ବ୍ୟବସାୟ ଓ ଅର୍ଥନୀତି

ଏବେ ମାଗଣାରେ ରାସନ ସାମଗ୍ରୀରେ ଚାଉଳ-ଗହମ ସହ ମିଳିବ ଅନ୍ୟାନ୍ୟ ସାମଗ୍ରୀ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ମାଗଣା ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଯଦି ଆପଣ ବି ରାସନ କାର୍ଡ ହିତାଧିକାରୀ ତେବେ ସରକାର ଏବେ ପୁଣି ଥରେ ରାସନ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ ଆପଣଙ୍କୁ ଗହମ, ଚାଉଳ ବ୍ୟତିତ ଅନ୍ୟାନ୍ୟ ଜିନିଷ ମଧ୍ୟ ମାଗଣାରେ ମିଳିବ। ଏହି ଲିଷ୍ଟରେ କଣ ସବୁ ସାମିଲ ରହିଛି ତାହା ସମ୍ପର୍କରେ ଜାଣନ୍ତୁ।

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଯଦି ଆପଣ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ସରକାର ଏବେ ଆପଣଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହାଫଳରେ ମାଗଣା ଗହମ ଓ ଚାଉଳ ସହିତ ଆଉ କିଛି ସାମଗ୍ରୀ ଆପଣଙ୍କୁ ମାଗଣାରେ ମିଳିବ । ଏହା ସହିତ ଅନ୍ୟ ସାମଗ୍ରୀ ଆପଣ ଅତି କମ୍ ମୂଲ୍ୟରେ ପାଇଯିବେ ।

ଖାଦ୍ୟ ମନ୍ତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦିଆଯାଉଛି । ଏହି ପର୍ଯ୍ୟାୟରେ ଉତ୍ତରାଖଣ୍ଡ ସରକାର ୨୩ ଲକ୍ଷ ପରିବାରକୁ ମାଗଣା ରାସନ ବ୍ୟତୀତ କମ୍ ମୂଲ୍ୟରେ ଚିନି ଏବଂ ଲୁଣ ଯୋଗାଇବାକୁ ଯୋଜନା କରୁଛନ୍ତି ।

ଉତ୍ତରାଖଣ୍ଡର ଖାଦ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭାଗ ମଧ୍ୟ ଏହି ଯୋଜନା ପାଇଁ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହାକୁ କ୍ୟାବିନେଟରେ ଉପସ୍ଥାପନ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟକୁ ପ୍ରାୟ ୬୫ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିବ ।

ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ମସିହାରେ କେନ୍ଦ୍ର ସରକାର ସାରା ଦେଶରେ ପରିବାରକୁ ମାଗଣା ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପୂରା ବର୍ଷ ହିତାଧିକାରୀମାନେ ମାଗଣା ରାସନର ଲାଭ ପାଇବେ । ପ୍ରତ୍ୟେକ ରୋଷେଇ ଘରେ ଗହମ ଏବଂ ଚାଉଳ ସହିତ ଚିନି ଏବଂ ଲୁଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରତ୍ୟେକ ଉପଲବ୍ଧ ହେଉ ବୋଲି ରାଜ୍ୟ ସରକାର କହିଛନ୍ତି ।

ତେବେ ଚିନି ଉପରେ କିଲୋଗ୍ରାମ ପିଛା ୧୦ ଟଙ୍କା ସବସିଡି ଦେବାକୁ ପରାମର୍ଶ ଦିଆଯାଇଛି । ଏହାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଏହା ସହିତ ସୂଚନା ଦେବାବେଳେ ରାଜ୍ୟ ସରକାର କହିଛନ୍ତି ଯେ, ଯେଉଁ ହିତାଧିକାରୀମାନେ ୬ ମାସ ଧରି ନିଜ କାର୍ଡରେ ରାସନ ନେଇନାହାଁନ୍ତି, ସେମାନଙ୍କ କାର୍ଡ ବାତିଲ କରାଯିବ ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

3 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

5 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

5 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

6 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

6 hours ago