Flipkart ର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ : ଜାଣନ୍ତୁ କାହିଁକି ନିଜ କମ୍ପାନୀକୁ ସବୁଦିନ ପାଇଁ କହିଲେ ଅଲବିଦା

ଫ୍ଲିପକାଟର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ ।  ଦେଶର ଏହି ପ୍ରମୁଖ ଇ- କମର୍ସ ସାଇଟ୍ ଫ୍ଲିପକାର୍ଟକୁ ଆରମ୍ଭ କରିଥିବା ବିନ୍ନି ଆଉ କମ୍ପାନୀର ଅଂଶ ହୋଇନାହାଁନ୍ତି । ବିନ୍ନିଙ୍କ ବିରୋଧରେ ଦୁର୍ବ୍ଯବହାର ଅଭିଯୋଗ ଆସିବାରୁ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିନ୍ନିଙ୍କ ଉପରେ ଲାଗିଥିବା ଦୁର୍ବ୍ୟବହାର ଅଭିଯୋଗର ଯାହାର ଯାଞ୍ଚ ଜାରି ରହିଥିଲା ବୋଲି ୱାଲମାର୍ଟ ପକ୍ଷରୁ ଜରି କରାଯାଇଥିବା ବୟାନରେ କୁହାଯାଇଛି ।

୨୦୧୮ ମେ ୯ରେ ଓ୍ଵାଲମାର୍ଟ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶ କିଣିଥିଲା । ତେବେ ଓ୍ଵାଲମାର୍ଟ ଦ୍ଵାରା ଫ୍ଲିପକାର୍ଟର ଅଧିଗ୍ରହଣ ହେବାର ୬ ମାସରୁ କମ ସମୟ ମଧ୍ୟରେ ବିନ୍ନି କମ୍ପାନୀକୁ କହିଛନ୍ତି ଅଲବିଦା । ମାତ୍ର ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ଯେ ନିଜ ପଦରୁ ଇସ୍ତଫା ଦେବା ପରେ ବିନ୍ନି କମ୍ପାନୀର ବୋର୍ଡ ସଦସ୍ୟ ପଦରେ ରହିବେ କି ନାହିଁ।

ବିନ୍ନି ବଂଶଲ ନିଜର ପୁରୁଣା ମିତ୍ର ସଚିନ ବଂଶଲଙ୍କ ସହିତ ମିଶି ଫ୍ଲିପକାର୍ଟର ସ୍ଥାପନ କରିଥିଲେ।  ମାତ୍ର କମ୍ପାନୀ ବିକ୍ରି ହେବା ସମୟରେ ସଚିନ ନିଜ ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ବିନ୍ନି ବଂଶଲ କମ୍ପାନୀ ସହ ଜଡ଼ିତ ଥିଲେ।

ଯେଉଁ ଫ୍ଲିପକାର୍ଟର କଥା ଆମେ କହୁଛେ ତାର ଯାତ୍ରା ଖୁବ୍ ପ୍ରେରଣାଦାୟୀ । କେମିତି ଏକ ଛୋଟ ଷ୍ଟାର୍ଟଅପକୁ ପୁରା ଇଣ୍ଡଷ୍ଟ୍ରୀରେ ପରିବର୍ତ୍ତନ କରାଯାଇପାରେ ତାର ଜୀବନ୍ତ ଉଦାହରଣ ହେଉଛି ଫ୍ଲିପକାର୍ଟ । ଏବେ ନଜର ପକାନ୍ତୁ ଫ୍ଲିପକାର୍ଟରୁ ସ୍ଥାପନା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତର ଯାତ୍ରା ଉପରେ ।

IITର ୨ ସାଙ୍ଗ, ୨ BHKର ଅଫିସ୍‌ . . ଜାଣନ୍ତୁ ଫ୍ଲିପକାର୍ଟର ପୁରା କାହାଣୀ

– ଆଇଆଇଟି ଦିଲ୍ଲୀର ଦୁଇ ଗ୍ରାଜୁଏଟ୍ ସଚିନ୍ ବଶଂଲ୍ ଏବଂ ବିନ୍ନି ବଂଶଲ୍ ଆମାଜନର ଚାକିରି ଛାଡି ୨୦୦୭ରେ ଫ୍ଲିପକାର୍ଟର ଆରମ୍ଭ ଏକ ଅନଲାଇନ୍ ବୁକ୍ ଷ୍ଟୋର୍ ଭାବରେ କରିଥିଲେ ।

