ବ୍ୟବସାୟ ଓ ଅର୍ଥନୀତି

କାହିଁକି ଏଟିଏମ୍‌ରୁ କମିଯାଉଛି ୨୦୦୦ ଟଙ୍କିଆ ନୋଟ୍‌ : ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ

ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଏହାର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ନ ଛାଡିବା ଲାଗି ସ୍ପଷ୍ଟ କରିସାରିଛି। ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଅର୍ଥ ମନ୍ତ୍ରଣାଳୟ ଦେଇ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ କିମ୍ବା କେନ୍ଦ୍ର ସରକାର ତରଫରୁ ୨୦୦୦ ଟଙ୍କାକୁ ନେଇ କୌଣସି ଅଧିକାରିକ ବୟାନ ଦିଆଯାଇନାହିଁ।

ବ୍ୟାଙ୍କଗୁଡିକର କହିବାନୁଯାୟୀ, ଲୋକମାନେ ୨୦୦୦ ଟଙ୍କିଆ ନୋଟକୁ ଖୁଚୁରା କରିବା ପାଇଁ ଶାଖା ବ୍ୟାଙ୍କକୁ ଆସୁଛନ୍ତି। ସେଥିପାଇଁ ଅଧିକାଂଶ ଏଟିଏମ୍‌ରେ ଗ୍ରାହକଙ୍କୁ ୨୦୦ ଟଙ୍କିଆ ବଦଳରେ ୫୦୦ ଟଙ୍କା ମିଳୁଛି। ଗ୍ରାହକଙ୍କ ସୁବିଧା ଲାଗି ଏଟିଏମ୍‌ରେ କମ୍‌ ମୂଲ୍ୟର ନୋଟ ରଖିବା ନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡିକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । ମାତ୍ର କେତେକ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଏଟିଏମ୍‌କୁ ଛୋଟ ନୋଟ ବାହାରିବା ଭଳି ରିକାଲିବ୍ରେଶନ ବା ସୁବିଧା କରିସାରିନେଣି। ଏହି କ୍ରମରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସମାନ ନୀତି ଆପଣାଉଥିବା ଦେଖାଯାଉଛି।

୨୦୧୬-୧୭ରେ ରିଜର୍ଭ ବ୍ୟାଙ୍କ ୩୫୪୨.୯୯୧ ନିୟୁତ ୨୦୦୦ ଟଙ୍କିଆ ନୋଟ ଛାପିଥିଲା। ୨୦୧୭-୧୮ରେ ଏହା ୧୧୧.୫୦୭ ନିୟୁତ ଏବଂ ୨୦୧୮-୧୯ରେ ଏହା ୪୬.୬୯୦ ନିୟୁତକୁ ଖସିଛି। ଏଥିରୁ ଜଣାପଡୁଛି ଯେ, ଧିରେ ଧିରେ ଏହି ନୋଟଗୁଡିକ କମ୍‌ ବଜାରକୁ ଆସୁଛି। ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ପ୍ରଚଳନରେ ୨୨.୩୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ ରହିଛି। ଏହା ୪ ନଭେମ୍ବର ୨୦୧୬ରେ ୧୭.୭୪ ଲକ୍ଷ କୋଟି ଟଙ୍କା ରହିଥିଲା। ଅକ୍ଟୋବର ୨୦୧୪ ଠାରୁ ଅକ୍ଟୋବର ୨୦୧୬ ମଧ୍ୟରେ ନୋଟ ପ୍ରଚଳନର ବାର୍ଷିକ ହାର ୧୪.୫୧% ରହିଛି।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

2 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

3 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

44 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

58 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago