ଲକଡାଉନ ସମୟରେ ଅନଲାଇନରେ ସବୁଠୁ ଅଧିକ କଣ ଖୋଜୁଛନ୍ତି ଲୋକେ, ତଥ୍ୟ ଦେଲା ଫ୍ଲିପକାର୍ଟ

ବର୍ତ୍ତମାନ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଏହାମଧ୍ୟରେ ଗ୍ରୀନ ଜୋନ ଏବଂ ଅରେଞ୍ଜ ଜୋନରେ ଥିବା ଜିଲ୍ଲା ଗୁଡିକରେ କିଛି କୋହଳ କରାଯାଇଛି କିନ୍ତୁ ରେଡ୍‌ ଜୋନରେ ଏବେବି କଠୋର ନିୟମ ରହିଛି। ଏହିସବୁ ମଧ୍ୟରେ ଇ-କମର୍ସ େଓ୍ଵବସାଇଟର ବ୍ୟବସାୟ ପୁଣି ଥରେ ଆରମ୍ଭ ହୋଇଛି। ଏହି ଅନଲାଇନ ସେବା ଆରମ୍ଭ ହୋଇଥିବାର ଯେଉଁ ଜିନିଷର ଆବଶ୍ୟକତା ନାହିଁ ତାର ମଧ୍ୟ ଅର୍ଡର ନିଆାଯାଉଛି। ଗତ ୪ ତାରିଖରୁ ଲୋକମାନେ ଅର୍ଡର କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି। ସୂଚନା ମୁତାବକ ଲକଡାଉନ ସମୟେରେ ଲେକମାନେ ଅନଲାଇନରେ ସବୁଠାରୁ ଅଧିକ କଣ ସର୍ଚ୍ଚ କରୁଛନ୍ତି ତାହାର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।

flipkartରିପୋର୍ଟ ଅନୁଯାୟୀ ଲକଡାଉନରେ ଫ୍ଲିପକାର୍ଟ ସର୍ଚ୍ଚ କରାଯାଇଥିବା ପ୍ରଡକ୍ଟର ତଥ୍ୟ ବାହାର କରିଛି, ଯେଉଁଥିରେ ଜାଣିବାକୁ ମିଳିଛି ଲକଡାଉନରେ ଲୋକମାନେ ସବୁଠାରୁ ଅଧିକ ଇଲେକ୍ଟ୍ରୋନିକ ପ୍ରଡକ୍ଟ ସର୍ଚ୍ଚ କରିଛନ୍ତି। ସର୍ଚ୍ଚ କରାଯାଇଥିବା ଜିସନିଷ ମଧ୍ୟରେ ମୋବାଇଲ ଫୋନ, ଲାପଟପ ଏବଂ ଟ୍ରିମର ସାମିଲ ରହିଛି।

online deliveryସର୍ଚ୍ଚ କରାଯାଇଥିବା ଟପ୍‌-୧୦ ପ୍ରଡକ୍ଟ ମଧ୍ୟରୁ ଜାଣିବାକୁ ମିଳିଛି ଏଥିରେ ସବୁଠାରୁ ଅଧିକ ଲୋକ ମୋବାଇଲ ଫୋନ ଏବଂ ଟ୍ରିମର ସର୍ଚ୍ଚ କରିଛନ୍ତି। ଫ୍ଲିପକାର୍ଟର ସୂଚନା ଅନୁଯାୟୀ ଏପ୍ରିଲ ମାସ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରିମରର ଜାହିଦା ପାଖାପାଖି ୪.୫ ଗୁଣା ବଢିବା ସହ ଶାଢୀ ସର୍ଚ୍ଚିଂ ମଧ୍ୟ ୧.୮ ଗୁଣା ବଢିଯାଇଛି। ଏଥିସହ ଅଧିକାଂଶ ଲୋକମାନେ ଘରେ କାମ କରୁଥିବାରୁ ହେଡଫୋନର ସର୍ଚ୍ଚ ମଧ୍ୟ ୨୦୦ ପ୍ରତିଶତ ବଢିଛି। ଏସବୁ ବ୍ୟତୀତ ଗ୍ୟାସ ଚୁଲ୍ଲା, ଫ୍ୟାନ ଏବଂ ଏସି ସର୍ଚ୍ଚ କରିବା ମଧ୍ୟ ୨ଗୁଣ ବଢିଯାଇଛି। ସୂଚନାଯୋଗ୍ୟ ଫ୍ଲିପକାର୍ଟ କେବଳ ସର୍ଚ୍ଚ କରାଯାଇଥିବା ଜିନିଷ ଗୁଡିକ ବିଷୟୟରେ ତଥ୍ୟ ପ୍ରଦାନ କରିଛି, ଏହାର ଅର୍ଥ ନୁହେଁ ଲୋକମାନେ ଏହି ସବୁ ଜିନିଷ କିଣିଛନ୍ତି।

Leave A Reply

Your email address will not be published.