ବିପଦପୂର୍ଣ୍ଣ ହୋଇପାରେ ଆଧାର କାର୍ଡକୁ ବାରମ୍ବାର ଅପଡେଟ୍‌ କରିବା, ଗୋଟିଏ ଭୁଲ ସବୁଦିନ ପାଇଁ ବଦଳାଇ ଦେଇପାରେ ଆପଣଙ୍କ ପରିଚୟ

ଆଧାର କାର୍ଡ ଜଣେ ବ୍ୟକ୍ତିର ପରିଚୟ। ଆଧାର କାର୍ଡରେ ନାଁ, ଗାଁ, ଠିକଣା, ଫିଙ୍ଗର ପ୍ରିଣ୍ଟ ଆଦି ରହିଥାଏ। ଏଣୁ କାହାକୁ ଆଧାର କାର୍ଡ ଦେବା ପୂର୍ବରୁ ଏହାକୁ କ’ଣ ପାଇଁ ଦେଉଛନ୍ତି ତାହା ଜାଣି ରଖିବା ଉଚିତ। ନଚେତ୍‌ ଆପଣଙ୍କ ଆଧାର କାର୍ଡର ଭୁଲ ବ୍ୟବହାର ହୋଇପାରେ। ତେବେ ଆଧାର କାର୍ଡରେ ଯଦି କିଛି ଭୁଲ ଥାଏ ତାହାକୁ ଠିକ୍‌ କରିବାକୁ ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ୍‌ ଥିବା ଜରୁରୀ। ମୋବାଇଲ ନମ୍ବର ଲିଙ୍କ୍‌ ଥିଲେ ଆପଣ ଘରେ ବସି ମଧ୍ୟ ଏଥିରେ ଥିବା ତ୍ରୁଟିକୁ ସୁଧାରିପାରିବେ।

ମୋବାଇଲ ନମ୍ବର ଲିଙ୍କ୍‌ ନଥିଲେ ଆପଣ ନିକଟସ୍ଥ ଆଧାର ସେବା କେନ୍ଦ୍ର, ଡାକଘର କିମ୍ବା ବ୍ୟାଙ୍କ ଶାଖାକୁ ଯାଇ ଏହାକୁ ଲିଙ୍କ୍‌ କରିପାରିବେ। ଏହା ଦ୍ୱାରା ଆଧାରରେ ଥିବା ତ୍ରୁଟିକୁ ସହଜରେ ଠିକ୍‌ କରିପାରିବେ। ଅନ୍ୟପଟେ ବାରମ୍ବାର ଆଧାର କାର୍ଡ ଅପଡେଟ୍‌ କରିବା ବେଳେ ସାବଧାନତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି।

ୟୁଟିଆଇ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ ଆପଣ ନିଜ ଆଧାର କାର୍ଡରେ ନାଁକୁ ମାତ୍ର ଦୁଇ ଥର ହିଁ ବଦଳାଇପାରିବେ। ଏହା ବ୍ୟତୀତ ଲିଙ୍ଗ ଓ ଜନ୍ମ ତାରିଖକୁ ମାତ୍ର ଥରେ ବଦଳାଇପାରିବେ। ଅର୍ଥାତ୍‌ ଯଦି ଆପଣ ଅପଡେଟ୍‌ କରିବା ବେଳେ କିଛି ଭୁଲ କରୁଛନ୍ତି ତେବେ ତାହା ସାରା ଜୀବନ ପାଇଁ ଆପଣଙ୍କ ପରିଚୟ ହୋଇ ରହିଯିବ। ଆଧାର କାର୍ଡକୁ ବାରମ୍ବାର ଅପଡେଟ୍‌ କରିବା ଆପଣଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.