ବ୍ରେକ ଫେଲକୁ କଣ୍ଟ୍ରୋଲ କରିବ ଏହି ଟିପ୍ସ

ଗାଡ଼ି ବ୍ରେକ ଫେଲ ହୋଇଯାଇଛି କି? ତେବେ ଏହି ଟିପ୍ସ କୁ ଫଲୋ କରି ବ୍ରେକ ଫେଲକୁ କରନ୍ତୁ କଣ୍ଟ୍ରୋଲ , ହେବ ନାହିଁ କୌଣସି ଦୁର୍ଘଟଣା। ଯଦି ଡ୍ରାଇଭିଂ କରିବା ସମୟରେ ଆପଣଙ୍କ ଗାଡ଼ି ର ବ୍ରେକ ଫେଲ ହୋଇଯାଏ ତେବେ ଆପଣ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣିନିଅନ୍ତୁ । ଏହାକୁ ମାନିବା ଦ୍ୱାରା ବ୍ରେକ ଫେଲ ହେଲେ ବି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯିବେ।

ଏବେ ଅଟୋମୋବାଇଲ କମ୍ପାନୀ ଏକ ରୁ ବଢ଼ି ଏକ ଲାଟେଷ୍ଟ ଫିଚର ଥିବା ନୂଆ ଗାଡ଼ି ମାର୍କେଟକୁ ଆଣୁଛନ୍ତି। ଯେଉଁଥିରେ ବ୍ରେକ ଫେଲ ଭଳି ଘଟଣା ହେବାର ଚାନ୍ସ ବହୁତ କମ ଅଛି। ଏହାପରେ ବି କେବେ କେବେ ଗାଡ଼ି ଦୁର୍ଘଟଣା ଭଳି ଖବର ସାମ୍ନାକୁ ଆସେ ଯାହାର କାରଣ ବ୍ରେକ ଫେଲ ହୋଇଥାଏ। ଯଦି ଡ୍ରାଇଭିଂ କରିବା ସମୟରେ ଆପଣଙ୍କ ଗାଡ଼ି ର ବ୍ରେକ ଫେଲ ହୋଇଯାଏ ତେବେ ଆପଣ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣିନିଅନ୍ତୁ । ଏହାକୁ ମାନିବା ଦ୍ୱାରା ବ୍ରେକ ଫେଲ ହେଲେ ବି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯିବେ।

ଏଭଳି କିଛି ସମସ୍ୟା ଯିଦ କେବେ ସାମ୍ନା କରୁଛନ୍ତି ତେବେ ପ୍ରଥମେ ଶାନ୍ତ ରୁହନ୍ତୁ। ଏହି ସମୟରେ ଆପଣ ଡରି ଗଲେ ଦୁର୍ଘଟଣା ଘଟିବାର ସମ୍ଭାବନା ବଢ଼ିଯାଏ। ନିଜ ଭୟକୁ ପ୍ରଥମେ ନିୟନ୍ତ୍ରଣ କରନ୍ତୁ । ଏମିତି କଲେ ଆପଣ କାର କୁ ବି କଣ୍ଟ୍ରୋଲ କରିପାରିବେ।

ଏଭଳି ସ୍ଥିତିରେ ଆପଣ କାର କୁ ରିୟର ମିରର ଓ ଟର୍ଣ୍ଣ ଇଣ୍ଡିକେଟର ମାଧ୍ୟମରେ ସାଇଡ଼କୁ ଆଣନ୍ତୁ। କାରଣ ମଝି ରାସ୍ତାରେ ଏପରି କଲେ ଦୁର୍ଘଟଣା ଚାନ୍ସ ବଢ଼ିଯାଏ।
ଯଦି କାରର ବ୍ରେକ କାମ କରୁନାହିଁ ତେବେ ଏହାକୁ ଶୀଘ୍ର ଶୀଘ୍ର ପ୍ରେସ କରନ୍ତୁ। ଏହା କରିବା ଦ୍ୱାରା ହାଇଡ୍ରୋଲିକ ପ୍ରେସର ବନିବାର ସମ୍ଭାବନା ବଢ଼ିଯିବ। ଯାହାଦ୍ୱାରା ବ୍ରେକ ପୂରା ରୂପେ ନୂହେଁ କିନ୍ତୁ ଟିକେ ଟିକେ କାମ ଦେବ। ଏମିିତି ରେ ଧିରେ ଧିରେ ବ୍ରେକ ଲଗାଇପାରିବେ।

