ଗୁଗଲ, ଫେସବୁକ ଭଳି ଟେକ୍ କମ୍ପାନୀ ଉପରେ ୧୫% ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି, G-7 ଦେଶ ସ୍ୱାକ୍ଷର କଲା ଚୁକ୍ତି

ଦୁନିଆର ୭ଟି ସବୁଠୁ ଧନୀ ରାଷ୍ଟ୍ର ବୃହତ ବହୁରାଷ୍ଟ୍ରୀୟ ଟେକ୍ନିକ କମ୍ପାନୀଗୁଡ଼ିକ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜି-୭ ସମୂହ ଗୁଗଲ, ଫେସବୁକ, ଆପଲ ଓ ଆମାଜନ ଭଳି ବଡ଼ ଆମେରିକୀୟ କମ୍ପାନୀ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛି। ଜି-୭ରେ ଥିବା ଏହି ୭ଟି ଦେଶ ହେଉଛନ୍ତି- ବ୍ରିଟେନ, ଆମେରିକା, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ।

ବ୍ରିଟେନର ଅର୍ଥ ମନ୍ତ୍ରୀ ଋଷି ସୁନକ କହିଛନ୍ତି, ଜି-୭ ସମୂହ ଦେଶର ଅର୍ଥ ମନ୍ତ୍ରୀମାନେ ଲଣ୍ଡନରେ ଆୟୋଜିତ ଦ୍ଵିତୀୟ ତଥା ଶେଷରେ ଏହି ନିଷ୍ପତ୍ତିରେ ମୋହର ମାରିଛନ୍ତି। ଦୀର୍ଘ ବର୍ଷ ଧରି ଏନେଇ ବିଚାର ବିମର୍ଶ ଲାଗିରହିଥିଲା। ଏବେ ଏହା ସଫଳ ହୋଇଛି।

ଆମେରିକାର ଅର୍ଥ ମନ୍ତ୍ରୀ ଜେନେଟ ୟେଲେନ ମଧ୍ୟ ଲଣ୍ଡନର ବୈଠକରେ ସାମିଲ ହୋଇଥିଲେ। ତେବେ ଜି-୭ ବୈଠକର ଏହି ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ବୋଲି ସବୁ ଦେଶର ମୁଖ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.