ଆଜି ଠାରୁ ପରିବର୍ତ୍ତନ ହେଉଛି ଏହି ୫ ନିୟମ, ଯାହା ଜାଣିବା ଆପଣଙ୍କୁ ନିହାତି ଜରୁରୀ

ଜୁନ୍ ମାସ ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ମାସ । ଆଉ ଆଜି ଠାରୁ ଆପଣଙ୍କ ଜୀବନରେ ଅନେକ କିଛି ନିୟମ ମଧ୍ୟ ପରିବର୍ତ୍ତନ ହେଉଛି। କରୋନା ଭାଇରସ ସଂକ୍ରମଣ ଭିତରେ ଜାଣି ନିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆଜି ଠାରୁ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପ୍ରଭାବ ପକାଇପାରେ। ତାହାଲେ ଆସନ୍ତୁ ଜାଣିବା ସେହି ସବୁ ନୂଆ ନିୟମ ବିଷୟରେ।

ଭାରତୀୟ ରେଲେଓ୍ଵ ୨୦୦ ସ୍ପେଶାଲ ଟ୍ରେନ ଆଜି ଠାରୁ ଆରମ୍ଭ

train newଭାରତୀୟ ରେଲେଓ୍ଵ ଆଜି ଠାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ ସ୍ପେଶାଲ ଟ୍ରେନକୁ ଚଳାଇଛି। ଜୁନ ୧ରୁ ରେଳ ମନ୍ତ୍ରାଳୟ ୨୦୦ ଟ୍ରେନ ଚଲାଇବା ନେଇ ପୂର୍ବରୁ ଘୋଷଣା କରିଥିଲେ। ଯାହା ଆଜି ଠାରୁ ଏହି ସବୁ ଟ୍ରେନ ଆରମ୍ଭ ହୋଇସାରିଲାଣି। ଆଜି ସକାଳ ଠାରୁ ଲଗାତର ଏହି ଟ୍ରେନର ପରିଚାଳନା ଆରମ୍ଭ ହୋଇସାରିଛି।

ଆରମ୍ଭ ହେବ ଓ୍ଵାନ ନେସନ-ଓ୍ଵାନ କାର୍ଡ

one nation one rationସାରାଦେଶରେ ରାସନ କାର୍ଡ ପାଇଁ ଜୁନ ୧ ଠାରୁ ଅର୍ଥାତ ଆଜି ଠାରୁ ଓ୍ଵାନ ନେସନ-ଓ୍ଵାନ କାର୍ଡ ଯୋଜନା ସମ୍ପୂର୍ଣ୍ଣ ଭାବରେ ଲାଗୁ କରାଯାଉଛି। ବୁର୍ତ୍ତମାନ ସୁଦ୍ଧା ଏହି ସ୍କିମ ୨୦ଟି ରାଜ୍ୟରେ ଆରମ୍ଭ ହେବ। ଏହି ସ୍କିମର ଫାଇଦା ହେଉଛି ଆପଣ ରାସନ କାର୍ଡ କେଉଁଠାରେ ବି ବନାଇ ଥାନ୍ତୁ ନା କାହିଁକି, ଆପଣ ତାହାର ବ୍ୟବହାର ଅନ୍ୟ ରାଜ୍ୟରେ ମଧ୍ୟ କରିପାରିବେ। ନିଶ୍ଚିତ ଭାବରେ ଏହି ଯୋଜନା ଦ୍ୱାରା ଗରୀବ ମାନଙ୍କୁ ବହୁତ ଫାଇଦା ହେବ।

GoAir ଉଡାଣ ଆଜି ଠାରୁ ହେଉଛି ଆରମ୍ଭ

goairଲୋ ବଜେଟ ଏୟାରଲାଇନ୍ସ କମ୍ପାନୀ ଗୋ ଏୟାର ମଧ୍ୟ ଆଜି ଠାରୁ ଉଡାଣ ଭରିବା ଆରମ୍ଭ କରୁଛି। ଅନ୍ୟ କମ୍ପାନୀ ଗୁଡିକ ୨୫ ମେ ଠାରୁ ହିଁ ଏହାର ଆରମ୍ଭ କରିସାରିଛନ୍ତି। କିନ୍ତୁ ଗୋଏୟାର ତାର ଉଡାଣ ପାଇଁ ୧ ଜୁନକୁ ଘୋଷଣା କରିଥିଲା। ସେହିପରି କରୋନା ଲକଡାଉନ ପାଇଁ ବିମାନ ଯାତ୍ରୀଙ୍କୁ ଅନେକ ପ୍ରକାର ନୂଆ ନିୟକୁ ମାନିବାକୁ ପଡିବ।

ପେଟ୍ରୋଲ ଦାମ ମଧ୍ୟ ହେବ ବୃଦ୍ଧି

petrol priceଜୁନ ୧ ଠାରୁ ଅର୍ଥାତ ଆଜି ଠାରୁ ଅନେକ ରାଜ୍ୟରେ ପେଟ୍ରୋଲ-ଡିଜେଲର ଦାମ ବ୍ରୁଦ୍ଧି ପାଉଛି। ମିଜୋରାମ, ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଭାଟ ବଢ଼ାଇବା ପାଇଁ ଘୋଷଣା କରାଯାଇଛି। ପେଟ୍ରୋଲ ଏବଂ ଡିଜେଲର ଦାମ ପ୍ରତିଦିନ ସକାଳ ୬ଠାରେ ପରିବର୍ତ୍ତନ ହୁଏ। କିନ୍ତୁ ଗତ ତିନି ଦିନ ହେବ କୌଣସି ପ୍ରକାର କିଛ ପରିବର୍ତ୍ତନ କରାଯାଇନାହିଁ।

ୟୁପି ରୋଡେଓ୍ଵଜ ଚଳାଉଛି ବସ୍‌

busଯଦି ଆପଣ ୟୁପି ରୋଡେଓ୍ଵଜରେ ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ୟୁପିରେ ଆଜି ଠାରୁ ବସ୍ ଚଳାଇବା ପାଇଁ ଘୋଷଣା କରିଛି। ଏହି ସମସ୍ତ ବସ୍କୁ ସାନିଟାଇଜ୍ ଏବଂ ଫିଟ୍ କରିବାର ଆଦେଶ ଦିଆଯାଇଛି। କୋଭିଡ ୧୯ କାରଣରୁ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଗାଇଡ୍ ଲାଇନର ପାଳନ ବସ୍ ଷ୍ଟାଣ୍ଡର ପ୍ରଭାରୀଙ୍କ ଠାରୁ ଆରମ୍ଭ କରି ଡ୍ରାଇଭର-କଣ୍ଡକଟରକୁ କରିବାକୁ ହେବ। ବସରେ ପାଖାପାଖି ଅଧା ଯାତ୍ରୀ ବସି ଯାତ୍ରା କରିବେ। ଏବଂ ସମସ୍ତଙ୍କୁ ମାସ୍କ ଏବଂ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ହେବ। ବସରେ ବସିବା ପୂର୍ବରୁ ହାତକୁ ସାନିଟାଇଜ୍ କରିବାକୁ ଜରୁରୀ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.