ତେବେ ଆଉ ଏକ ଉପାୟ ହେଉଛି କାରକୁ ପ୍ରଥମ ଗିୟରରେ ଆଣନ୍ତୁ ଏବଂ କ୍ଲଚକୁ ଛାଡନ୍ତୁ। ବ୍ରେକ ଫେଲ ହେବା ସମୟରେ ହ୍ୟାଣ୍ଡ ବ୍ରେକକୁ ଧୀରେ ଧିରେ ଉପରକୁ କରି ଗାଡିକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ଧ୍ୟାନରେ ରଖନ୍ତୁ ଯେପରି ହ୍ୟାଣ୍ଡବ୍ରେକକୁ ଜୋରରେ ଉପରକୁ କରିବ ନାହିଁ କାରଣ ଏମିତି କଲେ ଗାଡି ଓଲଟି ପଡିବାର ସମ୍ଭାବନା ରହିଛି। ବ୍ରେକ ଫେଲ ହୋଇଗଲେ କାରକୁ ପ୍ରଥମ ଗିୟରରେ ଆଣି ଇଗ୍ନିସନର ସ୍ୱିଚକୁ ଅଫ୍ କରିଦିଅନ୍ତୁ। ଏହାପରେ କ୍ଲଚକୁ ବିଲକୁଲ ବି ଦବାନ୍ତୁ ନାହିଁ ଆଉ ଯଦି ଇଞ୍ଜିନ ବନ୍ଦ ହୋଇଯାଇଥାଏ ତେବେ ଗାଡି ଆପେ ଆପେ ଅଟକିଯିବ।

ସେହିପରି ଯଦି ଟ୍ରାଫିକ୍ ସମୟରେ କାରର ବ୍ରେକ ଫେଲ ହୋଇଯାଏ ତେବେ ହେଡ ଲାଇଟସ୍‌, ହ୍ୟାଜର୍ଡ ଲାଇଟ୍ସ ଏବଂ ଚେତାବନୀ ଲାଇଟକୁ ଅନ କରି ହର୍ଣ୍ଣ ଦିଅନ୍ତୁ। ଆଉ ଏମିତିରେ ଯଦି ରାସ୍ତା ପାର୍ଶ୍ୱରେ ମାଟି କିମ୍ବା ଖାଲୁଆ ସ୍ଥାନ ଦେଖନ୍ତି ତେବେ ଗାଡିକୁ ସେଠାକୁ ନେଇ ଯାଆନ୍ତୁ।

ଯଦି ଗାଡିଟି ଦ୍ରୁତ ଗତିରେ ଥିବାବେଳେ ବ୍ରେକ ଫେଲ ହୋଇଯାଏ ତେବେ ଏହା ଅଧିକ ସମସ୍ୟାରେ ପକାଇଥାଏ ଆଉ ଏଭଳି ସ୍ଥିତିରେ ଆପଣ ଧିରେ ଧୀରେ ହ୍ୟାଣ୍ଡ ବ୍ରେକକୁ ଧରିବା ଉଚିତ କାରଣ ରିୟର ହ୍ଵିଲ ଲକ୍ ହେବା ଦ୍ୱାରା ଗାଡି କଣ୍ଟ୍ରୋଲରୁ ବାହାରକୁ ଚାଲିଯାଇଥାଏ। ଆପଣ ଷ୍ଟିୟରିଙ୍ଗ ଉପରେ କଣ୍ଟ୍ରୋଲ ରଖି ଗାଡିକୁ କୌଣସି କାଦୁଅ ରାସ୍ତାକୁ ନେଇଯାଆନ୍ତୁ ଯାହାଦ୍ୱାରା ଗାଡିର ବେଗ କମ୍ ହୋଇଯିବ ଏବଂ ଗାଡିଟି ଅଟକିଯିବ। ତେବେ ଏହି ସବୁ ଟିପ୍ସକୁ ଯଦି ଆପଣ ବ୍ରେକ୍ ଫେଲ ହେବା ସମୟରେ ଉପଯୋଗ କରନ୍ତି ତେବେ ଆପଣ ବହୁତ ବଡ ସମସ୍ୟାରୁ ରକ୍ଷା ପାଇପାରନ୍ତି।

Leave A Reply

Your email address will not be published.