Mahindra Thar କୁ ଟକ୍କର ଦେବା ପାଇଁ ଆସୁଛି Force Gurkha, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର

Force Motors India ପକ୍ଷରୁ ଅଫ୍ ରୋଡ ଏସୟୁବିର ନୂଆ ଜେନେରେସନ Force Gurkha ଲଞ୍ଚ ହେବାକୁ ଯାଉଛି। ମାର୍କେଟରେ ଏହା ସିଧାସଳଖ ମହିନ୍ଦ୍ରା ଥରକୁ ଟକ୍କର ଦେବ। Force Gurkha ପ୍ରଥମ ଥର ପାଇଁ ଅଟୋ ଏକ୍ସପୋ ୨୦୨୦ରେ ଦେଖିବାକୁ ମିଳିଥିଲା। ଏପର୍ଯ୍ଯନ୍ତ କମ୍ପାନୀ ଏହାର ଅନେକ ଟିଜର ଦେଖାଇସାରିଛି। ଏହା ଖୁବଶୀଘ୍ର ଅର୍ଥାତ୍ ସେପ୍ଟେମ୍ବରରେ ମାର୍କେଟକୁ ଆସିପାରେ।

Force Gurkhaରେ ଗ୍ରାହକଙ୍କୁ ୩କିମ୍ବା ୫ଟି ଡୋରର ଅପସନ ରହିଛି। ଏହାକୁ ଅଫ ରୋଡ SUVରେ ୩ଟି ଡୋର ସହିତ ଅପସନରେ ୨ଟି ଡୋର (ଗୋଟେ ଆଗ ପଷଯ ଏବଂ ଅନ୍ଯଟି ପଛରେ) ରହିବ। ଆଉ ୫ଟି ଡୋର ଅପସନରେ ୪ଟି ଆଗରେ ଆଉ ଗୋଟିଏ ପଛରେ ରହିଛି। ଏହାଛଡା ଅନେକ ପରିବର୍ତ୍ତନ ଏଥିରେ ଦେଖିବାକୁ ମିଳିଛି।

Force Gurkhaରେ ନୂଆ ପ୍ରକାରର ହେଡଲ୍ଯାମ୍ପ ଦିଆଯାଇଛି। ଯାହା LED ଟ୍ରିଟମେଣ୍ଟ ସହିତ ରହିବ। ସେହିପରି ଏହାର ଗ୍ରିଲ ନୂଆଲୁକ୍ ଏବଂ ବମ୍ପର ପୁରୁଣା Force Gurkha ଠାରୁ ଅଲଗା ରହିଛି। Force Gurkhaରେ ୨.୬ ଲିଟର ଡିଜେଲ ଇଂଜିନ ସହିତ ୯୦bhpର ସର୍ବାଧିକ ପାୱର ଏବଂ ୨୬୦ Nmର ପିକ୍ ଅର୍କ ଜେନେରେଟ କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.