ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୨୩, ଏହି ସବୁ ନିୟମରେ ହୋଇଛି ବଡ ପରିବର୍ତ୍ତନ

ଆଜି ଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ନୂତନ ଆର୍ଥିକ ବର୍ଷର ଆରମ୍ଭ ସହିତ ଅନେକ କିଛି ଜିନିଷ ର ଦରଦାମ ରେ ପରିବର୍ତନ ହେବାକୁ ଯାଉଛି । ସୁନା, ଏଲପିଜି ଠୁ ଆରମ୍ଭ କରି ଔଷଧର ମୂଲ୍ୟ ବୃଦ୍ଧି ସହିତ ଅନେକ ବଡ଼ ପରିବର୍ତ୍ତନ ହୋଇଛି ।

ଆଜି ଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ନୂତନ ଆର୍ଥିକ ବର୍ଷର ଆରମ୍ଭ ସହିତ ଅନେକ କିଛି ଜିନିଷ ର ଦରଦାମ ରେ ପରିବର୍ତନ ହେବାକୁ ଯାଉଛି । ସୁନା, ଏଲପିଜି ଠୁ ଆରମ୍ଭ କରି ଔଷଧର ମୂଲ୍ୟ ବୃଦ୍ଧି ସହିତ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ଯାହା ଆପଣଙ୍କ ପକେଟ ଉପରେ ମଧ୍ୟ ପ୍ରଭାବ ପକାଇବ ।

ଆଜି ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହୋଇଛି । ଏହାସହ ଅନେକ ନିୟମ ବଦଳି ଯାଇଛି । ଏହି ପରିବର୍ତ୍ତନର ପ୍ରଭାବ ଆପଣଙ୍କ ପକେଟ ଉପରେ ମଧ୍ୟ ପଡିବ । ଆଜିଠାରୁ ସୁନା କାରିଗରମାନେ କେବଳ ହଲମାର୍କ ସୁନା ବିକ୍ରି କରିବେ। ଆଜିଠାରୁ ନୂତନ ଆୟକର ବ୍ୟବସ୍ଥାର ନୂଆ ସ୍ଲାବ କାର୍ଯ୍ୟକାରୀ ହୋଇଛି । ଏହା ବ୍ୟତୀତ ପେନକିଲର୍ସ, ଆଣ୍ଟିବାୟୋଟିକ୍ ସହିତ ଅନେକ ଔଷଧ ମଧ୍ୟ ଆଜିଠାରୁ ମହଙ୍ଗା ହୋଇଛି । କେବଳ ଏତିକି ନୁହେଁ ବରଂ [ଆହୁରି ଅନେକ କିଛି ପରିଵର୍ତନ ହୋଇଛି ।

-କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର:
ବ୍ୟବସାୟୀଙ୍କ ପାଇଁ ଖୁସି ଖବର। କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର କମିଛି । ୯୧ ଟଙ୍କା ୫୦ ପଇସା ଦର କମିଥିବା ସୂଚନା ରହିଛି । ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୦୨୮ ଟଙ୍କା, କୋଲକାତାରେ ୨ ହଜାର ୧୩୨ ଟଙ୍କା, ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା, ଚନ୍ନାଇରେ ୨ହଜାର ୧୯୨ ଟଙ୍କା ରହିଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା’ ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ରହିଥାନ୍ତି । ଗ୍ୟାସ ଦାମ୍ ବଢିଲେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି, ତେଣୁ ଏଥିରୁ ସାଧାରଣ ଲୋକେ ବର୍ତ୍ତମାନ ବର୍ତ୍ତିବେ ।

-ଏକ୍ସପ୍ରେସୱେରେ ଯାତ୍ରା କରିବା ହେଲା ମହଙ୍ଗା
ଏପ୍ରିଲ୍ ୧ରୁ ଦେଶର ରାଜପଥ ଓ ଏକ୍ସପ୍ରେସୱେରେ ଯାତ୍ରା କରିବା ମହଙ୍ଗା ହୋଇଯାଇଛି । ଦିଲ୍ଲୀ ମେରଟ ଏକ୍ସପ୍ରେସୱେ ଓ NH-9 ରେ ୧୦ ପ୍ରତିଶତ ଟିକସ ବୃଦ୍ଧି କରାଯାଇଛି । ଏହା ସହିତ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଟୋଲ ଟ୍ୟାକ୍ସ ବୃଦ୍ଧି ପାଇଁ ଘୋଷଣା କରାଯାଇଛି ।

-ନୂଆ କର ବ୍ୟବସ୍ଥା ଲାଗୁ:
ଆର୍ଥିକ ବର୍ଷର ଆରମ୍ଭ ସହିତ ଆୟକରଦାତାମାନେ ବର୍ତ୍ତମାନ ନୂଆ କର ବ୍ୟବସ୍ଥା ପାଇବେ । ଏଥିରେ ରିହାତି ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ୫୦,୦୦୦ ଟଙ୍କା ମୂଲ୍ୟର ଷ୍ଟାଣ୍ଡାର୍ଡ ରିହାତି ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି, ବର୍ତ୍ତମାନ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଦରମା ଉପରେ କୌଣସି ଟିକସ ଆଦାୟ କରାଯିବ ନାହିଁ ।

