ଆସିଲା ନୂଆ ନିୟମ, Fastagକୁ ଭୁଲିଯାନ୍ତୁ ! ଏବେ ନମ୍ବର ପ୍ଲେଟରୁ କଟିବ ଆପଣଙ୍କ ଟୋଲ ଟ୍ୟାକ୍ସ

ଆଉ ଟୋଲ ପ୍ଲାଜାରେ ଅଟକିବନି ଗାଡି। ବହୁତ ଜଲଦି ସରକାର ଆଣୁଛନ୍ତି ନୂଆ ନିୟମ। ଯାହାପରେ ଆଉ ଟୋଲ ପ୍ଲାଜାରେ ଅଟକିବନି ଗାଡି। ଟୋଲ ପ୍ଲାଜାରେ ଭିଡ କମ୍‌ କରିବା ପାଇଁ ଟ୍ୟାକ୍ସ ନେବାର ଏକ ନୂଆ ତରିକା ଆଣୁଛନ୍ତି ସରକାର। ଏହାକୁ ଅଟୋମେଟିକ ନମ୍ବର ପ୍ଲେଟ ରିଡର ସିଷ୍ଟମ କୁହାଯାଏ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ୍‌ ଗଡକରୀ ଏହାକୁ ନେଇ ଏକ ପାଇଲଟ ପ୍ରୋଜେକ୍ଟ ଚଲାଉଛନ୍ତି। ଯାହା ଜରିଆରେ ଟୋଲ ହାଇେଓ୍ଵରେ ଚାଲୁଥିବା ବାହନର ଦୂରତା ଆଧାରରେ ଚାର୍ଜ ନିଆଯିବ।

ଏଥିସହ ସରକାର ଜିପିଏସ ଆଧାରିତ ଟୋଲ କଲେକ୍ସନକୁ ନେଇ ମଧ୍ୟ ବିଚାର କରୁଛି। ଯେଉଁଠି GPS ବେସଡ ଟୋଲ କନେକସନ୍‌ ରହିବ ଏବଂ ଟୋଲ ପ୍ଲାଜାରେ ବାହନକୁ ଆଉ ଅଟକିବାକୁ ପଡିବନି। ସେହିପରି ଧାର୍ଯ୍ୟ କରାଯାଇଥିବା ଦୂରତା ଅନୁସାରେ ଟୋଲ ଏକତ୍ର କରାଯିବ। ନିତିନ ଗଡକରୀଙ୍କ କହିବା କଥା ଯେ ଫାସଟାଗ୍‌ ନିୟମ ଦ୍ୱାରା ଭାରତୀୟ ସଡକରେ ଭିଡ କମ୍‌ ହୋଇଛି।

ଗଡକରୀ ଏହାମଧ୍ୟ କହିଛନ୍ତି ଯେ ଟୋଲ ପ୍ଲାଜାରେ ବର୍ଷ ୨୦୧୮-୧୯ରେ ୱେଟିଙ୍ଗ ଟାଇମ ୮ ମିନିଟ୍‌ ଥିଲା। ଫାସଟାଗର ଆରମ୍ଭ ସହିତ ୨୦୨୦-୨୧ ଏବଂ ୨୦୨୧-୨୨ ଭିତରେ ଗାଡି ପାଇଁ ପ୍ରତିକ୍ଷା ସମୟ ହ୍ରାସ କରାଯାଇ ୪୭ ସେକେଣ୍ଡ ହୋଇଗଲା। ଯଦିଓ ଏବେବି କିଛି ସହରରେ ଏବଂ ଭିଡ ଥିବା ଅଞ୍ଚଳରେ ବ୍ୟସ୍ତତା କାରଣରୁ ଟୋଲ ପ୍ଲାଜାରେ ଏବେବି କିଛି ସମୟ ବିଳମ୍ବ ହେଉଛି।

fastagଚାଳକଙ୍କୁ ସୁରକ୍ଷିତ ଏବଂ ସହଜ ଟ୍ରାଫିକ ଅପରେସନ ଆଡକୁ ଆକର୍ଷିତ କରାଇବା ପାଇଁ ଗଡକରୀ କହିଛନ୍ତି ଯେ ସମସ୍ତ ନୂଆ ନ୍ୟାସନାଲ ହାଇେଓ୍ଵ ଏବଂ ବର୍ତ୍ତମାନର ୪ ପ୍ଲସ-ଲେନ୍‌ ଥିବା ନ୍ୟାସନାଲ ହାଇେଓ୍ଵରେ ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ATMs)ଇନଷ୍ଟଲ କରାଯାଉଛି।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଖୁବ୍ଶୀଘ୍ର ସମସ୍ତ ଟୋଲ ପ୍ଲାଜା ଓ ଫାସ୍ ଟ୍ୟାଗ୍କୁ ଶେଷ କରିବାକୁ ଯୋଜନା କରୁଛନ୍ତି। ଫାସ୍ ଟ୍ୟାଗ୍ ବଦଳରେ ଏବେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ଫଳରେ ରାସ୍ତାରେ ଯିବା ବେଳେ ଆଉ ଅଟକିବାକୁ ପଡ଼ିବ ନାହିଁ।

ଏଥିପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଆଉ ଏ ଯୋଜନା କାର୍ଯ୍ୟକାରୀ ହେବା ପରେ ଗାଡ଼ି ନମ୍ବର ପ୍ଲେଟର ଫଟୋ କ୍ୟାମେରାରେ ଉଠା ହେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଟଙ୍କା କଟିଯିବ। ଟୋଲ ପ୍ଲାଜାକୁ ହଟାଇ କ୍ୟାମେରା ଲଗାଇବାକୁ ଯୋଜନା ହେଉଛି। ଏହି କ୍ୟାମେରା ଏଣିକି ଗାଡ଼ିର ନମ୍ବର ପ୍ଲେଟ୍କୁ ପଢ଼ିବ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଟ୍ୟାକ୍ସ କାଟିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.