ହୋଲି ପୂର୍ବରୁ ଆରମ୍ଭ ହେଲା ଫ୍ଲିପକାର୍ଟ ସେଲ୍, TV-AC ଉପରେ ୭୫ ପ୍ରତିଶତ ରିହାତି
ଏହି ସେଲରେ ଟିଭି ଏବଂ ଅନ୍ୟାନ୍ୟ ହୋମ୍ ଆପ୍ଲାୟନ୍ସ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଫ୍ଲିପକାର୍ଟରେ ଇଲେକଟ୍ରୋନିକ୍ସ ସେଲ୍ ଚାଲୁଛି । ସେଲ୍ ୨୪ ଫେବୃୟାରୀରୁ ଆରମ୍ଭ ହୋଇ ୨୮ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ଡିସକାଉଣ୍ଟ ବ୍ୟତୀତ ବ୍ୟାଙ୍କ ଅଫର ଏବଂ ଆହୁରି ଅନେକ ବେନିଫିଟ୍ସ ମଧ୍ୟ ମିଳୁଛି ।

ଫ୍ଲିପକାର୍ଟରେ ନୂଆ ସେଲ ଆରମ୍ଭ ହୋଇଯାଇଛି । ଏହି ସେଲରେ ଟିଭି ଏବଂ ଅନ୍ୟାନ୍ୟ ହୋମ୍ ଆପ୍ଲାୟନ୍ସ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଫ୍ଲିପକାର୍ଟରେ ଇଲେକଟ୍ରୋନିକ୍ସ ସେଲ୍ ଚାଲୁଛି । ସେଲ୍ ୨୪ ଫେବୃୟାରୀରୁ ଆରମ୍ଭ ହୋଇ ୨୮ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ଡିସକାଉଣ୍ଟ ବ୍ୟତୀତ ବ୍ୟାଙ୍କ ଅଫର ଏବଂ ଆହୁରି ଅନେକ ବେନିଫିଟ୍ସ ମଧ୍ୟ ମିଳୁଛି ।
ଫ୍ଲିପକାର୍ଟ ସେଲରେ ଆପଣଙ୍କୁ ହୋମ୍ ଆପ୍ଲାଏନ୍ସ ଏବଂ ଟିଭି ଭଳି ପ୍ରଡକ୍ଟସ ଉପରେ ଫାଇଦା ମିଳିବ । ଏଥିରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କାର୍ଡରେ ୧୦% ଡିସକାଉଣ୍ଟ ମଧ୍ୟ ମିଳୁଛି । ସେଲରେ ଆପଣ ୨୩୩୩ ଟଙ୍କାର ପ୍ରାରମ୍ଭିକ ଦାମ ଇଏମଆଇରେ ଏୟାର କଣ୍ଡିସନର କିଣିପାରିବେ । ସେହିପରି ସ୍ମାର୍ଟ ଟିଭି ସେଲରେ ଆପଣଙ୍କୁ ୧୨୫୦ ଟଙ୍କାର ମନ୍ଥଲୀ ଇଏମଆଇରେ ମିଳିବ ।
ଫ୍ଲିପକାର୍ଟ ସେଲରେ ଟିଭି ଉପରେ କଣ ଅଫର ରହିଛି ଜାଣନ୍ତୁ
ସେଲରେ ଆପଣ ୬ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଟିଭି କିଣିପାରିବେ। Thomsonର ୨୪ ଇଞ୍ଚ ସ୍କ୍ରୀନ ସାଇଜ୍ ଥିବା ଟିଭି ମାତ୍ର ୫,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ମିଳୁଛି । ସେହିପରି ବ୍ରାଣ୍ଡର ସ୍ମାର୍ଟଟିଭି ୯,୪୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ମିଳିଯିବ । ଏହି ଦାମ୍ ୩୨ ଇଞ୍ଚ୍ ସ୍କ୍ରୀନ ସାଇଜ ଭ୍ୟାରିୟଣ୍ଟର ଅଟେ ।
Blaupunkt TV କୁ ଆପଣ ୬,୭୪୯ ଟଙ୍କାରେ କିଣିପାରିବେ । ଏହି ଦାମରେ ଆପଣଙ୍କଚ ୨୪ ଇଞ୍ଚ୍ ସ୍କ୍ରୀନ ସାଇଜ୍ ସ୍ମାର୍ଟ ଟିିଭି ମିଳିବ । ଯଦି ଆପଣ ପ୍ରିମିୟମ୍ ଟିଭି ଚାହୁଁଛନ୍ତି ତାହେଲେ ସାମସଙ୍ଗର ୫୫ ଇଞ୍ଚ ସ୍କ୍ରୀନ ସାଇଜ ଥିବା ସ୍ମାର୍ଟ ଟିଭି ।କବଳ ୨୭,୭୪୯ ଟଙ୍କାରେ କିଣିପାରିବେ ।
ସେହିପରି ଓ୍ଵାନପ୍ଲସର ୪୦ ଇଞ୍ଚ୍ ସ୍କ୍ରୀନ ସାଇଜ ଥିବା ଭ୍ୟାରିୟଣ୍ଟ ଡିସକାଉଣ୍ଟ ପରେ ୧୭,୨୪୯ ଟଙ୍କାରେ ମିଳୁଛି । ସୋନିର ୫୦ ଇଞ୍ଚ୍ ସ୍କ୍ରୀନ ସାଇଜ ଥିବା ୪କେ ସ୍ମାର୍ଟ ଟିିଭି ୪୮,୭୪୯ ଟଙ୍କାରେ ଉପଲବ୍ଧ ରହିଛି । ଟିଭି ସହିତ ଆପଣ ଓ୍ଵାସିଙ୍ଗ ମେସିନ ମଧ୍ୟ ଡିସକାଉଣ୍ଟରେ ପାଇପାରିବେ । ସେଲରେ ୧୧ ହଜାର ଟଙ୍କାର ବଜେଟରେ ଆପଣଙ୍କୁ ଅଟୋମେଟିକ ଓ୍ଵାସିଙ୍ଗ ମେସିନ ମିଳିଯିବ ।
ଶସ୍ତାରେ କିଣନ୍ତୁ ଏୟାର କଣ୍ଡିସନର୍
ଫ୍ଲିପକାର୍ଟ ସେଲରେ ଆପଣ ୧ ଟନ୍ କ୍ଷମତା ଥିବା ଏସିକୁ ଶସ୍ତା ଦାମରେ କିଣିପାରିବେ । ସ୍ପ୍ଲିଟ୍ ଏସିର ଆରମ୍ଭ ୨୦,୪୯୦ ଟଙ୍କାରୁ ହେଉଛି, ସେହିପରି ଇନଭର୍ଟର ଏସି ୩୦% ଡିସକାଉଣ୍ଟରେ ମିଳୁଛି । ଫ୍ରିଜ୍ ବିଷୟରେ କଥା ହେବା ତାହେଲେ ଆପଣ ଏହି ସେଲରେ ୧୧,୯୯୦ ଟଙ୍କାର ପ୍ରାରମ୍ଭିକ ଦାମରେ ରେଫ୍ରିଜରେଟର କିଣିପାରିବେ। ସେହିପରି ପଙ୍ଖା ରେଞ୍ଜ ୧୨୯୯ ଟଙ୍କାରୁ ଆରମ୍ଭ ହେଉଛି ।