ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଆଗାମୀ ଜୁଲାଇ ୧ରୁ ବିମାନ ଯାତ୍ରା ମହଙ୍ଗା ହେବ। ଏବେ ଯେଉଁ ଶୁଳ୍କ ୧୩୦ ଟଙ୍କା ଅଛି, ତାହା ଆଗାମୀ ଦିନରେ ୧୫୦ ଟଙ୍କା ହୋଇଯିବ। ଏହା ଜୁଲାଇ ୧ରୁ ଲାଗୁ ହୋଇଯିବ। ଏହା ଦ୍ୱାରା ବିମାନ ଯାତ୍ରା କିଛି ପରିମାଣରେ ବଢ଼ିଯିବ। ଏହି ଶୁଳ୍କକୁ ଏୟାରଲାଇନ ଦ୍ୱାରା ଅସୁଲି କରାଯାଉଛି, ଯାହାକି ବିମାନ ଭଡ଼ାରେ ସାମିଲ ହୋଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏସଂପର୍କରେ ଆଦେଶ ଜାରି କରି କହିଛି, ଦେଶରେ ଯାତ୍ରା ପାଇଁ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି।
ସେହିଭଳି ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏଏସଏଫ ୩.୨୫ ଡଲାରରୁ ବୃଦ୍ଧି ପାଇଁ ୪.୮୫ ଡଲାର କରାଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜୁନ ୭ରେ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଘରୋଇ ଯାତ୍ରୀଙ୍କ ପାଇଁ ଏଏସଏଫ ଶୁଳ୍କ ୧୫୦ ଟଙ୍କା ପ୍ରତି ଯାତ୍ରୀଙ୍କ ପାଇଁ ଲାଗୁ ହେବ। ସେହିଭଳି ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ୪.୮୫ ଡଲାର ପ୍ରତି ଯାତ୍ରୀଙ୍କ ପାଇଁ ହେବ।