ଫ୍ଲିପକାର୍ଟ ଆରମ୍ଭ କରିଛି ଏହି ଖାସ୍ ସର୍ଭିସ, Netflix ଏବଂ Prime ଭଳି ଦେଖିପାରିବେ ଫିଲ୍ମ ଏବଂ ଶୋ

ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ଆପଣ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭଳି ଭିଡିଓ ଦେଖିପାରିବେ। ଫ୍ଲିପକାର୍ଟରେ ଉପଲବ୍ଧ ଏହି ଭିଡିଓ ମୂଖ୍ୟ ରୂପରେ ହିନ୍ଦୀରେ ହେବ। ଅବଶ୍ୟ କିଛି ଭିଡିଓ ତାମିଲ ଏବଂ କନ୍ନଡରେ ମଧ୍ୟ ହେବ। ଏହି ଭିଡିଓ ଷ୍ଟ୍ରିମିଂ ସର୍ଭିସକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଆଣ୍ଡ୍ରଏଡର ଲାଟେଷ୍ଟ ଭର୍ସନ v6.17କୁ ଡାଉନଲୋଡ କରିବାକୁ ହେବ।

ଫ୍ଲିପକାର୍ଟ ଏହାର ଇଣ୍ଟରଫେସ ବିଲକୁଲ ସାଧାରଣ ରଖିଛି ଯେଉଁଥିରେ ‘ଅଲ’ ‘ମୁଭିଜ୍’ ଏବଂ ‘ଶୋଜ୍’ ଭଳି ତିନିଟି ସେକସନ ରହିବ। ଏଥିରେ ଡାର୍କ ଥିମର ବ୍ୟବହାର ମଧ୍ୟ କରାଯାଇଛି। ଏଠାରେ Voot, Arre, Viu ଏବଂ TVF ଭିଡିଓ ଏବଂ ମୁଭି ମଧ୍ୟ ଉପଲବ୍ଧ ରହିଛି।

flipcartଫ୍ଲିପକାର୍ଟ ହେଡ୍ ଗ୍ରୋଥ ଏବଂ ମୋନିଟାଇଜେସନ ପ୍ରକାଶ ସିକାରିୟା କହିଛନ୍ତି ‘ଆମେ ନିଜର ଭିଡିଓ ସର୍ଭିସକୁ ମାର୍କେଟର ଡିମାଣ୍ଡକୁ ଦେଖି ତିନି ମୁଖ୍ୟ କଥା ଆଧାରରେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଫ୍ରୀ, କ୍ୟୁରେଟେଡ ଏବଂ ପର୍ସନାଇଲଜଡ୍ ସାମିଲ ରହିଛି। ଆମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଲୋକଙ୍କୁ ପ୍ରିମିୟମ କଟେଣ୍ଟ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବନି। ଏଥିପାଇଁ ଆମେ ଆମର ଗ୍ରାହକଙ୍କ ପାଇଁ ବର୍ତ୍ତମାନ ଥିବା ସର୍ଭିସେସ୍ ବଦଳରେ କିଛି ଦେବାକୁ ଚାହୁଁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.