ମିଠା ଦୋକାନ ସାମ୍ନାରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ, ଜାଣନ୍ତୁ କେବେ ଠାରୁ ଲାଗୁ ହେଉଛି ନୂଆ ନିୟମ

ପ୍ରାୟତଃ ମିଠା ଦୋକାନରୁ ମିଠା କିଣିବା ବେଳେ ଦୋକାନୀ ଆମକୁ ତାଜା ମିଠା କହି ବାସି ଦେଇଦେଇଥାଏ। ଘରକୁ ଆଣିବା ପରେ ଆମେ ପ୍ରକୃତ ସତ ଜାଣିପାରୁ। ଏଣୁ ମିଠା କିଣିବା ବେଳେ ଅଧିକାଂଶ ଲୋକ ସନ୍ଦେହ କରିଥାନ୍ତି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିୟମ ପ୍ରଣୟନ କରିବାକୁ ଯୋଜନା ଚଳାଇଛନ୍ତି। ନିୟମାନୁସାରେ ମିଠା ଦୋକାନୀ ତାଜା କହି ବାସି ମିଠା ଦେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

sweet2

ଏଥିସହ ଦୋକାନୀମାନେ ମିଠା କାଉଣ୍ଟର ଉପରେ ମିଠାର ଏକ୍ସପାୟରୀ ତାରିଖ ମଧ୍ୟ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(FSSAI) ନୂଆ ନୋଟିସ୍‌ରେ ଏ ନେଇ ଉଲ୍ଲେଖ କରିଛି। FSSAI କହିଛି ଯେ ଜୁନ୍‌ ୧ ତାରିଖରୁ ମିଠା ଦୋକାନୀଙ୍କୁ ଖୋଲା ମିଠାଗୁଡ଼ିକର ପ୍ରସ୍ତୁତ ତାରିଖ ଓ ଖରାପ ହେବା ବିଷୟରେ ସୂଚନା ଦେବାକୁ ପଡ଼ିବ। ବାସି ଜିନିଷ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଏହି ପରିବର୍ତ୍ତନ କରାଯାଇଥିବା FSSAI କହିଛି।

sweet3

ଖାଦ୍ୟ ସୁରକ୍ଷା ଓ ମାନକ ବିନିୟମ, ୨୦୧୧ ଅନୁସାରେ ଏହି ନିୟମ ପୂର୍ବରୁ କେବଳ ପାକେଜଡ୍‌ ମିଠା ଉପରେ ଲାଗୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ଉଭୟ ଖୋଲା ଓ ପ୍ୟାକେଜଡ୍‌ ମିଠା ଉପରେ ଏହି ନିୟମ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.