ମାତ୍ର ୧ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ନିଜ ମନପସନ୍ଦର ହିରୋ କିମ୍ବା ହୋଣ୍ଡାର ନୂଆ ବାଇକ୍‌, ଜାଣନ୍ତୁ କ’ଣ ରହିଛି ଅଫର

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ କମ୍ପାନୀ ସହ ବ୍ୟାଙ୍କ ମଧ୍ୟ ଲାଭ ଉଠାଇବାକୁ ଅଫର ଦେବା ଆରମ୍ଭ କରିଛି। ଏଭଳି ଏକ ଅଫର ନେଇ ଆସିଛି ଫେଡେରାଲ ବ୍ୟାଙ୍କ। ବ୍ୟାଙ୍କ ତରଫରୁ ମାତ୍ର ଏକ ଟଙ୍କା ପେମେଣ୍ଟ କରି ବାଇକ୍‌ କିଣିବାକୁ ଅଫର ଦିଆଯାଇଛି। ଏହି ଅଫରରେ ଆପଣ ହିରୋ, ହୋଣ୍ଡା ଓ ଟିଭିଏସ୍‌ର ନିଜ ପସନ୍ଦର ବାଇକ୍‌ କିଣିପାରିବେ। ଏହି ସୁବିଧା ଦେଶରେ ୯୪୭ଟି ଶୋରୁମ୍‌ରେ ଉପଲବ୍ଧ ହେଉଛି। ଏଥିସହ ଗ୍ରାହକଙ୍କୁ ୫ ପ୍ରତିଶତ କ୍ୟାସ୍‌ ବ୍ୟାକ୍‌ ବି ମିଳିବ। ଏହି ସ୍କିମ୍‌ରେ କୌଣସି ପ୍ରୋସେସିଂ ଫିସ୍‌ ଦେବାକୁ ପଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ଅଫରର ଲାଭ କେମିତି ଉଠାଇବେ …

ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଏହି ଅଫରରେ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଯିବା ଆବଶ୍ୟକତା ନାହିଁ। ଡେବିଟ୍‌ କାର୍ଡରେ ଇଏମ୍‌ଆଇର ସୁବିଧା ମିଳିବ। ଏହି ପ୍ରକ୍ରିୟା ପାଇଁ କୌଣସି କାଗଜପତ୍ର ଦରକାର ନାହିଁ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି। ଏହା ସମ୍ପୂର୍ଣ୍ଣଭାବେ ଅନ୍‌ଲାଇନ୍‌ରେ ହେବ। ଗ୍ରାହକ ଘରେ ରହି ମଧ୍ୟ ଏହାର ଲାଭ ଉଠାଇପାରିବେ।

federal-bank

ଫେଡେରାଲ ବ୍ୟାଙ୍କର କହିବାନୁସାରେ ଗ୍ରାହକ ୩, ୬, ୯ କିମ୍ବା ୧୨ ମାସର ରିପେମେଣ୍ଟ ଅବଧି ଚୟନ କରିପାରିବେ। ଏହି ଯୋଜନା ଅନ୍ତର୍ଗତ ଋଣ ଉପରେ କୌଣସି ପ୍ରୋସେସିଂ ଚାର୍ଜ ଲାଗିବ ନାହିଁ।

ଗ୍ରାହକଙ୍କୁ ଏଥିପାଇଁ ୫୬୭୬୭୬୨ ନମ୍ବରରେ ଏସ୍‌ଏମ୍‌ଏସ୍‌ କିମ୍ବା ୭୮୧୨୯୦୦୯୦୦ ରେ ମିସ୍‌ଡ କଲ ଦେବାକୁ ପଡ଼ିବ। ଏହା ମାଧ୍ୟମରେ ଇଏମ୍‌ଆଇ ବିଷୟରେ ମଧ୍ୟ ସୂଚନା ମିଳିପାରିବ।

Hero

ଫେଡେରାଲ ବ୍ୟାଙ୍କ ସାରା ଦେଶରେ ୩୬,୦୦୦ ଷ୍ଟୋରରେ ଡେବିଟ୍‌ କାର୍ଡରେ ଇଏମ୍‌ଆଇ ପେମେଣ୍ଟର ସୁବିଧା ଦେଉଛି। ବ୍ୟାଙ୍କ ଇ-କମର୍ସ ପୋର୍ଟାଲ ଆମାଜନ୍‌ ଓ ଫ୍ଲିପ୍‌କାର୍ଟରେ କିଣାକିଣି କରିବା ପାଇଁ ଇଏମ୍‌ଆଇ ସୁବିଧା ଦେଉଛି।

Leave A Reply

Your email address will not be published.