ଅତିଶୀଘ୍ର ଆସୁଛି Flipkart Big Billion Days Sale 2021, ମିଳିବ ଭାରି ରିହାତି! ଏବେଠୁ ଦେଖି ନିଅନ୍ତୁ କେଉଁ କେଉଁ ଉତ୍ପାଦ ଉପରେ ରହିଛି ଅଫର

ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର Big Billion Days Sale 2021 ଅତିଶୀଘ୍ର ଆସୁଛି। ଯଦିଓ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନାହିଁ। ତେବେ ଫେଷ୍ଟିଭ୍‌ ସିଜନ ଆରମ୍ଭ ହେଉଣୁ ଆପଣ ଜାଣି ରଖନ୍ତୁ ଫ୍ଲିପ୍‌କାର୍ଟ Big Billion Days 2021ରେ କ’ଣ ସବୁ ଅଫର କରିବ। ଫ୍ଲିପ୍‌କାର୍ଟ ସୂଚନା ଦେଇଛି କି, Big Billion Days ସେଲ୍‌ରେ ଆପଣଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ବହୁତ କିଛି ରହିବ। ସ୍ମାର୍ଟଫୋନ, ଟ୍ୟାବ୍‌ଲେଟ, ଟିଭି, ଓ୍ଵାଶିଂ ମେଶିନ ଆଦି ଏକାଧିକ ସାମଗ୍ରୀ ଏଠାରେ ଉପଲବ୍ଧ ଅଛି। ଆପଣ ସମସ୍ତ ଶ୍ରେଣୀରେ ଶାନଦାର ରିହାତି ସାଙ୍ଗକୁ ଅଫରର ଆଶା କରି ପାରିବେ।

Big Billion Days ସେଲର ଟିଜର ମୁତାବକ, ବୋଟ ପ୍ରଡକ୍ଟ ଉପରେ ୮୦ ପ୍ରତିଶତ ଏବଂ ସ୍ମାର୍ଟଓ୍ଵାଚ୍‌ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଡିଜୋ ଭଳି କେତେକ ଅନ୍ୟ ବ୍ରାଣ୍ଡ ୬୦ ପ୍ରତିଶତ ରିହାତି ଉପରେ ଉପଲବ୍ଧ ହେବ। ସେହିପରି ଇଣ୍ଟେଲ ଲ୍ୟାପ୍‌ଟପ୍‌କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦରରେ ଉପଲବ୍ଧ କରାଯିବ।

ସୂଚନା ମୁତାବକ, ଇଲେକ୍ଟ୍ରୋନିକ୍ସ ଏବଂ ଏକ୍ସେସରିଜ୍‌ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ। ଟିଭି ଏବଂ ଅପ୍ଲାୟନ୍ସେଜ୍‌ ଉପରେ ମଧ୍ୟ ଅଫର୍ସ ରହିବ। ରେଫ୍ରିଜରେଟର ୫୦ ପ୍ରତିଶତ ରିହାତି ଉପରେ ଉପଲବ୍ଧ ହେବ। ଘରୋଇ ଉପକରଣ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ। ସେପଟେ ଟିଭି ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିବ।

ଡିସ୍‌କାଉଣ୍ଟ ଅଫର୍ସ ବ୍ୟତୀତ ଫ୍ଲିପ୍‌କାର୍ଟ କ୍ରେଜି ଡିଲ୍ସ ସହିତ ବି ଆସିବ। ତାହା ହେଉଛି, rush hours ଏବଂ flash sale, ଯାହାକି ସକାଳ ୮ଟା, ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୪ଟାରେ ରହିବ। Buy more save more ଅଫର ମଧ୍ୟ ଦିଆଯିବ। କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଫ୍ଲିପ୍‌କାର୍ଟ ଅତିରିକ୍ତ ରିହାତି ଦେବା ପାଇଁ ICICI ଏବଂ Axis Bank ସହିତ ପାର୍ଟନରଶିପ୍‌ କରିଛି। ଏହା ବ୍ୟତୀତ ଉପଭୋକ୍ତାମାନେ Paytm ମାଧ୍ୟମରେ କ୍ରୟ ଉପରେ ସୁନିଶ୍ଚିତ କ୍ୟାଶବ୍ୟାକ ପ୍ରାପ୍ତ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.