ବଦଳିଲା Credit-Debit କାର୍ଡ ପେମେଣ୍ଟ ନିୟମ

Credit-Debit କାର୍ଡ ପେମେଣ୍ଟରେ ବଦଳିଲା ନିୟମ, ବିତ୍ତ ମନ୍ତ୍ରାଳୟ ଜାରି କଲା ନୂଆ ନୋଟିଫିକେସନ। ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ଏବେ ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ କଲେ ଆପଣଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ ।

ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ଏବେ ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ କଲେ ଆପଣଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ । ଏ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ କେନ୍ଦ୍ର ସରକାର ପରାମର୍ଶ କରିଥିଲେ । ତେଣୁ ବିଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରିବା ପାଇଁ ସୋର୍ସ ଉପରେ ଟ୍ୟାକ୍ସ କଲେକ୍ସନ ବା ଟିସିଏସ ଲାଗୁ କରିବାକୁ ନିଷ୍ପତ୍ତି କରାଯାଇଛି ।

ତେବେ ଆସନ୍ତା ଜୁଲାଇ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଅଧିନରେ ପୁରୁଣା ନିୟମରେ ସଂଶୋଧନ କରି ଏକ ନୂଆ ନୋଟିଫିକେସନ ଜାରି କରିଛନ୍ତି । ଭାରତ ବାହାରେ କ୍ରେଡିଟ କାର୍ଡ ମାଧ୍ୟମରେ ଖର୍ଚ୍ଚ କରାଗଲେ ତାହାକୁ ଲିବେରାଲାଇଜଡ୍ ରେମିଟାନ୍ସ ସ୍କିମ ବା ଏଲଆରଏସ ରେ ସାମିଲ କରାଯିବ । ସେଥିପାଇଁ ଆକ୍ଟରୁ ସେକ୍ସନ-୭କୁ ହଟାଇ ଦିଆଯ ।

ଆସନ୍ତା ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଟିଏସସ ରେଟ ୫% ରହିବ । ମାତ୍ର ଜୁଲାଇ ୧ରୁ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡ ଉପରେ ଏହା ୨୦% ହୋଇଯିବ । ସେହିପରି ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ କ୍ରେଡିଟ କାର୍ଡର ଉପଯୋଗ ଗତ ମାର୍ଚ୍ଚ ୧୬ରୁ ଏଲଆରଏସ ଅଧିନକୁ ଚାଲିଆସିଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲୋକଙ୍କୁ ଏଣିକି ଅଧିକ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେଣୁ କରଦାତା ଆୟକର ରିଟର୍ଣ୍ଣ ସମୟରେ ୨୦ ପ୍ରତିଶତ ଟିସିଏସ ଫେରିପାଇବା ନେଇ ଦାବି କରିପାରନ୍ତି । କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ପଠାଯାଉଥିବା ଅର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ଫେମା ଆଇନରେ ସଂଶୋଧନ କରାଯାଇଛି । ଏହି ନିୟମ ପରିବର୍ତ୍ତନ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.