ଫ୍ରିରେ ସିମ କାର୍ଡ ଆସିଯିବ ଘରକୁ, ବାସ ଫଲୋ କରିନ୍ତୁ ଏହି ସହଜ ଷ୍ଟେପ

ମାଗଣା ସିମ କାର୍ଡ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ବଢ଼ିଆ ଖବର। ଅନ୍ୟ କୌଣସି କମ୍ପାନୀ ନୁହେଁ ବରଂ ଏୟାରଟେଲ ଦେଉଛି ଏହି ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ନିଜ ଫୋନର ସିମ କାର୍ଡକୁ ଘରକୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଏୟାରଟେଲ ନିଜ ଗ୍ରାହକଙ୍କୁ ଏବେ ଘରେ ହିଁ ସିମ କାର୍ଡ ମଗାଇବାର ଅଫର ଦେଉଛି। ଏହାବଦଳରେ ସେ କୌଣସି ବି ଚାର୍ଜ ନେବ ନାହିଁ।

ଏୟାରଟେଲ ଏକ ବଡ଼ ଟେଲିକମ୍‌ କମ୍ପାନୀ। ଯାହା ସର୍ଭିସର ବ୍ୟବହାର ଲକ୍ଷ ଲକ୍ଷ ଲୋକ କରୁଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏୟାରଟେଲ ପ୍ରିପେଡ ଓ ପୋଷ୍ଟପୋଡ ଦୁଇଟି ସର୍ଭିସ ଅଫର କରିଥାଏ। କିନ୍ତୁ ଆପଣ ଯଦି ପ୍ରିପେଡ ସିମ କାର୍ଡ କିଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଷ୍ଟୋର ଯିବାର ଆବଶ୍ୟକତା ନାହିଁ। କାରଣ ଆପଣ ଏହାକୁ ଘରେ ବସି ମଗାଇପାରିବେ। ସବୁଠୁ ଜରୁରୀ କଥା ଆପଣ ଏଥିପାଇଁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଯଦି ଆପଣ ଏୟାରଟେଲ ପ୍ରିପେଡ ସିମ କାର୍ଡକୁ ନିଜ ଘରକୁ ମଗାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏକ ପ୍ରୋସେସ ରହିଛି। ଯାହାକ ି ଏକଦମ ସହଜ। ଆଉ ଆଜି ଆମେ ଆପଣଙ୍କୁ ଏହି ପ୍ରୋସେସ ସମ୍ପର୍କରେ କହିବୁ।

ସର୍ବପ୍ରଥମେ ଆପଣଙ୍କୁ ସିମ କାର୍ଡ ମଗାଇବା ପାଇଁ କମ୍ପାନୀର ଅଧିକାରିକ େଓ୍ଵବସାଇଟକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ହୋମ ଡେଲିଭରୀ କରିବାର ଅପସନ ଦେଖାଇବ। ଆପଣଙ୍କୁ କେବଳ ଏହି ଅପସନକୁ କ୍ଲିକ କରିବାକୁ ହେବ। ପରେ ଆପଣ ଏହାର ନେକ୍ସଟ ଷ୍ଟେପରେ ପହଞ୍ଚିଯିବେ।

ଯେମିତି ଆପଣ ହୋମ ଡେଲିଭରୀ ଅପସନ କୁ ଯିବେ ଆପଣଙ୍କୁ ସିମ କାର୍ଡ ପାଇଁ ପ୍ଳାନ ଚୁଜ କରିବାକୁ ହେବ। ମନେ ରଖନ୍ତୁ ଯେ ସିମ କାର୍ଡର ଡେଲିଭରି ଫ୍ରି ରହିଛି କିନ୍ତୁ ଏହି ପ୍ଲାନ ଯାହାକୁ ଆପଣ ଚୁଜ କରିବେ ତାହା ପାଇଁ ଦାମ ଦେବାକୁ ପଡ଼ିବ। ଯେତେବେଳେ ଆପଣ ଏହି ପ୍ଲାନକୁ ଚୁଜ କରିବେ ସେତେବେଳେ KYC କରିବାକୁ ଆପଣଙ୍କୁ କୁହାଯିବ। ଏଥିରେ ଆପଣଙ୍କୁ ନିଜ ନାମ, ଠିକଣା, ପିନକୋଡ ଓ ଫୋନ ନମ୍ବର ଭଳି ଜରୁରୀ ତଥ୍ୟକୁ ଦର୍ଜ କରିବାକୁ ହେବ। ଏହା କରିବା ପରେ ଆପଣଙ୍କୁ ନିଜ ଲୋକେସନ ମଧ୍ୟ ଏଣ୍ଟର କରିବାକୁ ପଡ଼ିବ। ଏହି ପୂରା ପ୍ରୋସେସ ପରେ ଆପଣଙ୍କୁ ଏକ କଲ ଯିବ । ଏହାପରେ ଆପଣଙ୍କ ଆଡ୍ରେସରେ ସିମ କାର୍ଡ ବିନା କୌଣସି ଡେଲିଭରୀ ଚାର୍ଜେସରେ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.