ଫେସବୁକ ବଗ୍ : ଅନବ୍ଲକ୍ ହେଲା ୮୦ହଜାର ଆକାଉଣ୍ଟ

Facebook-Bugନୂଆଦିଲ୍ଲୀ : ଆପଣ ଆପଣଙ୍କ ଫେସବୁକ୍ ଆକାଉଣ୍ଟରେ କୌଣସି ବ୍ୟକ୍ତିଙ୍କୁ ବ୍ଲକ୍ କରିଥିଲେ କି ? ଯଦି କରିଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ । ନିକଟରେ ଫେସବୁକରେ ଏକ ବଗ୍ ଆସିବା କାରଣରୁ କମ୍ପାନୀ ବ୍ଲକ୍ ହୋଇଥିବା ୮୦ ହଜାର ଆକାଉଣ୍ଟ ଅନବ୍ଲକ୍ କରିଛି। ଯାହା ଫଳରେ ବ୍ଲକ୍ ଆକାଉଣ୍ଟ ଗୁଡ଼ିଙ୍କୁ ମେସେଜ୍ ଏବଂ ପୋଷ୍ଟ କରିବାର ସୁବିଧା ମିଳିଯାଇଛି।

ଏନଗେଜେଟର ରିପୋର୍ଟ ମୁତାବକ , ଫେସବୁକ୍ କମ୍ପାନୀରେ ମଇ ୨୯ ରୁ ଜୁନ୍ ୫ ମଧ୍ୟରେ ବଗ୍ ଆସିଥିଲା। ଏହି କାରଣରୁ ପ୍ରାୟ ୮୩ ପ୍ରତିଶତ ଫେସବୁକ୍ ଗ୍ରାହାକ ପ୍ରଭାବିତ ହୋଇଛନ୍ତି । ତେବେ ଏହି ବଗକୁ ଠିକ୍ କରାଯାଇଥିବା କହିଛନ୍ତି ଫେସବୁକ୍ କର୍ମକର୍ତ୍ତା । ଏହି ବଗ୍ ଦ୍ବାରା ବ୍ଲକ୍ ଥିବା ଗ୍ରାହକ ଅନବ୍ଲକ୍ ହୋଇଛନ୍ତି ଯାହା ଫଳରେ ସେମାନେ ପୁଣିଥିରେ ୟୁଜର୍ସଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ମଧ୍ୟ ଆରମ୍ଭ କରିଛନ୍ତି । ଫଳରେ ୟୁଜର୍ସଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି ।

ଯଦି ଆପଣ କାହାକୁ ବ୍ଲକ୍ କରିଥିଲେ ତେବେ ନିଜ ଆକାଉଣ୍ଟର ଅପସନ୍ କୁ ଯାଇ ଦେଖିପାରିବେ। ଯଦି ଆପଣ ବ୍ଲକ୍ କରିଥିବା ଗ୍ରାହକ ସେହି ତାଲିକାରେ ରହିନାହିଁ ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ଏହି ବଗର ଶିକାର ହୋଇଛି ଜାଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.