ମାତ୍ର ୩ ଦିନ ପରେ ଲଞ୍ଚ୍‌ ହେବାକୁ ଯାଉଛି ମାରୁତିର ପ୍ରଥମ ସନରୁଫ୍‌ କାର, ମିଳିବ ଦମଦାର ଫିଚର୍ସ

ମାରୁତି ସୁଜୁକି ତାର ପ୍ରଥମ ସନରୁଫ୍‌ ବାଲା ଗାଡିକୁ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଆଉ ବେଶି ଦିନ ନୁହେଁ ମାତ୍ର ୩ ଦିନ ପରେ କମ୍ପାନୀ ତାର ଫାଷ୍ଟ ସନରୁଫ୍‌ ଗାଡିକୁ କରିବ ଲଞ୍ଚ୍‌। ଆଉ ସବୁଠୁ ଖାସ୍‌ କଥା ହେଉଛି ଏହି କାରର ଟକ୍କର ହ୍ୟୁଣ୍ଡାଇ କ୍ରେଟା, କିଆ ସେଲଟସ, ଏମଜି ଆଷ୍ଟର, ସ୍କୋଡା କୁସକ୍‌ ଏବଂ ଭକ୍ସଓ୍ଵାଗନ୍‌ ତାଇଗୁନ୍‌ ଭଳି କାର ସହ ହେବ।

ଆମେ ଆପଣଙ୍କୁ ଯେଉଁ କାର ବିଷୟରେ କହୁଛୁ ତାହା ହେଉଛି ମାରୁତି ବ୍ରିଜା। ଭାରତରେ ଦିନେ ସବୁଠୁ ଅଧିକ ବିକ୍ରି ହେଉଥିବା ଏହି ଏସୟୁଭି କାର ମାରୁତି ସୁଜୁକି ବ୍ରିଜା ବିକ୍ରିରେ ବହୁତ ଅଧିକ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଏହି ସେଗମେଣ୍ଟରେ ଆସୁଥିବା କାର ନେକ୍ସନ, ଭେନ୍ୟୁ ଏବଂ ସନେଟ୍‌ ଭଳି ଅନେକ ଗାଡି ସହ ଏହାର ମୁକାବିଲା କାରଣରୁ ବ୍ରିଜାର ଡିମାଣ୍ଡ କମିଯାଇଥିଲା। କିନ୍ତୁ ଏବେ ମାରୁତି ପୂର୍ବ ଅପେକ୍ଷା ବହୁତ ଅଧିକ ଫିଚର୍ସ ଏବଂ ଅନେକ ପରିବର୍ତ୍ତନ କରି ନୂଆ ବ୍ରିଜାକୁ ଆସନ୍ତା ୩୦ ଜୁନରେ ଲଞ୍ଚ୍‌ କରିବାକୁ ଯାଉଛି। କମ୍ପାନୀ ଅଫିସିଆଲ ଭାବେ ଏହାର ବୁକିଙ୍ଗ ବି ଆରମ୍ଭ କରିସାରିଲାଣି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନୂଆ ମାରୁତି ବ୍ରିଜାରେ ଇଲେକଟ୍ରିକ ସନରୁଫ, ନେକ୍ସଟ-ଜେନ ସ୍ମାର୍ଟ ହାଇବ୍ରିଡ କେ-ସିରିଜ୍‌ ଇଞ୍ଜିନ, ପ୍ୟାଡେଲ ସିଫ୍ଟର୍ସ ସହିତ ୬ ସ୍ପିଡ ଅଟୋମେଟିକ ଟ୍ରାନ୍ସମିସନ, ୬ ଏୟାରବ୍ୟାଗ୍‌ ଭଳି ଫିଚର୍ସ ଦେଇଛି।

ମାରୁତି ସୁଜୁକିର ଏହି ଗାଡି ବହୁତ ବଢ଼ିଆ ଲୁକ୍‌ ଦେବା ସହିତ ଏଥିରେ ଅନେକ ଆଡଭାନ୍ସ ଏବଂ ଲାଟେଷ୍ଟ ଫିଚର୍ସ ସହ ଲେସ୍‌ ରହିଛି। ନୂଆ ଇଞ୍ଜିନ ଗିୟରବକ୍ସ ଅପ୍ସନ ଏବଂ ନୂଆ ଇଣ୍ଟେରିୟର ସହିତ ଏହା ଲଞ୍ଚ୍‌ ହେବାକୁ ଯାଉଛି। ରିପୋର୍ଟ ମୁତାବକ ମାରୁତି ସୁଜୁକି ବ୍ରିଜାର ସିଏନଜି ଭର୍ସନ ମଧ୍ୟ ଲଞ୍ଚ୍‌ ହେବାକୁ ଯାଉଛି। ଯଦିଓ ଏହାକୁ କିଛି ସମୟ ପରେ ଲଞ୍ଚ୍‌ କରାଯିବ। ତେବେ ଯଦି ଏପରି ହେବ ତାହେଲେ ନୂଆ ବ୍ରିଜା ଦେଶର ପ୍ରଥମ ସିଏନଜି ଏସୟୁଭି ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.