ଫେଷ୍ଟିଭାଲ ଅଫର: ବଜାରକୁ ଆସିଲା ସବୁଠୁ ଶସ୍ତା ଓ ମାଇଲେଜ ବାଲା ସେଭେନ୍ ସିଟ୍ ର କାର୍

ଯଦି ଆପଣଙ୍କ ପାଖରେ ବଜେଟ୍ କମ ଅଛି ଓ ଏହି ପାର୍ବଣ ଋତୁରେ ଏକ ବଡ଼ କାର କିଣିବାକୁ ଚିନ୍ତା କରୁଛନ୍ତି ତେବେ ବଜାରରେ ଆପଣଙ୍କ ପାଇଁ ସୀମିତ ବିକଳ୍ପ ଅଛି । କାରଣ ବଜାରରେ ୫ଟି ସିଟ୍ କାର ବହୁତ ଉପଲବ୍ଧ ରହିଛି , କିନ୍ତୁ ସାତଟି ସିଟ୍ ଥିବା କାର ବହୁତ କମ୍ ମିଳେ। କିନ୍ତୁ ଆଜି ଆମେ ଆପଣଙ୍କୁ ୭ ଟି ସାତୋଟି ସିଟ୍ ଥିବା କାର ବିଷୟରେ କହିବାକୁ ଯାଉଛୁ ଯାହା ସୁଲଭ ଏବଂ ସର୍ବୋତ୍ତମ ଅଟେ । ଯେଉଁଥିରେ ଆପଣ ପୁରା ପରିବାର ବସି ଯାତ୍ରା କରିପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

Renault Triber 

୭ ଟି ସିଟ୍ ଥିବା କାର ତାଲିକାରେ ପ୍ରଥମ ନାମରେନାଲ୍ଟ୍ ଟ୍ରାଇବର ରହିଛି । ଭାରତୀୟ ବଜାରରେ ଟ୍ରାଇବର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫.୨୦ ଲକ୍ଷ ଟଙ୍କା । ସେହିପରି ଟପ୍ ଭାରିଆଣ୍ଟର ମୂଲ୍ୟ ୭,୫୦,୦୦୦ ଟଙ୍କା ରହିଛି। ଭାରତୀୟ ବଜାରରେ ମଧ୍ୟବିତ୍ତ ପରିବାର ପାଇଁ ଏହା ଏକ ଶସ୍ତା ଭଲ କାର । ଏହାର ଲୁକ୍ ଏକ ପ୍ରିମିୟମ୍ କାର୍ ଠାରୁ କମ୍ ନୁହେଁ ।

ରେନାଲ୍ଟ୍ ଟ୍ରାଇବରର ଏକ 999ccର 3-ସିଲିଣ୍ଡର ଥିବା ଇଞ୍ଜିନ୍ ରହିଛି , ଯାହା 6250 Rpm ରେ 71 Hpର ପାୱାର ଏବଂ 3500 Rpm ରେ 96 Nm ଟର୍କ ଉତ୍ପାଦନ କରିଥାଏ । ଫିଚର୍ସ ବିଷୟରେ କହିବାକୁ ଗଲେ, ଟ୍ରାଇବରରେ 8-ଇଞ୍ଚ୍ ଟଚ୍ ସ୍କ୍ରିନ୍ ଇନଫୋଟେମେଣ୍ଟ ସିଷ୍ଟମ୍, ଦ୍ୱିତୀୟ ଏବଂ ତୃତୀୟ ଧାଡି ସିଟ୍ ପାଇଁ ଏସିଭେଣ୍ଟ ଏବଂ ସୁରକ୍ଷା ପାଇଁ ଏୟାରବ୍ୟାଗ ଭଳି ଫିଚର୍ସ ରହିଛି ।

