ବର୍ଷ ୨୦୨୩ର ପ୍ରଥମ ସେଲ୍‌ , ଟିଭି ଫ୍ରିଜ ଉପରେ ବମ୍ପର ଡିସକାଉଣ୍ଟ କେବଳ ଫ୍ଲିପକାର୍ଟ ସେଲରେ

କଣ ଆପଣ ଫ୍ଲିପକାର୍ଟ ସେଲକୁ ଅପେକ୍ଷା କରି ରହିଛନ୍ତି । ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ଫ୍ଲିପକାର୍ଟରେ ବହୁତ ଜଲଦି ନୂଆ ସେଲ୍‌ ଆସିବାକୁ ଯାଉଛି । ରିପବ୍ଲିକ ଡେ ପୂର୍ବରୁ ଇ-କମର୍ସ ପ୍ଲାଟଫର୍ମରେ ବିଗ୍‌ ସେଭିଙ୍ଗ୍‌ ଡେଜ୍‌ ସେଲ୍‌ ଲାଇଭ୍‌ ହେବ । ଏହି ସେଲରେ ସ୍ମାର୍ଟଫୋନ୍ସ, ଲାପଟପ୍‌, ଟିଭି ଏବଂ ଅନ୍ୟ ପ୍ରଡକ୍ଟସ ଉପରେ ଆକର୍ଷକ ଡିସକାଉଣ୍ଟ ମିଳୁଛି । ସେହିପରି ଫ୍ଲିପକାର୍ଟ ପ୍ଲସ ୟୁଜର୍ସଙ୍କୁ ଏହି ସେଲର ଆକ୍ସେସ ଗୋଟେ ଦିନ ପୂର୍ବରୁ ହିଁ ମିଳିଯିବ ।

ଇ-କମର୍ସ ପ୍ଲାଟଫର୍ମ ଅପକମିଙ୍ଗ ସେଲର ତାରିଖକୁ ଘୋଷଣ । କରିଦେଇଛି। ଫ୍ଲିପକାର୍ଟ ସେଲ ୧୫ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ଏବଂ ୨୦ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହାର ମାଇକ୍ରୋସାଇଟ ଲାଇଭ୍‌ ହୋଇସାରିଛି। ଏଠାକୁ ଯାଇ ଆପଣ କିଛି ଅଫର୍ସ ବିଷୟରେ ପତ୍ତା ଲଗାଇପାରିବେ। ଫ୍ଲିପକାର୍ଟର ଅଧିକାଂଶ ଅଫର୍ସକୁ ଯଦିଓ ବର୍ତ୍ତମାନ ହାଇଡ୍‌ କରି ରଖାଯାଇଛି କିନ୍ତୁ ବହୁତ ଜଲଦି ଏହା ସ୍ପଷ୍ଟ ହୋଇଯିବ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହି ସେଲ୍‌ ବିଷୟରେ ଅଧିକ କିଛି।

କେତେ ଟଙ୍କା ମିଳିବ ଡିସକାଉଣ୍ଟ ଜାଣନ୍ତୁ

ସେଲରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ସିଟି ବ୍ୟାଙ୍କର କାର୍ଡସ ଉପରେ ଆକର୍ଷକ ଅଫର ମିଳୁଛି । ଏହି ଦୁଇ ବ୍ୟାଙ୍କସର କ୍ରେଡିଟ ଏବଂ ଡେବିଟ୍‌ କାର୍ଡ ଉପରେ ୧୦ ପରସେଣ୍ଟ ଡିସକାଉଣ୍ଟ ମିଳିବ ।ଏହାବ୍ୟତୀତ ୫ ପ୍ରତିଶତ ଡିସକାଉଣ୍ଟ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ମିଳିବ । ୟୁଜର୍ସ ଫ୍ଲିପକାର୍ଟ ପେ ଲେଟରର ମଧ୍ୟ ଫାଇଦା ଉଠାଇପାରିବେ ।

ଫ୍ଲିପକାର୍ଟ ସେଲରେ ସ୍ମାର୍ଟଫୋନ୍ସ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ମିଳିବ । କମ୍ପାନୀ ସେଲରେ ମିଳୁଥିବା ଅଫର୍ସକୁ ଏବେ ଲାଇଭ୍‌ କରିନାହିଁ । ଯଦିଓ ଏଥିରେ ଆଇଫୋନରେ ଭଲ ଅଫର ମିଳିପାରିବ । ସେହିପରି ଗତ ଦିନରେ ଆଇଫୋନ ୧୪ ଏବଂ ଆଇଫୋନ ୧୪ ପ୍ଲସରେ ଏକ ଟିଜର ଡ୍ରପ୍‌ କରିଥିଲା ।

ଏହା ମୁତାବକ ଏହି ଦୁଇଟି ଫୋନ୍‌ ଏବେ ପର୍ଯ୍ୟନ୍ତ ସବୁଠାରୁ କମ୍‌ ଦାମରେ ମିଳିବ । ଏହାସହିତ Samsung Galaxy Z Flip 3 ରେ ମଧ୍ୟ ଡିସକାଉଣ୍ଟ ହେବ । ସ୍ମାର୍ଟଫୋନ୍ସ ବ୍ୟତୀତ ଅନ୍ୟ ଇଲେକଟ୍ରୋନିକ ଆଇଟମ୍ସରେ ୮୦ ପ୍ରତିଶତ ଡିସକାଉଣ୍ଟ ମିଳିବ । ସେଲରେ ଆପଣ ୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ସାଉଣ୍ଡବାର କିଣିପାରିବେ । ସେହିପରି ୧୫,୯୯୦ ଟଙ୍କାର ପ୍ରାରମ୍ଭିକ ଦାମରେ ଲାପଟପ୍‌ ମିଳିବ। ବେଷ୍ଟ ସେଲିଙ୍ଗ୍‌ ଇୟରଫୋନ୍ସକୁ ଆପଣ ୫୯୯ ଟଙ୍କାର ପ୍ରାରମ୍ଭିକ ଦାମରେ କିଣିପାରିବେ। ସ୍ମାର୍ଟଓ୍ଵାଚ ଆପଣଙ୍କୁ ୧,୨୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ମିଳିବ।

ଟିଭି ଏବଂ ଅନ୍ୟ ଆପ୍ଲାୟନ୍ସରେ ୟୁଜର୍ସଙ୍କୁ ୭୫ ପରସେଣ୍ଟ ଡିସକାଉଣ୍ଟ ମିଳିବ। ଫ୍ଲିପକାର୍ଟ ସେଲରେ ୬୫ ପ୍ରତିଶତ ଡିସକାଉଣ୍ଟରେ ଟିଭି କିଣିପାରିବେ। ସେହିପରି ରେଫ୍ରିଜିରେଟର ଉପରେ ୫୫ ଟଙ୍କ ପ୍ରତିଶତ ଡିସକାଉଣ୍ଟ ମିଳିବ।

କିଚେନ ଆପ୍ଲାୟନ୍ସ ୨୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ମିଳିବ। ଓ୍ଵାସିଙ୍ଗ ମେସିନ ଉପରେ ମଧ୍ୟ ୫୫ ପ୍ରତିଶତ ଡିସକାଉଣ୍ଟ ମିଳିବ। ଏହାବ୍ୟତୀତ ଅନ୍ୟ ପ୍ରଡକ୍ଟସ ଉପରେ ମଧ୍ୟ ଅଫର୍ସ ମିଳିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.