ଅଦାନୀ ଗ୍ରୁପ୍‌ ସହ ହାତ ମିଳାଇଲା ଫ୍ଲିପ୍‌କାର୍ଟ, ୨୫୦୦ ଲୋକଙ୍କୁ ମିଳିବ ରୋଜଗାର

ଅଦାନୀ ଗ୍ରୁପ୍‌ ସହ ହାତ ମିଳାଇଛି ଇ-ରିଟେଲିଂ କମ୍ପାନୀ ଫ୍ଲିପ୍‌କାର୍ଟ। ଓ୍ଵାଲମାର୍ଟର ମାଲିକାନାରେ ଥିବା ଫ୍ଲିପ୍‌କାର୍ଟ ସୋମବାର ସୂଚନା ଦେଇ କହିଛି ଯେ ସେ ନିଜର ଲଜିଷ୍ଟିକ୍ସ ଓ ଡାଟା କେନ୍ଦ୍ର କ୍ଷମତାକୁ ସୁଦୃଢ଼ କରିବା ପାଇଁ ଅଦାନୀ ଗ୍ରୁପ ସହ ଏକ ବିଜ୍‌ନେସ୍‌ ଚୁକ୍ତି ସ୍ୱାକ୍ଷର କରିଛି। ଏହା ଫଳରେ ପ୍ରାୟ ୨୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ରୋଜଗାର ମିଳିବ।

କମ୍ପାନୀ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି, ଏବେ ଫ୍ଲିପ୍‌କାର୍ଟ ତରଫରୁ ଅଦାନୀ ଗ୍ରୁପ୍‌ ଚେନ୍ନାଇରେ ତୃତୀୟ ଡାଟା ସେଣ୍ଟର ସ୍ଥାପନ କରିବ। କିନ୍ତୁ ଏନେଇ ସବିସ୍ତୃତ ଭାବେ କମ୍ପାନୀ କୌଣସି ସୂଚନା ଦେଇନାହିଁ। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଖୁବ୍‌ଶୀଘ୍ର ଅଦାନୀ ଲଜିଷ୍ଟିକ୍ସ ଲିମିଟେଡ୍‌ ଚମକବାଇରେ ନିଜର ଆଗାମୀ ଲଜିଷ୍ଟିକ୍‌ ହବ୍‌ରେ ୫.୩୪ ଲକ୍ଷ ବର୍ଗ ଫୁଟ୍‌ କ୍ଷେତ୍ରଫଳଯୁକ୍ତ ଗୋଦାମ ନିର୍ମାଣ କରିବ। ଏହା ଦ୍ୱାରା ପଶ୍ଚିମ ଭାରତରେ ଫ୍ଲିପ୍‌କାର୍ଟ ଇ-କମର୍ସର ଆବଶ୍ୟକତା ପୂରଣ କରିବ।

ଏହି କେନ୍ଦ୍ରରେ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ୨୦୨୨ ର ପ୍ରାରମ୍ଭରେ ଏହା ଆରମ୍ଭ ହେବ ବୋଲି କୁହାଯାଉଛି। ଏହି କେନ୍ଦ୍ରରେ ବିକ୍ରି ପାଇଁ ଉପଲବ୍ଧ କୋଟିଏ ପ୍ରଡକ୍ଟ ରଖିହେବ। ଏହି ଚୁକ୍ତି ଫଳରେ ପାଖାପାଖି ୨୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଓ ହଜାର ହଜାର ଲୋକଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.