Fssai ରେ ଖାଲିପଡିଛି ଡାଇରେକ୍ଟର ସମେତ ପଦବୀ, ୭ମ ବେତନ ଅନୁଯାୟୀ ମିଳିବ ଦରମା

ଭାରତୀୟ ଖାଦ୍ଯ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏଠାରେ ଡାଇରେକ୍ଟର ଏବଂ ଅନ୍ଯ ପଦବୀରେ ଭର୍ତ୍ତି ପାଇଁ ଆମନ୍ତ୍ରିତ କରୁଛି। ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ FSSAIର ଅଫିସିଆଲ ୱେବସାଇଟ fssai.gov.inକୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଯୋଗ୍ଯତା ପଦବୀ ଅନୁସାରେ ଅଲଗା ଅଲଗା ରହିଛି। ଏହିସବୁ ପଦବୀରେ ଚୟନ ହେବାକୁ ଥିବା ପ୍ରାର୍ଥୀ ୭ମ ବେତନ ଆୟୋଗ ଅନୁଯାୟୀ ଦରମା ପାଇବେ।

ପଦବୀ ବିବରଣୀ: ୭୨

ଡାଇରେକ୍ଟର: ୨
ଜଏଣ୍ଟ ଡାଇରେକ୍ଟର : ୩
ସିନିଅର ମ୍ଯାନେଜର : ୧
ସିନିଅର ମ୍ଯାନେଜର (ଆଇଟି): ୧
ଡେପୁଟି ଡାଇରେକ୍ଟର: ୭
ମ୍ଯାନେଜର: ୨
ମ୍ଯାନେଜର (ଆଇଟି): ୧
ଆସିଷ୍ଟାଣ୍ଟ ଡାଇରେକ୍ଟର (ଟେକ): ୧୧
ଆସିଷ୍ଟାଣ୍ଟ ଡାଇରେକ୍ଟର: ୧
ଡେପୁଟି ମ୍ଯାନେଜର: ୪
ଡେପୁଟି ମ୍ଯାନେଜର (ଆଇଟି): ୨
ଆଡମିନିଷ୍ଟ୍ରେଟିଭ ଅଫିସର : ୧୦
ସିନିଅର ପ୍ରାଇଭେଟ ସେକ୍ରେଟାରୀ: ୬
ପର୍ସନାଲ ସେକ୍ରେଟାରୀ: ୧୫
ଆସିଷ୍ଟାଣ୍ଟ ମ୍ଯାନେଜର: ୧
ଆସିଷ୍ଟାଣ୍ଟ: ୨
ଷ୍ଟାଫ କାର ଡ୍ରାଇଭର: ୩

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନର ଶେଷ ତାରିଖ-୭ ନଭେମ୍ବର ୨୦୨୧
ହାର୍ଡ କପି ଜମା କରିବାର ଶେଷ ତାରିଖ-୧୮ ନଭେମ୍ବର,୨୦୨୧

ଶିକ୍ଷାଗତ ଯୋଗ୍ୟତା: ସବୁ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି।

ବୟସ ସୀମା: ସବୁ ପଦ ପାଇଁ ଅଲଗା ଅଲଭା ବୟସ ସୀମା ନିର୍ଦ୍ଧାରିତ କରାଯାଇଛି।

ଚାକିରି ସ୍ଥାନ: ନୂଆଦିଲ୍ଲୀ

ଚୟନ ପ୍ରକ୍ରିୟା: ଲିଖିତ ଓ ସାକ୍ଷାତକାର

ଏମିତି କରନ୍ତୁ ଆବେଦନ: ଅଫିସିଆଲ ୱେବ୍‌ସାଇଟ୍କୁ ଯାଇ ଆପଣ ଆବେଦନ କରିପାରିବେ। ଅଫଲାଇନ୍‌ରେ ଆବେଦନ କରିବା ପାଇଁ Assistant Director (HR), FSSAI, FDA Bhawan, Kotla Road New Delhi ଠିକଣାରେ ଫର୍ମ ପଠାନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://fssai.gov.in/upload/uploadfiles/files/Notice_DEP_01_Post_07_10_2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.