-କେବଳ ହଲମାର୍କ ଅଳଙ୍କାର ହେବ ବିକ୍ରି :
ଆଜିଠାରୁ ସୁନା ବିକ୍ରିରେ ହଲମାର୍କିଂ ଆବଶ୍ୟକ ହେବ । ଦୋକାନୀ ମାନେ ହଲମାର୍କିଂ ବିନା ସୁନା ବିକ୍ରୟ କରିପାରିବେ ନାହିଁ । ସୁନା ଉପରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ଚିହ୍ନ ରହିବ, ଯାହାକୁ ହଲମାର୍କ ୟୁନିକ ଆଇଡେଣ୍ଟିଫିକେସନ୍ ନମ୍ବର ବା HUID କୁହାଯାଏ ।

– ମହଙ୍ଗା ହେବ ଔଷଧ :
ପେନକିଲର୍ସ, ଆଣ୍ଟି-ଇନଫେକ୍ଟିଭ୍, ଆଣ୍ଟିବାୟୋଟିକ୍ ଏବଂ ହୃଦ ରୋଗର ଔଷଧ ଆଜିଠାରୁ ମହଙ୍ଗା ହୋଇଛି । ମୂଲ୍ୟ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି । ହୋଲସେଲ ମୂଲ୍ୟ ସୂଚକାଙ୍କ (WPI) ର ପରିବର୍ତ୍ତନକୁ ଆଧାର କରି ଔଷଧର ମୂଲ୍ୟ ବୃଦ୍ଧି ପାଇଛି ।

-ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଅଧିକ ନିବେଶ:
ନୂତନ ଆର୍ଥିକ ବର୍ଷ ସହିତ ବର୍ତ୍ତମାନ ବରିଷ୍ଠ ନାଗରିକମାନେ ସଞ୍ଚୟ ଯୋଜନାରେ ସର୍ବାଧିକ ୩୦ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ବାର୍ଷିକ ୮ ପ୍ରତିଶତ ସୁଧ ମିଳୁଥିଲା ।

-ମହିଳା ସମ୍ମାନ ଯୋଜନା :
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭.୫ ପ୍ରତିଶତ ସୁଧ ହାରରେ ବଜେଟରେ ମହିଳା ସମ୍ମାନ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମହିଳାମାନେ ୨ ବର୍ଷରେ ୨ ଲକ୍ଷ ଟଙ୍କା ଜମା କରିପାରିବେ । ଏହା ସହିତ ମହିଳାମାନେ ୨ ବର୍ଷରେ ୩୨ ହଜାର ଟଙ୍କାର ଲାଭ ପାଇବେ । ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି ।

ଏପ୍ରିଲ ୧ ଆଜି ଠୁ ସିଗାରେଟ କିଣିବା ମହଙ୍ଗା ହେବ। ବଜେଟରେ ଏହାର କଷ୍ଟମ ଡ୍ୟୁଟିକୁ ୧୬ % ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ରୋଷେଇ ଘରର ଚିମିନି, ଆମଦାନୀ ହୋଇଥିବା ସାଇକେଲ ଏବଂ ଖେଳନା, ସମ୍ପୂର୍ଣ୍ଣ ଆମଦାନୀ ହୋଇଥିବା କାର ଏବଂ ବୈଦ୍ୟୁତିକ ଯାନ, ଏକ୍ସ-ରେ ମେସିନ୍ ଏବଂ ଆମଦାନୀ ହୋଇଥିବା ରୂପା ସାମଗ୍ରୀ, ଆର୍ଟିଫିସିଆଲ ଅଳଙ୍କାର ମୂଲ୍ୟ ବୃଦ୍ଧି ପାଇବ।

ଆଜି ଠୁ କାର କିଣିବା ମଧ୍ୟ ମହଙ୍ଗା ହେବ। ଟାଟା ମୋଟର୍ସ, ହିରୋ ମୋଟୋକର୍ପ ଏବଂ ମାରୁତି ଆସନ୍ତା ମାସରୁ ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏଥି ସହିତ, ଏପ୍ରିଲ ୧ ରୁ ଏକ ନୂଆ ସେଡାନ କାର କିଣିବା ମଧ୍ୟ ମହଙ୍ଗା ହେବ। ଆସନ୍ତା ମାସରୁ ହୋଣ୍ଡା ଆମାଜେ କାର ମଧ୍ୟ ମହଙ୍ଗା ହେବାକୁ ଯାଉଛି। ଏହି କମ୍ପାନୀଗୁଡିକ କହିଛି ଯେ ଏପ୍ରିଲ ୧ ରୁ କମ୍ପାନୀର ଗାଡିର ମୂଲ୍ୟ ବୃଦ୍ଧି ହେବ ଏବଂ ବିଭିନ୍ନ ମଡେଲ ଆଧାରରେ କମ୍ପାନୀର ଗାଡିର ମୂଲ୍ୟ ବୃଦ୍ଧି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.