Datsun Go Plus 

ଏଥିରେ ଦ୍ୱିତୀୟ ନାମ Datsun Go Plus ରହିଛି । ଯାହାର ଆରମ୍ଭ ମୂଲ୍ୟ ୪.୨୦ ଲକ୍ଷ ଟଙ୍କା । ଅର୍ଥାତ୍ ମଧ୍ୟବିତ୍ତ ବଡ଼ ପରିବାର ପାଇଁ ଏହି କାର ସବୁଠାରୁ ଶସ୍ତା ଅଟେ। ଏହାର ଲୁକ୍ ମଧ୍ୟ ବହୁତ ଭଲ। Datsun Go Plus ରେ 1198cc ର 3 ସିଲିଣ୍ଡର SOHC ପେଟ୍ରୋଲ ଇଞ୍ଜିନ୍ ଅଛି । ଯାହା 5000 Rpm ରେ 67 Hp ର ପାୱାର ଏବଂ 4000 Rpm ରେ 104 Nm ଉତ୍ପାଦନ କରେ ।

Maruti Suzuki Eeco

ଏହା ବ୍ୟତୀତ ମାରୁତି ସୁଜୁକି ଇକୋର ମଧ୍ୟ ବହୁତ ଚାହିଦା ଅଛି । ମାରୁତି ସୁଜୁକି ଇକୋର ପ୍ରାରମ୍ଭିକ ମୂଲ୍ୟ ହେଉଛି ୩,୯୭,୮୦୦ ଟଙ୍କା ରହିଛି । ଅର୍ଥାତ୍ ଏହି କାର ୪ଲକ୍ଷରୁ କମ୍ ମୂଲ୍ୟରେ ଏହି କାର ଉପଲବ୍ଧ । ଇକୋ 1196cc 4-ସିଲିଣ୍ଡରର ପେଟ୍ରୋଲ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା 6000 Rpm ରେ 72.41 Hp ଏବଂ 3000 Rpm ରେ 101 Nm ଟର୍କ ଉତ୍ପାଦନ କରେ। ମାରୁତି ସୁଜୁକି ଇକୋ ପେଟ୍ରୋଲରେ ଲିଟର ପିଛା ୧୬.୧୧ କିଲୋମିଟର ଏବଂ ମାରୁତି ସୁଜୁକି ଇକୋ CNG ରେ ୨୧.୯୪ କିଲୋମିଟର ମାଇଲେଜ୍ ଦେଇପାରେ ।

Maruti Suzuki Ertiga

ଏହା ବ୍ୟତୀତ ମାରୁତି ସୁଜୁକି ଏର୍ଟିଗା ମଧ୍ୟବିତ୍ତ ବଡ ପରିବାର ପାଇଁ ସର୍ବୋତ୍ତମ କାର ଅଟେ । ଏହି ୭ଟି ସିଟର କାରର ଆରମ୍ଭ ମୂଲ୍ୟ ୭.୫୯ ଲକ୍ଷ ଟଙ୍କା ।ଏହି କାରଟି CNG ଭାରିଆଣ୍ଟରେ ମଧ୍ୟ ଉପଲବ୍ଧ । ଭାରତରେ ଏହି କାର ପାଇଁ ବହୁତ ଚାହିଦା ରହିଛି ।

Toyota Innova Crysta

ଅନ୍ୟପକ୍ଷରେ, ଯଦି ଆପଣଙ୍କ ପାଖରେ ବଜେଟ୍ ଟିକେ ଅଧିକ ଥାଏ , ତେବେ ଆପଣ ମହିନ୍ଦ୍ରାର ୭ଟି ସିଟ୍ ବିଶିଷ୍ଟ କାର Mahindra Marazzoରେ କିଣି ପାରିବେ। ଏହାର ଆରମ୍ଭ ମୂଲ୍ୟ ୯.୬୧ ଲକ୍ଷ ରହିଛି । Toyota Innova ମଧ୍ୟ ଏକ ଉତ୍ତମ ବିକଳ୍ପ । ଯଦି ଆପଣ ଇନୋଭାରେ ଲମ୍ବା ଯାତ୍ରାରେ ଯାଆନ୍ତି , ତେବେ ଯାତ୍ରା ବହୁତ ଆରାମଦାୟକ ହେବ। Toyota Innova Crystaର ଆରମ୍ଭ ମୂଲ୍ୟ ୧୫.୭ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ, ସାତ ସିଟ୍ ବିଶିଷ୍ଟ ବିକଳ୍ପରେ ମହିନ୍ଦ୍ରା XUV700 ମଧ୍ୟ ଉପଲବ୍ଧ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.