ପ୍ରଥମ ଇଲେକ୍ଟ୍ରିକ୍‌ କାର ଆଣିବା ପାଇଁ ପ୍ରସ୍ତୁତ ହେଉଛି Ferrari, ଜାଣନ୍ତୁ କେତେ ରହିବ ଦାମ୍‌

ଷ୍ଟାଇଲିସ୍‌ ଡିଜାଇନ୍‌ ତଥା ବିଳାସପୂର୍ଣ୍ଣ କାର ତିଆରି ପାଇଁ ସାରା ବିଶ୍ୱରେ Ferrari ବେଶ୍‌ ଜଣାଶୁଣା । Ferrari କମ୍ପାନୀ ବର୍ତ୍ତମାନ ଇଲେକ୍ଟ୍ରିକ୍‌ କାର ଆଣିବା ପାଇଁ ପ୍ରସ୍ତୁତ ହେଉଛି । Ferrari ପ୍ରଥମ ଇଲେକ୍ଟ୍ରିକ୍‌ କାର ତିଆରି କରିବାକୁ ପ୍ଲାନ୍‌ କରୁଛି। ବିଶ୍ୱରେ ଇଲେକ୍ଟ୍ରିକ୍‌ କାରଗୁଡିକର ଚାହିଦା ଲଗାତାର ଭାବରେ ବୃଦ୍ଧି ପାଉଛି । ତେଣୁ Ferrari ମଧ୍ୟ ଇଲେକ୍ଟ୍ରିକ୍‌ କାର ଆଣିବ ବୋଲି ପ୍ଲାନ୍‌ କରୁଛି ।

Ferrari ନାଁ ଶୁଣିଲେ ହିଁ କାରର ଦାମ୍‌ କଥା ମନକୁ ଆସେ । କମ୍ପାନୀର ଇଲେକ୍ଟ୍ରିକ୍ କାରର ଦାମ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସୂଚନା ଅନୁଯାୟୀ ଏହି ବିଳାସପୂର୍ଣ୍ଣ ଇଲେକ୍ଟ୍ରିକ୍‌ କାରର ମୂଲ୍ୟ ୫ ଲକ୍ଷ ୟୁରୋ କିମ୍ବା ୫,୩୫,୦୦୦ ଡଲାର ହୋଇପାରେ । ଭାରତୀୟ ଟଙ୍କାରେ ଏହି କାରର ମୂଲ୍ୟ ୪.୧୭ କୋଟି ଟଙ୍କା ହେବ। Ferrari ଅଟୋମେକର୍ସ ଏହି କାର ମଡେଲ ପାଇଁ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି ।

ଆସନ୍ତା ବର୍ଷ ୨୦୨୫ ଶେଷ ସୁଦ୍ଧା Ferrari ର ଇଲେକ୍ଟ୍ରିକ୍‌ କାର ବିଶ୍ୱ ବଜାରରେ ଲଞ୍ଚ ହୋଇପାରେ । Ferrari ଏପର୍ଯ୍ୟନ୍ତ ଏହାର ପ୍ରଥମ ଇଲେକ୍ଟ୍ରିକ୍‌ କାରର ମୂଲ୍ୟ ବିଷୟରେ କୌଣସି ଘୋଷଣା କରିନାହିଁ। Ferrari ବ୍ରାଣ୍ଡ ଏହାର ନୂଆ ପ୍ଲାଣ୍ଟ ବିଷୟରେ ମଧ୍ୟ କିଛି ପ୍ରକାଶ କରି ନାହିଁ । ସୂଚନା ଅନୁସାରେ ଏହା ଉତ୍ତର ଇଟାଲୀର ମରାନେଲୋରେ ସ୍ଥାପିତ ହୋଇପାରିବ । ମରାନେଲୋରେ ସ୍ଥାପିତ ହେବାକୁ ଥିବା ନୂଆ ପ୍ଲାଣ୍ଟରେ Ferrari ଏହାର ପେଟ୍ରୋଲ ଏବଂ ହାଇବ୍ରିଡ୍ କାର ମଧ୍ୟ ପ୍ରଡକ୍ସନ କରିବ । ଏହି ପ୍ଲାଣ୍ଟରେ ଆଗାମୀ ନୂଆ ଇଲେକ୍ଟ୍ରିକ୍‌ କାର ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି ।

You might also like