ବଜେଟ୍ ୨୦୨୫: HRA, ଧାରା 80C ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ… ବଜେଟରେ ହୋଇପାରେ ଏହି ବଡ଼ ଘୋଷଣା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ରେ ୨୦୨୫ ବଜେଟ୍ ଉପସ୍ଥାପନ କରିବେ । ଏଥିରେ କିଛି ବଡ଼ ଘୋଷଣା ହୋଇପାରେ । ଟିକସଦାତାମାନେ ଏହି ବଜେଟରୁ ବଡ଼ ଆଶା ରଖିଛନ୍ତି । ଅଧିକ ମୁଦ୍ରାସ୍ଫୀତି ଏବଂ ବ୍ୟବହାରକୁ ଦୃଷ୍ଟିରେ ରଖି ଟିକସଦାତାମାନେ ଟିକସ ହାରରେ ହ୍ରାସ ଏବଂ ଛାଡ ସୀମା ବୃଦ୍ଧି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
କୁହାଯାଉଛି ଯେ ସରକାର ନୂତନ ଟିକସ ବ୍ୟବସ୍ଥାରେ କିଛି ଛାଡ ଘୋଷଣା କରିପାରନ୍ତି । ବିଶେଷଜ୍ଞମାନେ ଏଥର ବଜେଟରେ HRA, ଧାରା 80C ଟିକସ ରିହାତି ଏବଂ ୧ ଲକ୍ଷ ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି କରିବାକୁ ଦାବି କରୁଛନ୍ତି ।
କେନ୍ଦ୍ର ବଜେଟ୍ ୨୦୨୦ରେ ନୂତନ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଟିକସ ଭିତ୍ତିଭୂମିକୁ ସରଳ କରିବା ଥିଲା ଏହାର ଉଦ୍ଦେଶ୍ୟ । ଯଦିଓ ଏଥିରେ କୌଣସି ଛାଡ ପ୍ରଦାନ କରାଯାଏ ନାହିଁ । କେବଳ ଷ୍ଟାଣ୍ଡାର୍ଡ ଡିଡକ୍ସନ ହିଁ ମିଳିଥାଏ । ପୁରୁଣା ଟିକସ ବ୍ୟବସ୍ଥାରେ ମଧ୍ୟ ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ଦିଆଯାଏ ।
ବର୍ତ୍ତମାନ ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ରିହାତି ହେଉଛି ୭୫ ହଜାର ଟଙ୍କା, ଯାହାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇପାରିବ । ସେପଟେ ପୁରୁଣା ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ହେଉଛି ୫୦ ହଜାର ଟଙ୍କା । ଏହାକୁ ମଧ୍ୟ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇପାରିବ ।
ଆୟକର ଅଧିନିୟମ, ୧୯୬୧ର ଧାରା 80C ଅନୁଯାୟୀ, ଟିକସଦାତାଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟିକସ ଛାଡ ଦିଆଯାଉଛି । ଏମିତିରେ ବର୍ତ୍ତମାନ ଏହାର ଲିମିଟ୍ ବଢ଼ାଇବାକୁ ଦାବି କରାଯାଉଛି, ଯାହା ଦୀର୍ଘ ଦିନରୁ ବଦଳି ନାହିଁ । ଏହାକୁ ୨ ଲକ୍ଷ ଟଙ୍କା କରିବାକୁ ଦାବି ହେଉଛି ।
ଏବେ ନିବେଶକମାନେ PPF, LIC, PF ଏବଂ ଘର ଋଣ ପରି ସ୍ଥାନରେ ବିନିଯୋଗ କରି ରିହାତି ଦାବି କରିପାରିବେ । ନୂତନ ଟିକସ ବ୍ୟବସ୍ଥାରେ HRA ଛାଡ ଅନ୍ତର୍ଭୁକ୍ତ କରିବାକୁ ଟିକସଦାତା ଦାବି କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ନୂତନ ଯାନ କ୍ରୟ ଉପରେ ୫୦ ପ୍ରତିଶତ ଟ୍ୟାକ୍ସ ରିହାତି ! ପରିବହନ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି, ଜାଣନ୍ତୁ କେମିତି ମିଳିବ ଏହାର ଲାଭ