ଏଲପିଜି ସବସିଡି ମିଳୁଛି କି ନାହିଁ ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଏଲପିଜି ସବସିଡିକୁ ନେଇ ଆସିଲା ଏକ ବଡ଼ ସୂଚନା। ଆଜି କାଲି ସମସ୍ତେ ଏଲପିଜି ସିଲିଣ୍ଡରକୁ ବ୍ୟବହାର କରୁଛନ୍ତି। ତେଣୁ ଏହା ସମ୍ବନ୍ଧୀୟ ସବୁ ଖବର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆପଣ ଏଲପିିଜି ଗ୍ୟାସକୁ ବ୍ୟବହାର କରୁଛନ୍ତି ତେବେ ସବସିଡି ସମ୍ପର୍କରେ ନିହାତି ଭାବେ ଶୁଣିଥିବେ। ଏବେ ପ୍ରତିଥର ତେଲ ଦର ଓ ଗ୍ୟାସ ଦର ବୃଦ୍ଧି ହେବାରେ ଲାଗିଛି। ତେଣୁ ସ୍ୱଭାବିକ ଭାବେ ଆପଣଙ୍କୁ ସିଲିଣ୍ଡର ମଧ୍ୟ ଅଧିକ ଦାମରେ କିଣିବାକୁ ପଡ଼ୁଥିବ। ଯଦି ଏହି ସ୍ଥାନରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଏଥିପାଇଁ ସବସିଡି ଯାଉଛି ତେବେ ଏହା ନିଶ୍ଚିତ ରୂପେ ଆଶ୍ୱସ୍ତିକର କଥା। କିନ୍ତୁ ଯଦି ଏହା ନହୁଏ ତେବେ ଆପଣ କଣ କରିବେ?

ଯଦି ଘରେ ରୋଷେଇ ଲାଗି ଏଲପିଜି ଗ୍ୟାସ୍ ବ୍ୟବହାର କରୁଛନ୍ତି ତେବେ ସବସିଡି ବାବଦେ ଜାଣିଥିବେ ନିଶ୍ଚିତ। ନିକଟ ଅତୀତରେ ତୈଳ ମୂଲ୍ୟ ବୃଦ୍ଧି ସହ ଗ୍ୟାସ୍ ଦର ମଧ୍ୟ ବୃଦ୍ଧି ହୋଇଥିଲା। ଏଣୁ ଏବେବି ଉଚ୍ଚଦରରେ ଆପଣଙ୍କୁ ଏଲପିଜି କିଣିବାକୁ ପଡୁଥିବ। ଏଥିରେ ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ଏ ବାବଦେ ସବସିଡି ଆସିଯାଉଛି ତେବେ ଆପଣଙ୍କ ଲାଗି ଏହା ନିଶ୍ଚିତ ରୂପେ ଆଶ୍ୱସ୍ତିକର। ନ ଆସୁଥିଲେ ଜାଣନ୍ତୁ କରିବେ କ’ଣ?

ଆପଣ ଗ୍ୟାସ ବୁକିଂ କରିବା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ବାବଦରେ ରାଶି ଆସିଥାଏ। ଯଦି ଆପଣଙ୍କ ଆକାଉଣ୍ଟରେ ସବସିଡି ଆସୁ ନଥାଏ ତେବେ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ଯଦି ଆକାଉଣ୍ଟ ଆଧାର ସହ ସମ୍ପୃକ୍ତ ନଥାଏ ତେବେ ଆପଣଙ୍କୁ ସବସିଡି ସୁବିଧା ମିଳୁନଥିବ।

ଏଲପିଜି  ସବସିଡି ମିଳୁଛି କି ନା ଏମିତି କରନ୍ତୁ ଯାଞ୍ଚ:

ଆପଣଙ୍କୁ ଏଲପିଜି ବାବଦେ ସବସିଡି ମିଳୁଛି କି ନା ତାହା ପ୍ରଥମେ ନିଶ୍ଚିତ କରିନିଅନ୍ତୁ।
-ଏଥିଲାଗି ଆପଣ ପ୍ରଥମେ www.mylpg.in ୱେବସାଇଟ୍ କୁ ଯାଆନ୍ତୁ।
– ୱେବପେଜର ଡାହାଣ ପଟକୁ ଦେଖନ୍ତୁ।
-ସେଠାରେ ୩ଟି ଏଲପିଜି କମ୍ପାନୀଙ୍କ ସିଲିଣ୍ଡର ଫଟୋ ଥିବ।
– ଏଥିରୁ ଆପଣ ଯେଉଁ ଗ୍ୟାସର ଗ୍ରାହକ ସେହି ସିଲିଣ୍ଡରରେ କ୍ଲିକ୍ କରନ୍ତୁ।
-ଏଥିରେ ଆପଣଙ୍କ ଆଗରେ ଆଉ ଏକ ୱିଣ୍ଡୋ ଖୋଲିବ। ଏଥିରେ ଆପଣଙ୍କ ସର୍ଭିସ ପ୍ରୋଭାଇଡରଙ୍କ ଡିଟେଲ ଦେଖିବାକୁ ପାଇବେ।

-ଏହି ୱିଣ୍ଡୋର ଡାହାଣ ପଟ ଉପରକୁ ଦେଖନ୍ତୁ । ଏଠାରେ ସାଇନ ଇନ୍ ଓ ନ୍ୟୁ ୟୁଜର ଅପସନ ଦେଖିବାକୁ ପାଇବେ ।

– ସାଇନ ଇନ୍ ପରେ ଏକ ନୂଆ ୱିଣ୍ଡୋ ଖୋଲିବ। ଏଥିରେ ଡାହାଣ ପଟେ ଭ୍ୟୁ ସିଲିଣ୍ଡର ବୁକିଂ ହିଷ୍ଟ୍ରିରେ କ୍ଲିକ୍ କରନ୍ତୁ।
-ପରେ ଆପଣଙ୍କୁ ସବସିଡି ମିଳୁଛି କି ନା ସ୍ପଷ୍ଟ ହୋଇଯିବ।
-ଯଦି ମିଳୁ ନଥାଏ ତେବେ ଟୋଲ ଫ୍ରି ନମ୍ବର ୧୮୦୦ ୨୩୩୩ ୫୫୫ରେ କଲ କରି ଅଭିଯୋଗ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.