ପୁଣି ମୋଦି ସରକାରଙ୍କୁ ମନମୋହନଙ୍କ ଟାର୍ଗେଟ୍‌, ୫ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ସଠିକ୍‌ ଜାତୀୟ ନୀତି ଆବଶ୍ୟକ

ଆର୍ଥିକ ମାନ୍ଦାବସ୍ଥା ନେଇ ପୁଣି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଜୟପୁର ଲକ୍ଷ୍ମୀପାଟ ବିଶ୍ୱବିଦ୍ୟାଳୟରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି, ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଜିଡିପି ହାର ହ୍ରାସ ପାଇବାରେ ଲାଗିଛି। ନିବେଶ ହାର ସ୍ଥିର ହୋଇ ଯାଇଛି। ଚାଷୀମାନେ ବି ହତାଶ ଅବସ୍ଥାରେ ଅଛନ୍ତି। ବ୍ୟାଙ୍କ ମଧ୍ୟ ସଂକଟରେ ଅଛି। ଏଭଳି ସମୟରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ସଠିକ ଜାତୀୟ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ମନମୋହନ କହିଛନ୍ତି। ସେହିଭଳି ସୁପ୍ରିମକୋର୍ଟ, ନିର୍ବାଚନ କମିଶନ, ସିବିଆଇ ଭଳି ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ସ୍ୱାଧୀନ ଭାବେ କାମ କରିବା ଆଶା କରାଯାଏ ବୋଲି ମନମୋହନ କହିଛନ୍ତି।