Flipkartରେ ଆରମ୍ଭ ହେଲା Mobile Bonanza ସେଲ୍, ଏହି ସବୁ ଦମଦାର ସ୍ମାର୍ଟଫୋନରେ ମିଳୁଛି ଜବରଦସ୍ତ ରିହାତି

ଲୋକପ୍ରିୟ ଇ କମର୍ସ ସାଇଟ୍ ଫ୍ଲିପକାର୍ଟ ଆରମ୍ଭ କରିଛି Mobile Bonanza ସେଲ୍ । ଯେଉଁଥିରେ ଦମଦାର୍ ସ୍ମାର୍ଟଫୋନରେ ମିଳୁଛି ଦମଦାର୍ ଅଫର୍ । ୨୬ ଡିସେମ୍ବର ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ୨୯ ଡିସେମ୍ବର ଯାଏଁ ଚାଲିବ । ଯଦି ଆପଣ ନୂଆ ବର୍ଷ ଉପଲକ୍ଷେ ନୂଆ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରନ୍ତୁ ନାହିଁ । ତୁରନ୍ତ ଉଠାନ୍ତୁ ଏହି ଅଫରର ଲାଭ । ଏବେ ନଜର ପକାନ୍ତୁ କେଉଁ ଫୋନରେ ଅଫର୍ ଦେଉଛି ଫ୍ଲିପକାର୍ଟ ।

mobile bonazaHonor  9N : ଏହି ସ୍ମାର୍ଟଫୋନ୍ ୧୧,୯୯୯ ଟଙ୍କାରେ ଲଂଚ୍ ହୋଇଥିଲା । ହେଲେ ଏହି ସେଲରେ ଏହାର ମୂଲ୍ୟ କମି ହୋଇଯାଇଛି ୮,୯୯୯ଟଙ୍କା ।

Realme 2 Pro : ଏହାର ପ୍ରାରମ୍ଭିକ ମୂଲ୍ୟ ଥିଲା ୧୨,୯୯୦ । ଏବେ ଏହା ଉପରେ ମିଳୁଛି ୧୦୦୦ଟଙ୍କାର ରିହାତି ।

Nokia 5.1 Plus : ଏହାର ମୂଲ୍ୟ ଥିଲା ୧୦,୯୯୯ ଟଙ୍କା । କିନ୍ତୁ ଏବେ ଏହାକୁ କିଣିପାରିବେ ୯,୯୯୯ଟଙ୍କାରେ ।

Honor 7A : ସେହିପରି ଏହି ସ୍ମାର୍ଟଫୋନର ମୂଲ୍ୟ ହେଉଛି ୮,୯୯୯ଟଙ୍କା । ହେଲେ ଏହି ସେଲରେ ଏହାକୁ ଆପଣ କିଣିପାରିବେ ମାତ୍ର ୭୪୯୯ଟଙ୍କାରେ ।

Asus ZenFone Max Pro M1 : ଏହି ସ୍ମାର୍ଟଫୋନ୍ ୨୦୦୦ ଟଙ୍କା ରିହାତିରେ ମିଳୁଛି ।

ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡରେ କିଣୁଛନ୍ତି ତେବେ ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିବ । ଏହା ବାଦ୍ କାଷ୍ଟ ଇଏମଆଇ ଅଫର୍ ମଧ୍ୟ ମିଳିବ । ଏହା ବ୍ୟତୀତ କମ୍ପାନୀ ଅଫର୍ ଅନୁଯାୟୀ ସମ୍ପୂର୍ଣ୍ଣ ମୋବାଇଲ୍ ପ୍ରୋଟେକ୍ସନ୍ ମଧ୍ୟ ଦେଉଛି ଯେଉଁଥି ପାଇଁ ଆପଣଙ୍କୁ ଅତିରିକ୍ତ ୯୯ଟଙ୍କା ଦେବାକୁ ପଡିବ ।

ଉପରୋକ୍ତ ସ୍ମାର୍ଟଫୋନ୍ ବ୍ୟତୀତ Motorola One Power, Yu Ace, Honor 7S ଏବଂ Nokia 6.1 ମଧ୍ୟ କମ୍ ମୂଲ୍ୟରେ ମିଳୁଛି । ଏହା ସହ ଏକ୍ସଚେଞ୍ଜ ଅଫର୍ ମଧ୍ୟ ଅଛି । ଯେଉଁଥିରେ ପୁରୁଣା ସ୍ମାର୍ଟଫୋନକୁ ଫେରାଇ ନୂଆ ସ୍ମାର୍ଟଫୋନ୍ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.