ଯାତ୍ରୀଙ୍କ ପାଇଁ ଖୁସି ଖବର, ଆସନ୍ତା ମେ’ ୨୫ରୁ ଦେଶ ବ୍ୟାପୀ ଉଡିବ ବିମାନ

କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ବରେ ଲକଡାଉନ ଜାରି ରହିଥିବା ବେଳେ ଗତ ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ ଲାଗୁ ହେବା ପରେ ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ରେଳ ସେବା ବନ୍ଦ ରହିଥିଲା । ଏନେଇ ଆସନ୍ତା ମେ’ ୨୫ରୁ ଦେଶ ବ୍ୟାପୀ ବିମାନ ଉଡାଣ ନେଇ ଉଭୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଓ ଯାତ୍ରୀଙ୍କ ପାଇଁ ଏସଓପି ଜାରି କରାଯାଇଛି। କରୋନା ପାଇଁ ସମସ୍ତ ଆବଶ୍ୟକ ନିୟମାବଳୀ ସହ ବିମାନରେ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଏନେଇ ସମସ୍ତ ବିମାନ ବନ୍ଦରଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ବିମାନ ସେବା ଆରମ୍ଭ କରିବା ନେଇ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ପୂର୍ବରୁ ସୁରୁଖୁରୁରେ ବିମାନ ସେବା ଚଳାଚଳ ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ ଜଣାଇଥିଲେ ।

airport-ସୂଚନା ମୁତାବକ ଗତ ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ ଲାଗୁ ହେବା ପରେ ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ରେଳ ସେବା ବନ୍ଦ ରହିଥିଲା । ତେବେ ବିଦେଶରେ ଫସି ରହିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଓ ଦେଶ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.