ମାତ୍ର ୧୦ ହଜାରରେ କିଣନ୍ତୁ Mi ର ୪୦ ଇଞ୍ଚର ସ୍ମାର୍ଟ ଟିଭି, ଫ୍ଲିପକାର୍ଟରେ ମିଳୁଛି ଦମଦାର ଅଫର

ଫ୍ଲିପକାର୍ଟ ବିଗ ସେଭିଙ୍ଗ୍‌ ଡେଜ୍‌ ସେଲ ଆରମ୍ଭ ହୋଇସାରିଛି। ଏହି ସେଲ୍‌ ଆଜି ଅର୍ଥାତ୍‌ ୧୬ ଡିସେମ୍ବରରୁ ଆରମ୍ଭ ହୋଇସାରିଛି। ଏବଂ ଏହି ଅଫର ୨୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଫ୍ଲିପକାର୍ଟ ସେଲରେ ସ୍ମାର୍ଟଫୋନ୍ସ ଏବଂ ସ୍ମାର୍ଟ ଟିଭି ଉପରେ ଧମାକେଦାର ଡିସକାଉଣ୍ଟ ମିଳୁଛି। ସେଲରେ ବଡ ସାଇଜର ସ୍ମାର୍ଟ ଟିଭି ସବୁ ବହୁତ କମ୍‌ ଦାମରେ ମିଳୁଛି। ସେଲରେ ୪୦ ଇଞ୍ଚର ସ୍ମାର୍ଟଟିିଭି (Mi 4A Horizon Edition 40 inch Android TV) ଉପରେ ଭାରି ଡିକାଉଣ୍ଟ ମିଳୁଛି।

ଯଦି ଆପଣ ଭଲ ସ୍ମାର୍ଟ ଟିଭି କମ୍‌ ବଜେଟରେ ଖୋଜୁଛନ୍ତି ତାହେଲେ ଏହି ସେଲ୍‌ ଆପଣଙ୍କୁ ବହୁତ ଫାଇଦା ଦେବ। ଏମଆଇର ୪୦ ଇଞ୍ଚର ସ୍ମାର୍ଟ ଟିଭିକୁ ବହୁତ ଶସ୍ତାରେ ଆପଣ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଫିଚର୍ସ ବିଷୟରେ। Mi 4A Horizon Edition 40 inch Android TV ର ଲଞ୍ଚ୍‌ ପ୍ରାଇସ୍‌ ୨୯,୯୯୯ ଟଙ୍କା ରହିଛି। କିନ୍ତୁ ଫ୍ଲିପକାର୍ଟର ଏହି ସେଲରେ ଏହି ଟିିଭି ଆପଣଙ୍କୁ ୨୨,୯୯୯ ଟଙ୍କାରେ ମିଳିପାରିବ। ଅର୍ଥାତ୍‌ ଟିଭି ଉପରେ ୨୩%ର ରିହାତି ଆପଣଙ୍କୁ ମିଳୁଛି। ଏହାବ୍ୟତୀତ ବ୍ୟାଙ୍କ ଅଫର୍ସ ଏବଂ ଏକ୍ସଚେଞ୍ଜ ଅଫର ଜରିଆରେ ଟିିଭିର ଦାମ ବି ଆହୁରି କମିଯିବ।

saleଯଦି ଆପଣ ଏସବିଆଇର କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କରୁଛନ୍ତି ତାହେଲେ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ଆପଣଙ୍କୁ ମିଳିବ। ଅର୍ଥାତ ଏଥିରୁ ଆପଣ ପୂରା ୧୫୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ। ଏହିସବୁ ଡିସକଉଣ୍ଟ ପରେ ଟିଭିର ଦାମ୍‌ ୨୧,୪୯୯ ଟଙ୍କା ଆସିଯିବ। ଏହାପରେ ଆହୁରି ବି ଅଫର୍ସ ରହିଛି ଯାହାପରେ ଟିଭିର ଦାମ୍‌ ଆହୁରି ବି କମିଯିବ।

Mi 4A Horizon Edition 40 inch Android TV ଉପରେ ୧୧,୦୦୦ ଟଙ୍କାର ଏକ୍ସଚେଞ୍ଜ ମିଳୁଛି। ଯଦି ଆପଣ ପୁରୁଣା ଟିଭି ଏକ୍ସଚେଞ୍ଜ କରୁଛନ୍ତି ତାହେଲେ ଆପଣ ରିହାତି ପାଇପାରିବେ। ଏତିିକି ଡିସକାଉଣ୍ଟ ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଟିଭିର କଣ୍ଡିସନ୍‌ ଭଲ ଥିବ ଏବଂ ମଡେଲ ଲାଟେଷ୍ଟ ଥିବ। ଯଦି ଆପଣଙ୍କୁ ଏହି ଅଫର ମିଳିଯିବ ତେବେ ଟିଭିର ମୂଲ୍ୟ ହୋଇଯିବ ୧୦,୪୯୯ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.