ବ୍ୟବସାୟ ଓ ଅର୍ଥନୀତି

ଖାଉଟିଙ୍କୁ ସରକାରଙ୍କ ଦଶହରା ଭେଟି, ପାଖରେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଖାଦ୍ୟସାମଗ୍ରୀ

ଉପଭୋକ୍ତାଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ସରକାର । ଏଣିକି ଯଦି ବି ଆପଣଙ୍କ ପାଖରେ ରାସନ କାର୍ଡ ନଥାଏ ତେବେ ବି ଆପଣ ରାସନ ସାମଗ୍ରୀ ନେଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ ରାସନ କାର୍ଡ ଆଧାର କିମ୍ବା ବ୍ୟାଙ୍କ କାର୍ଡ ସହ ଲିଙ୍କ ହେବା ନିହାତି ଜରୁରୀ । ଯଦି ଏମିତି ନହୋଇଥାଏ ତେବେ ଆପଣଙ୍କୁ ରାସନ ମିଳିବ ନାହିଁ । କେନ୍ଦ୍ର ସରକାର ଅନେକ ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ” ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଦିଲ୍ଲୀ ଏନସିଆର ବ୍ୟତୀତ ଅନ୍ୟ କେତେ ଗୁଡିଏ ରାଜ୍ୟରେ ଏହି ଯୋଜନା ଅନୁଯାୟୀ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି । ସୂଚନାଦେବା ଯୋଗ୍ୟ ହେବକି, ଏହା ପୂର୍ବରୁ ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ , ମହାରାଷ୍ଟ୍ର, ଝାରଖଣ୍ଡ ପରି ରାଜ୍ୟ ଗୁଡିକରେ ଏହି ବ୍ୟବସ୍ଥା ଜାରି ହୋଇସାରିଛି । କହିରଖିବା ଉଚିତ ହେବକି, କରୋନା ଆରମ୍ଭ ହେବା ଦିନରୁ ହିଁ କେନ୍ଦ୍ର ସରକାର ଗରିବ ଗୁରୁବାଙ୍କୁ ମାଗଣାରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଛନ୍ତି । ଆଉ ଏହାରି ଜରିଆରେ ହିଁ “ୱାନ ନେସନ ୱାନ ରାସନ କାର୍ଡ” ବ୍ୟବସ୍ଥାର ଆରମ୍ଭ ହୋଇଛି ।

ଯଦି ଆପଣ ବି ମାଗଣାରେ ଏହି ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି ଆଉ ଆପଣଙ୍କ ନିକଟରେ କାର୍ଡ ନାହିଁ । ତେବେ ଜମା ବି ବ୍ୟସ୍ଥବିବ୍ରତ ହୁଅନ୍ତୁନାହିଁ । କାରଣ ଆପଣ ବି ମାଗଣାରେ ବିନା ରାସନ କାର୍ଡରେ ଶସ୍ୟ ନେଇପାରିବେ । କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବକ ଆପଣଙ୍କ ରାସନ କାର୍ଡ ଆଧାର କିମ୍ବା ବ୍ୟାଙ୍କ କାର୍ଡ ସହ ଲିଙ୍କ ହେବା ନିହାତି ଜରୁରୀ । ଯଦି ଏମିତି ନହୋଇଥାଏ ଆପଣ ନିଜ ସହ ରାସନ କାର୍ଡ ନେବା ନିହାତି ଆବଶ୍ୟକ । ଦିଲ୍ଲୀ ସରକାର “ୱାନ ନେସନ ୱାନ ରାସନ କାର୍ଡ” ଆଧାରରେ ଏହି ନିୟମ ଲାଗୁ କରିଛନ୍ତି । ଏହା ଅନୁଯାୟୀ ଏଣିକି ରାସନ ସାମଗ୍ରୀ ବଣ୍ଟନ ଇ-ପିଓଏସ ମଧ୍ୟମରେ କରାଯିବ | କଳାବଜାରୀକୁ ରୋକିବା ହିଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏହା ବ୍ୟତୀତ ଖାଉଟି ମାନଙ୍କୁ ସରକାର ଆଉ ଏକ ସୁବିଧା ଦେଇଛନ୍ତି । ଯଦି ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ ତେବେ ଆପଣଙ୍କ ସ୍ଥାନରେ ଆଉ କିଏ ବି ରାସନ ସାମଗ୍ରୀ ନେଇଯାଇ ପାରିବେ ।

ଅନ୍ୟ ପକ୍ଷରେ, କାର୍ଡରେ ସୁଧାର ଆଣିବା ନେଇ ବି ଚେଷ୍ଟା ଜାରିରହିଛି । ଯଦି କାର୍ଡରେ କୌଣସି ତ୍ରୁଟି ଥାଏ ତେବେ ଆପଣ ଏଥିରେ ସହଜରେ ସଂଶୋଧନ ଆଣିପାରିବେ । ଆଉ ଅନ୍ୟ ସମସ୍ତ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ରାସନକୁ ଆଧାର ସହ ଲିଙ୍କ କରାଇବା ଜରୁରୀ । ଯୋଜନା ଅନୁଯାୟୀ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା, ବିହାର, ଝାରଖଣ୍ଡ, ଉତ୍ତରାଖଣ୍ଡ, ଦିଲ୍ଲୀ-ଏନ୍ସିଆର ବି ସସ୍ପେଣ୍ଡ କାର୍ଡକୁ ଲାଗୁ କରାଯାଇଛି । ଚାହିଁଲେ ଅନ୍ୟ କୌଣସି ସୁଧାର ବି ଆଣିପାରିବେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

9 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

10 hours ago