ ଢ଼ଙ୍ଗରେ ନିଜର ୮.୭ କୋଟି ୟୁଜର୍ସଙ୍କର ବ୍ୟକ୍ତିଜତ ସୂଚନା ଦେଇଛନ୍ତି। ଫେସବୁକର ଏହି ଡାଟା ଲିକ ମାମଲାର ଯାଞ୍ଚ କରୁଛନ୍ତି ଫେଡରାଲ ଟ୍ରେଡ୍ କମିଶନ। ସେ କହିଛନ୍ତି ଯେ ଫେସବୁକ ୨୦୧୧ ମସିହାରେ ହୋଇଥିବା ସେଫଗାର୍ଡ ୟୁଜର୍ସ ପ୍ରାଇଭେସୀର ନିୟମ ଉଲଙ୍ଘନ କରିଛନ୍ତି।

Cambridge-Analyticaଫେସବୁକ ଉପରେ ଲାଗିଛି ୫ ଲକ୍ଷ ପାଉଣ୍ଡର ଜରିମାନା

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କେମ୍ବ୍ରିଜ ଆନାଲିଟିକ ସହିତ ୟୁଜର୍ସଙ୍କ ଡାଟା ସେୟାର କରିବାକୁ ନେଇ ଗତବର୍ଷ ଫେସବୁକ ଉପରେ ବ୍ରିଟେନର ସୂଚନା ଆୟୁକ୍ତ କାର‌୍ୟ୍ୟାଳୟ ପାଞ୍ଚ ଲକ୍ଷ ପାଉଣ୍ଡର ଜରିମାନା ଲଗାଇଥିଲେ। ଆଇସିଓ କହିଥିଲେ ଯେ ତାଙ୍କର ଯାଞ୍ଚରେ ଏହା ଜଣାପଡିଲା ଯେ ଫେସବୁକ ୨୦୦୭ ରୁ ୨୦୧୪ ମଧ୍ୟରେ ଥିବା ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନାକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରିଛନ୍ତି।