ଫେସବୁକରେ ବିଜ୍ଞାପନ ଉପରେ ଲାଗିଲା ରୋକ୍ , କେବଳ ଭେରିଫାଏ ଗ୍ରାହକ ଦେଇପାରିବେ ବିଜ୍ଞାପନ

ନୂଆଦିଲ୍ଲୀ : ଫେସବୁକ୍ ନିକଟରେ ନିଜର ଅନେକ ପ୍ରକାରର ନିୟମ ପରିବର୍ତ୍ତନ କରିଛି। ଗତ ମେ ମାସରେ ହୋଇଥିବା ଏକ ବୈଠକରେ ଫେସବୁକ୍ କହିଥିଲା ତାଙ୍କୁ କମ୍ପାନି ଚଲାଇବାକୁ ହେଲେ କିଏ ଟଙ୍କା ଦେଉଛି ଏବଂ କିଏ ନୁହଁ, ତାହା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯାହା ଫଳରେ ତାଙ୍କୁ ନିକଟରେ ବିଜ୍ଞାପନ କିଣୁଥିବା ବ୍ୟକ୍ତିଙ୍କ ବିଷୟରେ ଜ୍ଞାନ ରହିବା ମଧ୍ୟ ନିହାତି ଆବଶ୍ୟକ। ଏହା ଏଥିପାଇଁ କୁହାଯାଉଛି କାରଣ ୨୦୧୬ ମସିହାରେ ହୋଇଥିବା ପ୍ରେସିଣ୍ଡେସିଆଲ ନିର୍ବାଚନରେ ଆନେକ ପ୍ରକାରର ଫେକ୍ ଆକାଉଣ୍ଟର ଘଟଣା ଆଉଥରେ ଦେଖିବାକୁ ନମିଳୁ।

Facebook

ଆମେରିକି ରାଜ୍ୟ ବର୍ଜିନିଆର ପ୍ରଜାତନ୍ତ୍ରବାଦୀ ଜେନିଫର ବେସ୍କଟନଙ୍କ ଅନୁଯାୟୀ, ଏବେ ହାଉସ ଅଫ୍ ରିପ୍ରେଜେଣ୍ଟସ୍ ସିଟ ପାଇଁ ନିର୍ବାଚନ ଚାଲିଛି। ଏହି ସମୟରେ ଫେସବୁକ୍ କ୍ୟାମ୍ପେନରେ ଅନେକ ପ୍ରକାରର ଅସାମାଜିକାର ଘଟଣା ହେଉଥିବା ଦେଖିବାକୁ ମିଳିଲା। ଯାହା ପରେ ଫେସବୁକ୍ ଏକ ବଡ଼ ନିର୍ଣ୍ଣୟ ନେଇଛି।

ମିଡ଼ିଆ ରିପୋର୍ଟ ମୁତାବକ , ଫେସବୁକରେ ରାଜନୈତିକ ମତାନ୍ତର ଏବଂ ବିଜ୍ଞାପନ ବଢ଼ୁଥିବାକୁ ନଜରରେ ରଖି କମ୍ପାନି ଏକ ନୂଆ ନିୟମ ଲାଗୁ କରିଛି। ଏହା ଦ୍ବାରା ଏବେ କେବଳ ଫେସବୁକ୍ ଦ୍ବାରା ଭେରିଫାଏ ଲୋକ ହିଁ ଏଥିରେ ବଜ୍ଞାପନ ଦେଇପାରିବେ। ଏହା ଦ୍ବାରା ବିଜ୍ଞାପନ ଦେଉଥିବା ବ୍ୟକ୍ତିଙ୍କ ବିଷୟରେ ସମସ୍ତ ସୂଚନା ଫେସବୁକ୍ ପାଖରେ ରହିବ ଏବଂ ସେ ବିଜ୍ଞାପନ ଦେଉଥିବା ତଥା କ୍ରୟ କରିଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ମଧ୍ୟ ରଖିପାରିବେ।

You might also like