ବିଧାନସଭାରେ ବଜେଟ: ଶିକ୍ଷା ସହ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରକୁ ଗୁରୁତ୍ବ

ଭୁବନେଶ୍ବର(କେନ୍ୟୁଜ୍):  ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପାନ୍ତରିକରଣ ଉପରେ ଗୁରୁତ୍ୱ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨  ହଜାର ୬୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ୨ ହଜାର ୩୨୫  କୋଟି ଟଙ୍କାର ବ୍ୟୟ ବରାଦ । ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭ ହଜାର ୩୨୪ କୋଟି ଟଙ୍କାର ବ୍ୟୟ ବରାଦ । ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ହେବ । ମନ୍ଦିର ଗୁଡିକର ବିକାଶ ପାଇଁ ୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରାସ୍ତା ନଥିବା ଗାଁକୁ ରାସ୍ତା କରିବା ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ।

ପ୍ରତ୍ୟେକ ବ୍ଲକରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି । ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା । ବସୁଧା ଯୋଜନାରେ ୧୮୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ ୫  ହଜାର ୯୦୬ କୋଟି ଟଙ୍କାର ବ୍ୟୟ ବରାଦ  ହୋଇଛି । ମିଶନ ଶକ୍ତି ବିଭାଗ ପାଇଁ ୨  ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଶକ୍ତି କ୍ଷେତ୍ରକୁ ୩ ହଜାର ୪୮୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗୃହ ବିଭାଗ ପାଇଁ ୭  ହଜାର ୫୫୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

 ୨୦୨୨-୨୩ ଆର୍ଥିକ ବଜେଟକୁ ପ୍ରଗତିଶୀଳ, ଗରିବ କଲ୍ୟାଣ ଓ ବିକାଶମୁଖୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ଜୀବନ ଓ ଜୀବିକା, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ପ୍ରଦାନ କରାଯାଇଛି। ରାଜ୍ୟର ଅଭିବୃଦ୍ଧି ହାରକୁ ଦ୍ରୁତ ଗତିରେ ଆଗେଇ ନେବାକୁ ପୁଞ୍ଜି ବ୍ୟୟକୁ ରାଜ୍ୟ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ ବରାଦ କରାଯାଇଛି । ଏହା ଦ୍ୱାରା ରାଜ୍ୟର ୭୦ଲକ୍ଷ ମହିଳାଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ। ରାଜ୍ୟରେ ଏକ ବଜେଟ ଷ୍ଟାବିଲାଇଜେସନ ଫଣ୍ଡ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଭବିଷ୍ୟତରେ ରାଜସ୍ୱ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ଓ ମୋ ସରକାର ଅଧିନରେ ଏହି ବଜେଟକୁ ପ୍ରସ୍ତୁତ କରାଯାଇଛି। ଏହି ବଜେଟ ରାଜ୍ୟବାସୀଙ୍କ ଅଭିଳାଷକୁ ପୂରଣ କରି ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.