– ସଚିନ୍ ଏବଂ ବିନ୍ନି ଉଭୟଙ୍କ ନାମ ଆଗରେ ଯଦିଓ ବଂଶଲ୍ ଲାଗିଛି କିନ୍ତୁ ଉଭୟ ସଂପର୍କୀୟ ନୁହଁନ୍ତି । ମଜାଦାର କଥା ହେଉଛି ଉଭୟ ନିଜ ସ୍କୁଲିଙ୍ଗ୍ ହିସାରର ଓପି ଜିନ୍ଦଲ ମଡର୍ଣ୍ଣ ସ୍କୁଲରୁ କରିଥିଲେ । ପୁଣି ସାଥିରେ ଆଇଆଇଟି ଦିଲ୍ଲୀରେ କମ୍ପ୍ୟୁଟର୍ ସାଇନ୍ସରେ ଗ୍ରାଜୁଏସନ୍ ଶେଷ କରିଥିଲେ । ପୁଣି ଉଭୟ ଆମାଜନରେ ଏକାଠି କାମ କରିଥିଲେ ।

– ବେଙ୍ଗାଲୁରୁରେ ଦୁଇ ବେଡରୁମ୍ ଥିବା ଏକ ଆପାର୍ଟମେଂଟରୁ ଆରମ୍ଭ ହୋଇଥିଲା ଫ୍ଲିପକାର୍ଟ । ଏହା ପରେ ୨୦୦୮ରେ ଦିଲ୍ଲୀ ଏବଂ ୨୦୦୯ରେ ମୁମ୍ବାଇରେ ଅଫିସ୍ ଖୋଲିଥିଲା କମ୍ପାନୀ । ଗତ ମାସରେ ବେଙ୍ଗାଲୁରୁସ୍ଥିତ ସମସ୍ତ ଅଫିସକୁ ୮.୩ଲକ୍ଷ ବର୍ଗଫୁଟ ଏକ ବିଶାଳ କ୍ୟାମ୍ପସକୁ ସିଫ୍ଟ କରିଥିଲା ଫ୍ଲିପକାର୍ଟ ।

– ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ୨୦୧୧ରେ ସିଙ୍ଗାପୁର ମୁହାଁଇଥିଲା ଫ୍ଲିପକାର୍ଟ ।

– ଫ୍ଲିପକାର୍ଟ ଏହା ଭିତରେ ଛୋଟ ଛୋଟ କମ୍ପାନୀକୁ କିଣିବା ଜାରି ରଖିଥିଲା । ମିନ୍ତ୍ରା, ଇବେ, ଫୋନପେ ଏବଂ ଚକପକ୍ ଭଳି କମ୍ପାନୀକୁ କିଣି ନିଜ ସଫଳତାର କାହାଣି ବଖାଣିଥିଲା ଫ୍ଲିପକାର୍ଟ ।

– ସଚିନ୍ ବଂଶଲ୍ ୨୦୦୯ରୁ ୯ ବର୍ଷ ପର୍ଯ୍ୟନ୍ତ ଫ୍ଲିପକାର୍ଟର ସିଇଓ ଥିଲେ । ୨୦୧୬ରେ ବିନ୍ନି ବଂଶଲ୍ ଧରିଥିଲେ ଫ୍ଲିପକାର୍ଟର ମଙ୍ଗ ଏବଂ ସଚିନ୍ ହୋଇଥିଲେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ।

– ନୂଆ ଗ୍ରାହକ ତିଆରି କରିବା ପାଇଁ ଫ୍ଲିପକାର୍ଟର ନେଇଥିଲା ଏକ ଐତିହାସିକ ପଦକ୍ଷେପ । ଅନେକ ଲୋକ ଏଥିପାଇଁ ଅନଲାଇନ୍ ସପିଂ କରୁନଥିଲେ କାରଣ ଡର ରହିଥିଲା ପ୍ରଡକ୍ଟ କେମିତି ରହିବ । ଏହାକୁ ଆଖି ଆଗରେ ରଖି ଫ୍ଲିପକାର୍ଟ କୌଣସି କାରଣ ନଜଣାଇ ରିଟର୍ଣ୍ଣ କରିବାର ବିକଳ୍ପ ଦେଲା ।

