ଶୀତଦିନେ କାରର ପରଫରମାନ୍ସ କମି ଯାଏ, ପାଗ ଯୋଗୁଁ ଏପରି ହୁଏ । କିନ୍ତୁ ଏହି ପରିସ୍ଥିତିକୁ ଚେଞ୍ଜ କରାଯାଇ ପାରିବ। ଶୀତ ଆସିବା ପୂର୍ବରୁ ଯଦି ଆପଣ ନିଜ କାରରେ କିଛି ପରିବର୍ତ୍ତନ କରନ୍ତି, ତେବେ ଆପଣଙ୍କ କାର ଶୀତ ଦିନେ ଭଲ ପରଫରମାନ୍ସ ଏବଂ ବଢିଆ ମାଇଲେଜ୍ ଦେବ । ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ ଯାହାକୁ ଶୀତ ପୂର୍ବରୁ ଫୋଲୋ କଲେ ଆପଣଙ୍କ କାର ଭଲ ମାଇଲେଜ୍ ଦେବ ।
ଶୀତଦିନେ ଇଞ୍ଜିନ୍ ତେଲ ଥଣ୍ଡା ତାପମାତ୍ରା ହେତୁ ଇଞ୍ଜିନ ଉପରେ ଚାପ ପକାଇପାରେ । ତେଣୁ ସଠିକ୍ ଗ୍ରେଡ୍ ଇଞ୍ଜିନ୍ ତେଲ ମିଶାନ୍ତୁ ଏବଂ ଆବଶ୍ୟକ ହେଲେ ଏହାକୁ ଚେଞ୍ଜକରନ୍ତୁ । ଏହା ସହିତ ଅଏଲ ଫିଲ୍ଟରକୁ ମଧ୍ୟ ସଫା କରିବା ଉଚିତ ଯାହା ଦ୍ୱାରା ଇଞ୍ଜିନ ସଠିକ୍ ତେଲ ଲଗାଇବ ଏବଂ ମାଇଲେଜ୍ ଭଲ ରହିବ ।
ବ୍ୟାଟେରୀ ଯାଞ୍ଚ :
ଶୀତଦିନେ କାରର ବ୍ୟାଟେରୀ ଉପରେ ଅଧିକ ଚାପ ପଡିଥାଏ କାରଣ ଥଣ୍ଡା ହେତୁ ଏହାର ଚାର୍ଜ ଶୀଘ୍ର ଶେଷ ହୋଇଯାଏ । ତେଣୁ ବ୍ୟାଟେରୀ ଠିକ ଅଛି କି ନାହିଁ ଯାଞ୍ଚ କରନ୍ତୁ ଏବଂ ଯଦି ବ୍ୟାଟେରୀ ପୁରୁଣା ହୋଇଛି ତେବେ ଏହାକୁ ବଦଳାଇ ଦିଅନ୍ତୁ । ବ୍ୟାଟେରୀ ଟର୍ମିନାଲକୁ ସଫା ରଖିବା ଜରୁରୀ ଯାହା ଦ୍ୱାରା ସଠିକ୍ କନେକ୍ସନ ରହିବ ।
ଟାୟାର୍ ପ୍ରେସର ଏବଂ ଗ୍ରିପ୍ ଚେକଅପ୍ :
ଥଣ୍ଡା ପାଗରେ ଟାୟାର ପ୍ରେସର ହ୍ରାସ ହୋଇପାରେ, ଯାହା ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ । ଶୀତ ପୂର୍ବରୁ ଟାୟାର ପ୍ରେସରକୁ ଠିକ କରନ୍ତୁ ଏବଂ ଟାୟାର ଗ୍ରୀପ୍ ମଧ୍ୟ ଯାଞ୍ଚ କରନ୍ତୁ । ଯଦି ଟାୟାର ଖରାପ ହୋଇଯାଇଥାଏ ତେବେ ଏହାକୁ ବଦଳାନ୍ତୁ ଯାହା ଦ୍ୱାରା ଆପଣଙ୍କର କାର୍ ରାସ୍ତାରେ ଭଲ ଚାଲିବ ।
କୁଲେଣ୍ଟ (ଆଣ୍ଟିଫ୍ରିଜ୍) ଯାଞ୍ଚ କରନ୍ତୁ :
ଶୀତଦିନେ ଇଞ୍ଜିନକୁ ଶୀତରୁ ରକ୍ଷା କରିବାରେ କୁଲେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କର କୁଲେଣ୍ଟ ସଠିକ୍ ପରିମାଣରେ ଅଛି କି ନାହିଁ । ଇଞ୍ଜିନ ଅଧିକ ଗରମ କିମ୍ବା ଥଣ୍ଡା ନହେବା ପାଇଁ ଆଣ୍ଟିଫ୍ରିଜ୍ ର ଅନୁପାତ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ ।
ବ୍ରେକ୍ ସିଷ୍ଟମ୍ ଚେକଅପ୍ :
ଶୀତଦିନେ ରାସ୍ତା ଖସରା ହୋଇପାରେ ତେଣୁ ବ୍ରେକ ଠିକ୍ ଭାବେ କାର୍ଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏବଂ ଗାଡିର କାର୍ଯ୍ୟଦକ୍ଷତା ଠିକ ରଖିବା ପାଇଁ ବ୍ରେକ୍ ପ୍ୟାଡ୍, ବ୍ରେକ୍ ଫ୍ଲୁଇଡ୍ ଏବଂ ବ୍ରେକ୍ ଡିସ୍କ ଯାଞ୍ଚ କରନ୍ତୁ ଏବଂ ଦରକାର ପଡିଲେ ଏହାକୁ ବଦଳାନ୍ତୁ ।