Flipkart ର ବଡ଼ ପରିବର୍ତ୍ତନ, Amazonକୁ ଟକ୍କର ଦେବା ପାଇଁ ବଦଳାଇଲା Big Billion Days ସେଲ୍‌ ତାରିଖ

ସବୁ ବର୍ଷ ଭଳି ଚଳିତବର୍ଷ ଅକ୍ଟୋବର ମାସରେ ମଧ୍ୟ ଫ୍ଲିପ୍‌କାର୍ଟ ଓ ଆମାଜନ ପକ୍ଷରୁ ଫେଷ୍ଟିଭ୍‌ ସିଜନର ଆୟୋଜନ କରାଯାଉଛି। ଚଳିତବର୍ଷର ଫେଷ୍ଟିଭ୍‌ ଅଫରରେ ଉଭୟ କମ୍ପାନୀ ମଧ୍ୟରେ କଡ଼ା ମୁକାବିଲା ହେବ। କାରଣ ଉଭୟ କମ୍ପାନୀ ନିଜ ନିଜ ସେଲ୍ସର ଲାଇଭ୍‌ କରିବାକୁ ଯାଉଛନ୍ତି। ଆମାଜନର ସେଲ୍‌ ଫ୍ଲିପ୍‌କାର୍ଟ ପୂର୍ବରୁ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଆମାଜନକୁ ଟକ୍କର ଦେବା ପାଇଁ ଫ୍ଲିପ୍‌କାର୍ଟ ନିଜ ‘ବିଗ୍‌ ବିଲିୟନ୍‌ ଡେଜ୍‌’ର ତାରିଖକୁ ବଦଳାଇ ଦେଇଛି।


ଫ୍ଲିପ୍‌କାର୍ଟ ୨୩ ସେପ୍ଟେମ୍ବରରେ ନିଜ ବାର୍ଷିକ ସେଲ୍‌ ‘ବିଗ୍‌ ବିଲିୟନ୍‌ ଡେଜ୍‌’ ଆୟୋଜନ ନେଇ ଘୋଷଣା କରିଥିଲା। ଏହି ସେଲ୍‌ ୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୨ ଅକ୍ଟୋବରରେ ଶେଷ ହେବାର ଥିଲା। କିନ୍ତୁ ଏବେ ଅଚାନକ ଫ୍ଲିପ୍‌କାର୍ଟ ଘୋଷଣା କରିଛି ଯେ ତାଙ୍କ ସେଲ୍‌ ୭ ଅକ୍ଟୋବର ଜାଗାରେ ୩ ଅକ୍ଟୋବରରୁ ଆରମ୍ଭ ହେବ ଓ ୧୦ ଅକ୍ଟୋବର ଯାଏଁ ଚାଲିବ।

ଏହି ପରିବର୍ତ୍ତନ ଆମାଜନକୁ ଟକ୍କର ଦେବା ପାଇଁ ଫ୍ଲିପ୍‌କାର୍ଟ ଆୟୋଜନ କରୁଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ଏନେଇ ଫ୍ଲିପ୍‌କାର୍ଟ ଗ୍ରୁପର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି, ଗ୍ରାହକ ଓ ଷ୍ଟକ୍‌ ହୋଲ୍ଡର୍ସଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୩ରୁ ଆରମ୍ଭ ହେବାର ଥିବା ଏହି ସେଲ୍‌ ୮ ଦିନ ଯାଏଁ ଚାଲିବ। କିନ୍ତୁ ପୂର୍ବରୁ ଏହା କେବଳ ୬ ଦିନ ପାଇଁ ଚାଲିବାର ଥିଲା। ଖୁବ୍‌ଶୀଘ୍ର ଫ୍ଲିପ୍‌କାର୍ଟ ୱେବ୍‌ସାଇଟ୍‌ ଓ ଆପ୍‌ରେ ଏହି ଅପ୍‌ଡେଟ୍‌ ନେଇ ସୂଚନା ଦିଆଯିବ ବୋଲି କଲ୍ୟାଣ କହିଛନ୍ତି।