– ୨୦୧୦ରେ କମ୍ପାନୀ ଆରମ୍ଭ କରିଥିଲା ସିଓଡି ବିକଳ୍ପ । ଯେତେବେଳେ ଫ୍ଲିପକାର୍ଟ କ୍ୟାସ ଅନ୍ ଡେଲିଭରୀ ବିକଳ୍ପ ଆରମ୍ଭ କରିଥିଲା ସେତେବେଳେ କେବଳ ୦.୫ ପ୍ରତିଶତ ଲୋକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ । କିନ୍ତୁ ଫ୍ଲିପକାର୍ଟର ଏହି ପଦକ୍ଷେପ ଯେମିତି ବଦଳାଇଦେଇଥିଲା ଇଣ୍ଡଷ୍ଟ୍ରୀର ରୂପ । ଆଉ ରଚିଥିଲା ନୂଆ ଇତିହାସ ।

– ୨୦୧୪ ପୂର୍ବରୁ ପରମ୍ପରା ଏମିତି ଥିଲା ପ୍ରଡକ୍ଟ ପ୍ରଥମେ ଅଫଲାଇନ୍ ଲଂଚ୍ ହେଉଥିଲା ଏବଂ ପରେ ଅନଲାଇନ୍ ସେଲ୍ ହେଉଥିଲା । କିନ୍ତୁ ପୁରା ଖେଳ ଚେଞ୍ଜ୍ କରିଦେଲା ଫ୍ଲିପକାର୍ଟ । ଫ୍ଲିପକାର୍ଟରେ ଏକ୍ସକ୍ଲୁସିଭ୍ ସେଲ୍ ଜରିଆରେ ଭାରତକୁ କମବ୍ୟାକ୍ କରିଥିଲା ମୋଟୋରୋଲା । ମାତ୍ର ୫ ମାସରେ ହିଁ ମୋଟୋ ବିକ୍ରିକରିଥଲା ୧୦ ଲକ୍ଷ ସ୍ମାର୍ଟଫୋନ୍ । ଆଉ ଏବେ ଏହା ପାଲଟିଯାଇଛି ଏକ ଟ୍ରେଣ୍ଡ୍ ।

– ଭାରତରେ ଇଣ୍ଟରନେଟ୍ ସ୍ପିଡକୁ ଆଖି ଆଗରେ ରଖି ଫ୍ଲିପକାର୍ଟ ୨୦୧୫ରେ ଲାଇଟ୍ ଭର୍ସନରେ ଲଂଚ୍ ହୋଇଥିଲା । ଯାହାର କମ୍ ନେଟ୍ ସ୍ପିଡରେ ଚାଲୁଥିଲା । ଏହି ଟ୍ରେଣ୍ଡକୁ ବହୁତ ମୋବାଇଲ୍ ଆପ୍ ଫଲୋ କରିଥିଲେ ।

– ଫ୍ଲିପକାର୍ଟ ଗ୍ରାହକଙ୍କୁ ନିଜ ପୁରୁଣା ସମାଗ୍ରୀ ଏକ୍ସଚେଞ୍ଜ କରିବାର ସୁବିଧା ଆଣିଦେଲା । କମ୍ପାନୀ ଏଥିପାଇଁ ନିଜ ଗ୍ରାହକଙ୍କୁ ମନଲୋଭା ଅଫର୍ ମଧ୍ୟ ଦେଲା । ମୋବାଇଲ୍ ଭଳି ସାମଗ୍ରୀରେ ଏହି ଅଫରର ସବୁଠାରୁ ଭଲ ଫାଇଦା ହୋଇଥିଲା ।

– ଦାମି ଜିନିଷ ଇଏମଆଇ ମାଧ୍ୟମରେ ନିଜ ଗ୍ରାହକଙ୍କୁ ଦେବାର ବିକଳ୍ପ ଆରମ୍ଭ କରିଥିଲା ଫ୍ଲିପକାର୍ଟ । କମ୍ପାନୀର ଏହି ସ୍କିମ୍ ଖୁବ୍ ଲୋକପ୍ରିୟ ହୋଇଥିଲା ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

8 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

27 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

35 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

51 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago