ଅପେକ୍ଷାର ହେଲା ଅନ୍ତ : ଆଜି ଠାରୁ ଆରମ୍ଭ ହେବ କିସାନ ପେନସନ ଯୋଜନା, ତିନି ବର୍ଷରେ ୫ କୋଟି ଚାଷୀଙ୍କ ପାଖକୁ ପହଁଚିବାର ଲକ୍ଷ୍ୟ

ଦେଶର ଅନ୍ନଦାତାଙ୍କ ପାଇଁ ଆଠ ବର୍ଷ ପରେ ସମ୍ମାନଜନକ ଜୀବନ ଜିଇଁବା ପାଇଁ କୃଷକ ପେନସନ ଯୋଜନା ଆରମ୍ଭ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ରୀୟ ସିଂହ କୃଷି ମନ୍ତ୍ରୀ ନରେନ୍ଦ୍ର ମୋଦି ସିଂହ ତୋମର ଏହାର ଆରମ୍ଭ ଦିଲ୍ଲୀରୁ କରିବେ। ଯୋଜନା ଦ୍ୱାରା ଚାଷୀଙ୍କୁ ତିନି ହଜାର ଟଙ୍କା ପ୍ରତିମାସ ପେନସନ ରୂପରେ ମିଳିବା ସହିତ ଚାଷୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ପଚାଷ ପ୍ରତିଶତ ରାଶି ମିଳିବ। ଏଥିପାଇଁ ଏଲଆଇସିକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ୨୯ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ମାସିକ ୧୦୦ ଟଙ୍କା ହିସାବରେ ଦେବାକୁ ହେବ ଏବଂ ବଳକା ରାଶି କେନ୍ଦ୍ର ସରକାର ଭରିବେ। ୬୦ ବର୍ଷ ପରେ ଚାଷୀଙ୍କୁ ୩ ହଜାର ଟଙ୍କା ପେନସନ ମିଳିବ।

moneyସରକାର ଏହି ଯୋଜନା ଊପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ରୁ ୪୦ ବର୍ଷର ଚାଷୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଏଥିପାଇଁ କୃଷକଙ୍କୁ ଜମିର ସମ୍ପୂର୍ଣ୍ଣ ବିବରଣୀ ଦେବା ପାଇଁ ଜମିର କାଗଜପତ୍ର ସହିତ ଆଧାର କାର୍ଡ, ଧନଜନ ଖାତାର ବିବରଣୀ ଏବଂ ମୋବାଇଲ ନମ୍ବର ଦେବାକୁ ହେବ। ଏହି ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହିତ ଯୋଡି ହୋଇଥିବା ଦରକାର।

ଏହାସହ ପଢନ୍ତୁ : ପ୍ରତିମାସ ୩୦୦୦ ଟଙ୍କା ପେନସନ ପାଇବା ପାଇଁ ଚାଷୀଙ୍କୁ ଦେବାକୁ ହେବ ଏହ ଜରୁରୀ କାଗଜପତ୍ର

ମୋଦି ସରକାର ଦ୍ୱିତୀୟ କାଯ୍ୟର୍ଳୟରେ ଏହି ଯୋଜନାର ଘୋଷଣା କରିଥିଲେ। ସରକାରଙ୍କ ଯୋଜନା ପୂର୍ବରୁ ତିନି ବର୍ଷରେ ୫ କୋଟି ଚାଷୀଙ୍କୁ ଏହି ଯୋଜନାର ଲାଭ ପହଁଚିବ। ଦେଶରେ ପ୍ରାୟ ୧୪ କୋଟି ଚାଷୀ ଅଛନ୍ତି। ୨୦୨୪ ପର୍ଯ୍ୟନ୍ତରେ ଚାଷୀଙ୍କର ଆୟ ଦ୍ୱିଗୁଣା ହୋଇଯିବ ବୋଲି ସରକାର ଭରଷା ଦେଇଛନ୍ତି।