ରେଳ ବିଭାଗ ପକ୍ଷରୁ ମୁମ୍ବାଇରେ ଆରମ୍ଭ ହେଲା ପ୍ରଥମ ପୋଡ୍‌ ହୋଟେଲ, ଦୂର ହେବ ଯାତ୍ରୀଙ୍କ ରୁମ୍‌ ଖୋଜିବା ଟେନ୍‌ସନ୍‌

ଭାରତୀୟ ରେଳ ବିଭାଗ ପକ୍ଷରୁ ମୁମ୍ବାଇ ସେଣ୍ଟାଲ ରେଲୱେ ଷ୍ଟେସନ୍‌ରେ ପ୍ରଥମ ପୋଡ୍‌ ହୋଟେଲ ଖୋଲା ଯାଇଛି। ଏହି ହୋଟେଲରେ ଯାତ୍ରୀଙ୍କୁ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଶସ୍ତାରେ ଯୋଗାଇ ଦିଆଯିବ। ଦୂର ଦୂରାନ୍ତରୁ ଯାତ୍ରା କରି ଆସିଥିବା ଯାତ୍ରୀମାନେ ଏହି ହୋଟେଲ ଯୋଗୁ ଅଧିକ ଲାଭବାନ ହେବେ। ଟ୍ରେନ୍‌ ଯାତ୍ରା ପରେ ଯାତ୍ରୀଙ୍କୁ ଆଉ ଆଧୁନିକ ସୁବିଧା ଥିବା ହୋଟେଲ ପାଇଁ ବୁଲିବାକୁ ପଡ଼ିବ ନାହିଁ। ବୁଧବାର ଦିନ ରାଜ୍ୟ ରେଳ ମନ୍ତ୍ରୀ ରାଓସାହେବ ଦାନବେ ପାଟିଲ ଏହି ହୋଟେଲର ଡିଜିଟାଲ ଉଦ୍‌ଘାଟନ କରିଛନ୍ତି।

ଦାନବେ କହିଛନ୍ତି, ଏହି ହୋଟେଲ ଯାତ୍ରୀଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ। ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ଛୋଟ ବ୍ୟବସାୟ ତଥା କମ୍‌ ସମୟ ପାଇଁ ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହି ହୋଟେଲ ବେଶ୍‌ ଆରାମଦାୟକ ଓ ସୁବିଧାପ୍ରଦ ହେବ।

ମୁମ୍ବାଇକୁ ସୁରତ ଓ ଅହମ୍ମଦାବାଦ ସମେତ ଅନ୍ୟ ସହରରୁ ବେପାର ଉଦ୍ଦେଶ୍ୟରେ ଲୋକମାନେ ଯିବା ଆସିବା କରିଥାନ୍ତି। ଏ ଅବସରରେ ସେମାନେ ମାତ୍ର କିଛି ଘଣ୍ଟା ଭିତରେ ହିଁ ନିଜ କାମ ସାରି ଫେରିଯାଇଥାନ୍ତି। ଏହି ବ୍ୟବସାୟୀମାନଙ୍କୁ ପୋଡ୍‌ ହୋଟେଲ ବେଶ୍‌ ସାହାଯ୍ୟ କରିବ। ଏହି ହୋଟେଲ ଷ୍ଟେସନ୍‌ ପରିସରରେ ଥିବାରୁ ଟ୍ରେନ୍‌ ମିସ୍‌ କରିବା ଭୟ ବି ଆଉ ରହିବ ନାହିଁ।

ପୋଡ୍‌ ହୋଟେଲରେ ଉପଲବ୍ଧ ସୁବିଧା ଓ ଭଡ଼ା :

  • ହୋଟେଲରେ ମୋ ୪୮ଟି ରୁମ୍‌ ରହିଛି।
  • ଏଥିରେ ୩ଟି ଶ୍ରେଣୀ ରହିଛି।
  • ଏହି ହୋଟେଲରେ ୩୦ କ୍ଲାସିକ ପୋଡ୍‌ସ, ମହିଳାଙ୍କ ପାଇଁ ୭ ପୋଡ୍‌ସ, ୧୦ ପ୍ରାଇଭେଟ୍‌ ଓ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ପୋଡ୍‌ ରହିଛି।
  • ୧୨ ଘଣ୍ଟା ପାଇଁ ୯୯୯ ଟଙ୍କା ଓ ୨୪ ଘଣ୍ଟାରେ ୧୯୯୯ ଟଙ୍କା ଦେବାକୁ ହେବ।
  • ପ୍ରାଇଭେର୍ଟ ପୋଡ୍‌ରେ ୧୨ ଘଣ୍ଟା ରହିବା ପାଇଁ ୧୨୪୯ ଟଙ୍କା ଓ ୨୪ ଘଣ୍ଟା ପାଇଁ ୨୪୦୦ ଟଙ୍କା ଦେବାକୁ ହେବ।
  • ଏଠାରେ ମାଗଣା ଓ୍ଵାଇଫାଇ, ଲଗେଜ୍‌ ରୁମ୍‌, ଟଏଲେଟ୍‌, ଓ୍ଵାଶରୁମ୍‌ ଓ ବାଥ୍‌ରୁମ୍‌ ରହିଛି।
  • ପୋଡ୍‌ସ ଭିତରେ ଟିଭି, ଛୋଟ ଲକର, ମିରର, ଏୟାର କଣ୍ଡିସନର ଓ ଏୟାର ଫିଲ୍ଟର ଆଦି ରହିଛି।
Leave A Reply

Your email address will not be published.