ସରକାର ଚାଷୀଙ୍କୁ ଦେଲେ ୩ ଲକ୍ଷ ଟଙ୍କାର ଉପହାର, ଏପରି ଚେକ କରନ୍ତୁ

ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହାକୁ ନେଇ ଆଗରୁ ସୂଚନା ମଧ୍ୟ ଦିଆଯାଇଥିଲା । କିନ୍ତୁ ଏବେ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର ହୋଇସାରିଛି।

କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଛି । ଯଦି ଆପଣ ମଧ୍ୟ ଜଣେ ଚାଷୀ ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଯଦି ଆପଣ ୧୪ତମ କିସ୍ତି କୁ ଅପେକ୍ଷା କରିଛନ୍ତି, ତେବେ ଏହା ପୂର୍ବରୁ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଗିଫ୍ଟ । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହାକୁ ନେଇ ଆଗରୁ ସୂଚନା ମଧ୍ୟ ଦିଆଯାଇଥିଲା । କିନ୍ତୁ ଏବେ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର ହୋଇସାରିଛି। ସରକାର ଚାଷୀଙ୍କ ଆୟ ବଢ଼ାଇବା ପାଇଁ ସମୟ ସମୟରେ ଅନେକ ଯୋଜନା ଆରମ୍ଭ କରନ୍ତି । ଏବେ ନିର୍ବାଚନ ପୂର୍ବରୁ ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି ।

କ୍ରେଡିଟ୍ କାର୍ଡର ମିଳିବ ଫାଇଦା :
ଚାଷୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବାକୁ ସରକାର ଏହି ଟଙ୍କା ଟ୍ରାନ୍ସଫର କରିବାକୁ ଯୋଜନା କରିଛନ୍ତି । ଆପଣ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି ଟଙ୍କା ଉଠାଇପାରିବେ । କିଷାନ କାର୍ଡ ମାଧ୍ୟମରେ ଆପଣ ବିନା କୌଣସି ବନ୍ଧକରେ ୩ ଲକ୍ଷ ଟଙ୍କା ପାଇପାରିବେ । ଏହା ଉପରେ ଆପଣଙ୍କୁ ବହୁତ କମ୍ ସୁଧ ଦେବାକୁ ପଡ଼ିବ ।

ଯଦି ଆପଣ କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ପାଇବାକୁ ଆଗ୍ରହୀ, ତେବେ ଆପଣ ବ୍ୟାଙ୍କର ନିକଟତମ ବ୍ରାଞ୍ଚକୁ ଯାଇ ଆବେଦନ କରିପାରିବେ । ଆପଣଙ୍କୁ ଡକ୍ୟୁମେଣ୍ଟ ଦାଖଲ କରିବା ସହ ଆବେଦନ ଫର୍ମ ପୂରଣ କରିବାକୁ ପଡ଼ିବ । ଫର୍ମ ପୂରଣ କରିବା ପରେ ସମସ୍ତ ଜରୁରୀ ଡକ୍ୟୁମେଣ୍ଟଗୁଡ଼ିକୁ ବ୍ୟାଙ୍କ ଅଧିକାରୀଙ୍କୁ ଦେବାକୁ ପଡ଼ିବ । କିଷାନ କ୍ରେଡିଟ୍ କାର୍ଡ ର ଆବେଦନ କରିବା ପାଇଁ ୨ ପାସପୋର୍ଟ ସାଇଜ୍ ଫଟୋ, ଆଧାର କାର୍ଡ ଆଦି ଜରୁରୀ । ଏହା ବ୍ୟତୀତ ଫସଲ ବିଷୟରେ ସୂଚନା ମଧ୍ୟ ଦେବାକୁ ପଡିବ ।

କେସିସି ଅଧୀନରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଦ୍ଧା ହାରରେ ୩ ଲକ୍ଷ ପର୍ଯ୍ୟନ୍ତ ସୁଧ ମିଳିଯାଇପାରିବ । ଆଉ ସମୟରେ କିସ୍ତି ଦେଲେ ୩ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଅର୍ଥାତ ସଚ୍ଚୋଟ କୃଷକ ମାନଙ୍କୁ ମାତ୍ର ୪ ପ୍ରତିଶତ ହାରରେ ହିଁ ଋଣ ମିଳିବ । ପିଏମ କିଷାନ ସ୍କିମ ଅନୁଯାୟୀ ଦେଶର ୧୧ କୋଟି କୃଷକଙ୍କ ଭୂମି ରେକର୍ଡ ଓ ସେମାନଙ୍କ ବାୟୋ ମେଟ୍ରିକ କେନ୍ଦ୍ର ସରକାରଙ୍କ ନିକଟରେ ରହୁଥିବାରୁ ଦୁଇ ସ୍କିମକୁ ଯୋଡି଼ ଦିଆଯାଇଥିବାରୁ ବ୍ୟାଙ୍କ ତରଫରୁ କୌଣସି ପ୍ରକାର ଠକାମୀ କରାଯାଇପାରିବ ନାହିଁ । ଆସନ୍ତା ଦିନରେ ଏହି ଲୋନ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇପାରେ । ସରକାରଙ୍କ ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ୩ କୋଟିରୁ ଅଧିକ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନା ସହିତ ମିଶିଛନ୍ତି । ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । କିଷାନ୍ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ, ୧୮ ରୁ ୭୫ ବର୍ଷ ବୟସର ବ୍ୟକ୍ତି ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.